ଲଗାତାର ବର୍ଷା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ସୋମବାର ଲଖନପୁର ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ନିକଟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଯାଉଥିବା ଏକ ସ୍କୁଲ ବସ୍ କାଦୁଅ ରାସ୍ତାରେ ଫସିଯାଇଥିଲା।
ସୂଚନା ଅନୁସାରେ, ଲଗାତାର ବର୍ଷା ଯୋଗୁଁ ବିଦ୍ୟାଳୟକୁ ଯାଉଥିବା ଅସ୍ଥାୟୀ ମାଟି ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିଲା। ଫଳରେ ବସ୍ର ଚକ କାଦୁଅରେ ଧସିଯିବାରୁ ଗାଡ଼ିଟି ମଝି ରାସ୍ତାରେ ଅଟକି ଯାଇଥିଲା।
ପରିସ୍ଥିତିର ଗୁରୁତ୍ୱ ବୁଝି ତୁରନ୍ତ ବସ୍ରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣାରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି।
ସ୍ଥାନୀୟ ସୂତ୍ରରୁ ପ୍ରକାଶ, ବିଦ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ କଲଭର୍ଟ ନିର୍ମାଣ କାମ ଚାଲିଥିବାରୁ ସ୍କୁଲ ବସ୍ ଅସ୍ଥାୟୀ ମାଟି ରାସ୍ତା ଦେଇ ଯାତାୟାତ କରୁଥିଲା। କିନ୍ତୁ ଗତ କିଛି ଦିନର ଲଗାତାର ବର୍ଷାରେ ଏହି ରାସ୍ତା ପିଚ୍ଛିଳ ଓ ଦୁର୍ବଳ ହୋଇପଡ଼ିଥିବାରୁ ବସ୍ଟି କାଦୁଅରେ ଫସିଯାଇଥିଲା।
ଘଟଣା ପରେ ବର୍ଷା ଋତୁରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ବିଦ୍ୟାଳୟକୁ ଯିବା ରାସ୍ତାର ଶୀଘ୍ର ମରାମତି ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତା ଅଲ୍ଲୁ ଅର୍ଜୁନଙ...
ଯଦି ଆପଣ ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଛନ୍ତି,...
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନ କଣ୍ଠଶିଳ୍ପୀ MS ସୁବ୍ବୁ...
ବଲିଉଡ୍‌ର ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘Go...
୨୦୨୫ରେ ରିଲିଜ୍ ହୋଇଥିବା‘Saiyaara’ଫିଲ୍ମ ନ...
ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରରେ ଆଉ ଏକ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...