କଟକ: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ସମୃଦ୍ଧ ସଂସ୍କୃତିର ପ୍ରତୀକ ଐତିହାସିକ ବାଲିଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରୂପାର ସହର କଟକ। ଆସନ୍ତା ନଭେମ୍ବର ୨୪ ତାରିଖରୁ ମହାନଦୀ କୂଳରେ ଆରମ୍ଭ ହେବ ଏହି ବିଶାଳ ମେଳା। ଏଥର ବାଲିଯାତ୍ରାକୁ ଉଦ୍ଘାଟନ କରିବେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସି କଟକ ବାଲିଯାତ୍ରାର ଶୁଭାରମ୍ଭ କରିବେ। ମହାନଦୀ କୂଳରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ବ୍ରଜ ମୋହନ ରାମ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ମହାମେଳା
ଚଳିତବର୍ଷ ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ଆୟୋଜିତ ହେବ। ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷ ପ୍ରାୟ ୬୦ ଏକର ଜମିରେ ମେଳା ଆୟୋଜନର ଯୋଜନା ରହିଛି।
ମେଳା ପାଇଁ ୫୦୦ରୁ ଅଧିକ ଷ୍ଟଲ୍ର ଜମି ଆବଣ୍ଟନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ପାରମ୍ପରିକ ଖାଦ୍ୟ, ବାଣିଜ୍ୟିକ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ମୁଖ୍ୟ ଆକର୍ଷଣ ରହିବ।
ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ବୋଇତରେ ସମୁଦ୍ର ପାର ହୋଇ ବାଲି, ଜାଭା, ସୁମାତ୍ରା ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶ ସହ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରୁଥିଲେ। ସେହି ଗୌରବମୟ ଇତିହାସକୁ ମନେ ପକାଇବା ପାଇଁ ପ୍ରତିବର୍ଷ କଟକରେ ବାଲିଯାତ୍ରା ଆୟୋଜିତ ହୋଇଥାଏ।
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରମ୍ପରା ସହ ଜଡ଼ିତ ଏହି ମହୋତ୍ସବ ଓଡ଼ିଆ ଜାତିର ନୌବାଣିଜ୍ୟ ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ଆଜି ମଧ୍ୟ ଜୀବନ୍ତ ରଖିଛି।
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ନୂଆଦିଲ୍ଲୀ: ଏସିଆରେ ଭାରତର ଶକ୍ତି ଓ ପ୍ରଭାବ ଆହୁରି ମଜବୁତ...
ନୂଆଦିଲ୍ଲୀ:ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆୟୋଜିତ...
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...
ନୂଆଦିଲ୍ଲୀ: ଭାରତ ଓ ଇରାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ...
ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ...