ନୂଆଦିଲ୍ଲୀ: ଇସ୍ପାତ ଶିଳ୍ପ କ୍ଷେତ୍ରରେ ନିଜର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ବଡ଼ ପଦକ୍ଷେପ ନେଇଛି ଟାଟା ଷ୍ଟିଲ୍। APL Apollo Tubes Ltdର ପ୍ରମୋଟର ଗ୍ରୁପ୍ର ୨୬.୬ ପ୍ରତିଶତ ଅଂଶଧନ ୧୫,୫୧୦ କୋଟି ଟଙ୍କାରେ କିଣିବା ପାଇଁ କମ୍ପାନୀ ଚୁକ୍ତି କରିଛି। ପ୍ରତି ସେୟାର ପିଛା ୨,୧୦୦ ଟଙ୍କା ଦରରେ ଏହି ଅଂଶଧନ କିଣାଯିବ ।
ଏହି ଚୁକ୍ତି ଟାଟା ଷ୍ଟିଲ୍ ଓ APL Apolloର ପ୍ରମୋଟର ଗ୍ରୁପ୍ ସହ ଜଡ଼ିତ SG Tech Engineering Private Ltd (SG Spectra) ମଧ୍ୟରେ ହୋଇଛି। ଏହି କାରବାର ପରେ ଟାଟା ଷ୍ଟିଲ୍ ଅତିରିକ୍ତ ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଓପନ୍ ଅଫର୍ ଆଣିବ। ଏଥିପାଇଁ ପ୍ରତି ସେୟାର ପିଛା ୨,୩୦୧.୪୦ ଟଙ୍କା ଦର ପ୍ରସ୍ତାବ ରହିଛି। ଉଭୟ କାରବାର ମିଶି ଟାଟା ଷ୍ଟିଲ୍ର ମୋଟ ପ୍ରସ୍ତାବିତ ନିବେଶ ୧୬,୭୫୬ କୋଟି ଟଙ୍କାରେ ପହଞ୍ଚିବ ।
ନିୟାମକ ଅନୁମୋଦନ ପରେ ହେବ କାରବାର
ଏହି ଅଧିଗ୍ରହଣ ପାଇଁ ଆବଶ୍ୟକ ନିୟାମକ ଅନୁମୋଦନ ମିଳିବା ଜରୁରୀ। ଆସନ୍ତା କିଛି ମାସ ମଧ୍ୟରେ ଅନୁମୋଦନ ମିଳିବ ବୋଲି ଟାଟା ଷ୍ଟିଲ୍ ଆଶା ରଖିଛି। ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ସମଗ୍ର କାରବାର ସମ୍ପୂର୍ଣ୍ଣ କରିବାକୁ କମ୍ପାନୀ ଯୋଜନା କରିଛି।
ଡାଉନ୍ଷ୍ଟ୍ରିମ୍ ଇସ୍ପାତ ଉତ୍ପାଦ କ୍ଷେତ୍ରରେ ବଢ଼ିବ ଉପସ୍ଥିତି
ଏହି ଅଧିଗ୍ରହଣ ଦ୍ୱାରା ଷ୍ଟିଲ୍ ଟ୍ୟୁବ୍ ଓ କଲର୍-କୋଟେଡ୍ ଉତ୍ପାଦ ଭଳି ଡାଉନ୍ଷ୍ଟ୍ରିମ୍ ଇସ୍ପାତ ଉତ୍ପାଦ କ୍ଷେତ୍ରରେ ଟାଟା ଷ୍ଟିଲ୍ର ବ୍ୟବସାୟ ଆହୁରି ମଜବୁତ ହେବ। APL Apolloକୁ ଏହି କ୍ଷେତ୍ରରେ ବ୍ୟବସାୟ ବଢ଼ାଇବା ପାଇଁ ଏକ ମୁଖ୍ୟ ମଞ୍ଚ ଭାବେ ବ୍ୟବହାର କରିବ ଟାଟା ଷ୍ଟିଲ୍ ।
୨୦୩୫ ସୁଦ୍ଧା ୧୫.୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଲକ୍ଷ୍ୟ
ଉଭୟ କମ୍ପାନୀର ମିଳିତ ବ୍ୟବସାୟ ୨୦୩୫ ସୁଦ୍ଧା ବାର୍ଷିକ ୧୫.୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ୯ ନିୟୁତ ଟନ୍ ଷ୍ଟିଲ୍ ଟ୍ୟୁବ୍ ଓ ୬.୫ ନିୟୁତ ଟନ୍ କଲର୍-କୋଟେଡ୍ ଉତ୍ପାଦ ଉତ୍ପାଦନ କରିବାର ଯୋଜନା ରହିଛି।
ଟାଟା ଷ୍ଟିଲ୍ର କହିବା ଅନୁଯାୟୀ, ଏହି ମିଶ୍ରଣ ଦ୍ୱାରା ଉତ୍ପାଦନ କ୍ଷମତାର ଉପଯୋଗ ବଢ଼ିବା ସହ ଖର୍ଚ୍ଚ ଓ ଲାଭରେ ସୁଧାର ଆସିବ। ଏହା ଦୁଇ କମ୍ପାନୀର ଶକ୍ତିକୁ ଏକାଠି କରି ଇସ୍ପାତ ଉତ୍ପାଦ କ୍ଷେତ୍ରରେ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ।
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ...
ଭୁବନେଶ୍ୱର:ରାଜ୍ୟରେ ଧୀରେ ଧୀରେ ଶୀତର ଆଗମନ ହେଉଛି। କାର୍ତ...
ଗଞ୍ଜାମ: ବାତ୍ୟା ପରେ ଚାଷୀଙ୍କ ଦୁର୍ଦ୍ଦଶା ବୁଝିବାକୁ ଚାଷଜ...
ନୂଆଦିଲ୍ଲୀ: ଏସିଆରେ ଭାରତର ଶକ୍ତି ଓ ପ୍ରଭାବ ଆହୁରି ମଜବୁତ...
ନୂଆଦିଲ୍ଲୀ: ଭାରତ ଓ ଇରାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ...
କଟକ: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ସମୃଦ୍ଧ ସଂସ୍...
ପୁରୀ: ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଚଳଚଞ୍ଚଳ...
ନୂଆଦିଲ୍ଲୀ:ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆୟୋଜିତ...