ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ

ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗକୁ ଆହୁରି ମଜବୁତ କରିବା ପାଇଁ ଅଯୋଧ୍ୟାରୁ ନେପାଳର ଜନକପୁର ଧାମ ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍ ସେବା ଆରମ୍ଭ ହୋଇଛି।
Saryu Kamala Express
Saryu Kamala Express

ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟା ଏବଂ ମାତା ସୀତାଙ୍କ ଜନ୍ମସ୍ଥଳୀ ଭାବେ ପରିଚିତ ନେପାଳର ଜନକପୁର ଧାମ ମଧ୍ୟରେ ସିଧାସଳଖ ଟ୍ରେନ୍ ସେବା ଆରମ୍ଭ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ଭର୍ଚୁଆଲ୍ ମାଧ୍ୟମରେ ‘ସରଯୂ-କମଲା ଏକ୍ସପ୍ରେସ୍’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ସାପ୍ତାହିକ ଟ୍ରେନ୍ର ନିୟମିତ ଯାତ୍ରୀ ସେବା ଆସନ୍ତା ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ। ଏହା ଫଳରେ ଅଯୋଧ୍ୟାରୁ ଜନକପୁର ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ମଝିରେ ଟ୍ରେନ୍ ବଦଳାଇବାକୁ ପଡ଼ିବ ନାହିଁ।

୬୦୪ କିଲୋମିଟର ଯାତ୍ରା, ଲାଗିବ ୧୯ ଘଣ୍ଟା

ସରଯୂ-କମଲା ଏକ୍ସପ୍ରେସ୍ ଅଯୋଧ୍ୟା କ୍ୟାଣ୍ଟରୁ ନେପାଳର ଜନକପୁର ଧାମ ପର୍ଯ୍ୟନ୍ତ ପ୍ରାୟ ୬୦୪ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ପାଇଁ ପ୍ରାୟ ୧୯ ଘଣ୍ଟା ସମୟ ଲାଗିବ।

ଟ୍ରେନ୍ଟି ପ୍ରତି ସୋମବାର ସନ୍ଧ୍ୟା ୫ଟା ୫୦ରେ ଅଯୋଧ୍ୟା କ୍ୟାଣ୍ଟରୁ ଛାଡ଼ି ମଙ୍ଗଳବାର ନେପାଳ ସମୟ ଅନୁସାରେ ଅପରାହ୍ନ ୧୨ଟା ୪୦ରେ ଜନକପୁର ଧାମରେ ପହଞ୍ଚିବ।

ସେହିପରି ଫେରିବା ସମୟରେ ପ୍ରତି ଶନିବାର ଅପରାହ୍ନ ୧ଟା ୧୦ରେ ଜନକପୁର ଧାମରୁ ଟ୍ରେନ୍ ଛାଡ଼ି ରବିବାର ସକାଳ ୮ଟା ୧୦ରେ ଅଯୋଧ୍ୟା କ୍ୟାଣ୍ଟରେ ପହଞ୍ଚିବ।

ଏହି ୧୦ଟି ଷ୍ଟେସନରେ ରହିବ ଟ୍ରେନ୍

ଅଯୋଧ୍ୟାରୁ ଯାତ୍ରା ଆରମ୍ଭ କରିବା ପରେ ଟ୍ରେନ୍ଟି ଉତ୍ତରପ୍ରଦେଶ ଓ ବିହାରର ବିଭିନ୍ନ ପ୍ରମୁଖ ସହର ଦେଇ ନେପାଳରେ ପ୍ରବେଶ କରିବ। ଏହି ଯାତ୍ରାରେ ମୋଟ ୧୦ଟି ପ୍ରମୁଖ ଷ୍ଟେସନରେ ଟ୍ରେନ୍ ଅଟକିବ।

ଷ୍ଟେସନଗୁଡ଼ିକ ହେଉଛି:

  1. ଅଯୋଧ୍ୟା ଧାମ

  2. ମନକାପୁର

  3. ବସ୍ତି

  4. ଗୋରଖପୁର

  5. ନରକଟିଆଗଞ୍ଜ

  6. ରକ୍ସୌଲ

  7. ସୀତାମଢ଼ୀ

  8. ଶିଶୋ

  9. ମଧୁବନୀ

  10. ଜୟନଗର

୧୭ଟି କୋଚ୍ରେ ଯାତ୍ରା କରିବେ ୧,୧୫୮ ଯାତ୍ରୀ

ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ରେ ମୋଟ ୧୭ଟି ଏଲ୍ଏଚ୍ବି (LHB) କୋଚ୍ ରହିଛି। ଏକାସାଙ୍ଗରେ ପ୍ରାୟ ୧,୧୫୮ ଜଣ ଯାତ୍ରୀ ଏହି ଟ୍ରେନ୍ରେ ଯାତ୍ରା କରିପାରିବେ।

ଏହି ରେଳ ସେବା ଆରମ୍ଭ ହେବା ଫଳରେ ରାମାୟଣ ସର୍କିଟ୍ରେ ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ମିଳିବା ସହ ଭାରତ ଓ ନେପାଳ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

Latest News
୧୫,୫୧୦ କୋଟି ଟଙ୍କାରେ APL Apolloର ୨୬.୬% ଅଂଶଧନ କିଣିବ ଟାଟା ଷ୍ଟିଲ୍!

୧୫,୫୧୦ କୋଟି ଟଙ୍କାରେ APL Apolloର ୨୬.୬%...

ନୂଆଦିଲ୍ଲୀ: ଇସ୍ପାତ ଶିଳ୍ପ କ୍ଷେତ୍ରରେ ନିଜର ବ୍ୟବସାୟକୁ ଆ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜର-ବିଟ୍‌ର ୫ ସାମଗ୍ରୀରେ ତ୍ୱଚାକୁ ମିଳିବ ସତେଜତା?

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...

ପଞ୍ଜାବ ନିର୍ବାଚନ ୨୦୨୭ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, ଗଠନ କଲା ୧୯ ଜଣିଆ କମିଟି

ପଞ୍ଜାବ ନିର୍ବାଚନ ୨୦୨୭ ପାଇଁ ବିଜେପିର ବଡ଼...

ଚଣ୍ଡିଗଡ଼: ୨୦୨୭ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବ...

ବିସଲେରୀ ପାଣି ନମୁନା ‘ଅସୁରକ୍ଷିତ’ ଚିହ୍ନଟ ପରେ ଆକ୍ସନ୍‌ରେ ସରକାର; ଦେଶବ୍ୟାପୀ ଯାଞ୍ଚ ହେବ ପ୍ୟାକେଜ୍‌ଡ୍ ପାଣି ବ୍ରାଣ୍ଡ୍

ବିସଲେରୀ ପାଣି ନମୁନା ‘ଅସୁରକ୍ଷିତ’ ଚିହ୍ନଟ ପରେ...

ନୂଆଦିଲ୍ଲୀ: ପ୍ୟାକେଜ୍‌ଡ୍ ପାନୀୟ ଜଳର ଗୁଣବତ୍ତା ଓ ସ...

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ ନା ରୋବୋଟ୍? ଜାଣନ୍ତୁ ଡାକ୍ତରଙ୍କ ମତ

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ...

ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...

ଭରପେଟ ଖାଇବା ପରେ ବି କାହିଁକି ଲାଗେ ଭୋକ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଭରପେଟ ଖାଇବା ପରେ ବି କାହିଁକି ଲାଗେ...

ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...

ବିଧାନସଭାକୁ ଫେରିବ ବିଜେଡି! ହଟ୍ଟଗୋଳ ପରେ ସ୍ୱାଭାବିକ ହୋଇପାରେ ଗୃହ କାର୍ଯ୍ୟ

ବିଧାନସଭାକୁ ଫେରିବ ବିଜେଡି! ହଟ୍ଟଗୋଳ ପରେ ସ୍ୱାଭାବିକ...

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ? ଜାଣନ୍ତୁ HEPA ଓ କାର୍ବନ୍ ଫିଲ୍ଟରର ସମୟସୀମା

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ?...

ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...

Breaking News
ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ ଗଙ୍ଗା ଉପରେ ନିର୍ମାଣ ହେଲା ‘ନୀତୀଶ ସେତୁ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ! ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାରୁ ନେପାଳର ଜନକପୁରକୁ ଗଡ଼ିଲା ‘ସରଯୂ-କମଲା ଏକ୍ସପ୍ରେସ୍’, ଜାଣନ୍ତୁ ରୁଟ୍ ଓ ସମୟସୂଚୀ
+