ଲା ଲିଗାରେ ଭାଲେନ୍ସିଆ ବିପକ୍ଷରେ ବାର୍ସେଲୋନାର ବଡ଼ ବିଜୟ ପରେ ଏବେ ଏକ ଟିପ୍ପଣୀକୁ ନେଇ ବିବାଦ ଦେଖାଦେଇଛି। ବାର୍ସେଲୋନା ମିଡ୍ଫିଲ୍ଡର ରୋଡ୍ରି ଭାଲେନ୍ସିଆକୁ ନେଇ କରିଥିବା କଥିତ ଟିପ୍ପଣୀ ପାଇଁ ଦୁଃଖ ପ୍ରକାଶ କରିବା ସହ ମାପ ମାଗିଛନ୍ତି।
ରବିବାର ମେସ୍ତାୟା ଷ୍ଟାଡିୟମ୍ରେ ବାର୍ସେଲୋନା ୫-୦ ଗୋଲ୍ରେ ଭାଲେନ୍ସିଆକୁ ପରାସ୍ତ କରିଥିଲା। ମ୍ୟାଚ୍ ସମୟରେ ରୋଡ୍ରିଙ୍କୁ ବଦଳାଯିବା ପରେ ସେ ବେଞ୍ଚରେ ବସିଥିବା ବେଳେ ଦଳୀୟ ସାଥୀ ପାଉ କୁବାର୍ସି ଏବଂ ରାଫିନ୍ହାଙ୍କ ସହ କଥା ହେଉଥିଲେ।
ଏହି ସମୟର ଟିଭି ଫୁଟେଜ୍ରେ ରୋଡ୍ରି ଭାଲେନ୍ସିଆକୁ ‘ବହୁତ ଦୁର୍ବଳ’ ବୋଲି କହିଥିବା ଦାବି କରାଯାଇଥିଲା। ଫୁଟେଜ୍ରେ ଶବ୍ଦ ଶୁଣାଯାଉନଥିଲେ ମଧ୍ୟ, ପ୍ରସାରଣକାରୀ ସଂସ୍ଥା ତାଙ୍କ ଠୋଠର ଗତି ପଢ଼ି ଏଭଳି ଟିପ୍ପଣୀ କରାଯାଇଥିବା ଦାବି କରିଥିଲା।
ଏହା ପରେ ରୋଡ୍ରିଙ୍କୁ ନେଇ ସ୍ପେନ୍ର କିଛି ମିଡିଆ ଏବଂ ଭାଲେନ୍ସିଆ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତାଙ୍କ ଟିପ୍ପଣୀକୁ ଭାଲେନ୍ସିଆ ପ୍ରତି ଅସମ୍ମାନଜନକ ବୋଲି କୁହାଯାଇଥିଲା।
ତେବେ ଚାମ୍ପିଅନ୍ସ ଲିଗ୍ରେ ବାର୍ସେଲୋନାର ୫-୧ ବିଜୟ ପରେ ରୋଡ୍ରି ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଛନ୍ତି ଯେ, ସ୍ପେନ୍ର ଡିଫେଣ୍ଡର ତଥା ଭାଲେନ୍ସିଆ କ୍ୟାପ୍ଟେନ୍ ଜୋସେ ଗାୟାଙ୍କୁ ଏବଂ ପୂରା ଭାଲେନ୍ସିଆ ଦଳକୁ ସେ ମାପ ମାଗିଛନ୍ତି।
ରୋଡ୍ରିଙ୍କ କହିବା ଅନୁସାରେ, ତାଙ୍କ କଥା କେବଳ ମ୍ୟାଚ୍ର ପରିସ୍ଥିତିକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବାର ଏକ ଅଭିବ୍ୟକ୍ତି ଥିଲା। କାହାକୁ ଉପହାସ କରିବା କିମ୍ବା ଭାଲେନ୍ସିଆର କଷ୍ଟକର ସ୍ଥିତିକୁ ନେଇ ମଜା କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଭାଲେନ୍ସିଆ ସ୍ପେନ୍ର ଏକ ବଡ଼ କ୍ଲବ୍ ଏବଂ ଦଳ ଖୁବ୍ଶୀଘ୍ର ଲା ଲିଗାରେ ନିଜର ପୁରୁଣା ସ୍ଥାନକୁ ଫେରିଆସୁ ବୋଲି ସେ ଚାହାନ୍ତି।
ରୋଡ୍ରି ଏହା ମଧ୍ୟ କହିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ କଥାବାର୍ତ୍ତା ଥିଲା ଏବଂ ଏଭଳି କଥାକୁ ପରିପ୍ରେକ୍ଷିତରୁ ବାହାର କରି ଦେଖାଯିବା ଠିକ୍ ନୁହେଁ। ତଥାପି ତାଙ୍କ କଥାରେ ଯଦି ଭାଲେନ୍ସିଆ ଦଳ କିମ୍ବା ସମର୍ଥକମାନେ ଆଘାତ ପାଇଥାନ୍ତି, ସେଥିପାଇଁ ସେ ପୁଣିଥରେ ଦୁଃଖ ପ୍ରକାଶ କରିଛନ୍ତି।
ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...
ଧନତେରସ ଆସିଲେ ସୁନା କିଣିବାର ପରମ୍ପରା ଭାରତୀୟ ପରିବାରରେ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ପରେ ଭାରତୀୟ ସେୟ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...