ସମ୍ବଲପୁର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ୧୨୦୦ କେଜି ଗଞ୍ଜେଇଜବତ କରାଯାଇଛି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯିବା ସହ ଏକ କଣ୍ଟେନର ମଧ୍ୟ ଜବତ ହୋଇଛି।
ସୂଚନା ଅନୁସାରେ, ଏକ କଣ୍ଟେନର ଯୋଗେବରଗଡ଼ରୁ ଝାରଖଣ୍ଡକୁବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା। ଏନେଇ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗର ଟିମ୍ ଶାସନ ଟୋଲଗେଟ୍ ନିକଟରେ କଣ୍ଟେନରଟିକୁ ଅଟକାଇବାକୁ ଉଦ୍ୟମ କରିଥିଲା।
ତେବେ ଅବକାରୀ ଟିମ୍କୁ ଦେଖି କଣ୍ଟେନର ଡ୍ରାଇଭର ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଅବକାରୀ ଅଧିକାରୀମାନେ କଣ୍ଟେନରକୁ ପିଛା କରିବା ପରେ ଶେଷରେ ଗାଡ଼ିଟିକୁ କାବୁ କରିଥିଲେ।
କଣ୍ଟେନରରେ ଯାଞ୍ଚ କରିବା ପରେ ଅଧିକାରୀମାନେ ଏକଗୁପ୍ତ ଚାମ୍ବରଥିବା ଜାଣିବାକୁ ପାଇଥିଲେ। ଏହି ଗୁପ୍ତ କୋଠରୀ ଭିତରୁ୪୮ ବସ୍ତା ଗଞ୍ଜେଇଉଦ୍ଧାର କରାଯାଇଛି। ଏହାର ମୋଟ ଓଜନ ପ୍ରାୟ ୧୨୦୦ କେଜି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ୧ କୋଟି ଟଙ୍କାରୁ ଅଧିକହେବ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ତେବେ ଏହି ବଡ଼ ଧରଣର ଗଞ୍ଜେଇ ଚାଲାଣ ପଛରେ ଆଉ କେଉଁମାନେ ରହିଛନ୍ତି ଏବଂ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ଅଧିକ ତଦନ୍ତ ଜାରି ରହିଛି।
ରାଜ୍ୟରେ ଅବୈଧ ମାଦକ ଦ୍ରବ୍ୟ କାରବାର ଉପରେ ରୋକ୍ ଲଗାଇବା ଦିଗରେ ଏହି ଜବତିକୁ ଅବକାରୀ ବିଭାଗର ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଭାରତୀୟ ଫୁଟବଲ୍‌ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ପ...
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଲା ଲିଗାରେ ଭାଲେନ୍ସିଆ ବିପକ୍ଷରେ ବାର୍ସେଲୋନାର ବଡ଼ ବିଜୟ...
ପାକିସ୍ତାନ କ୍ରିକେଟ୍‌ ଏବେ ଖରାପ ପ୍ରଦର୍ଶନକୁ ନେଇ ଚ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ଭାରତୀୟ କ୍ରିକେଟ୍‌ ଦଳରେ ପରିବର୍ତ୍ତନ ହୋଇଛି। ଆହତ ସ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...