ଗଞ୍ଜାମ ଜିଲ୍ଲାରେ ବଢ଼ୁଥିବା ସମୁଦ୍ର କ୍ଷୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ୩୩୨ କୋଟି ଟଙ୍କାର ଏକ Detailed Project Report (DPR)ପ୍ରସ୍ତୁତ ହୋଇଛି। ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନେ ଚେନ୍ନାଇସ୍ଥିତ National Institute of Ocean Technology (NIOT) ସହ ପରାମର୍ଶ କରି ଏହି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।
ପ୍ରସ୍ତାବିତ ଯୋଜନା ଅନୁସାରେସାନ ଆର୍ଯ୍ୟପଲ୍ଲୀରୁ ୩.୮ କିଲୋମିଟର ଉପକୂଳ ଅଞ୍ଚଳରେ ୧୧ଟି ଗ୍ରୋଏନ୍ନିର୍ମାଣ କରାଯିବ। ସମୁଦ୍ରର ଅଗ୍ରଗତି ଓ ଉପକୂଳ କ୍ଷୟ ଯୋଗୁଁ ଅନେକ ମତ୍ସ୍ୟଜୀବୀ ଗାଁର ଲୋକେ ଚିନ୍ତାରେ ଥିବାବେଳେ ଏହି ଯୋଜନାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ସ୍ଥାୟୀ ଯୋଜନାକୁ ଅନୁମୋଦନ ମିଳିବା ପୂର୍ବରୁ ଗଞ୍ଜାମ ପ୍ରଶାସନ ତୁରନ୍ତ ସମୁଦ୍ର କ୍ଷୟ ରୋକିବା ପାଇଁଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ସାନ ଆର୍ଯ୍ୟପଲ୍ଲୀରୁ କେ. ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଉପକୂଳରେ ପଥର ପ୍ୟାକିଂ କାମଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି।
ସୋମବାର ସନ୍ଧ୍ୟାରେ ସରକାରୀ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ ଓ ସମୁଦ୍ର କ୍ଷୟରେ ପ୍ରଭାବିତ ଗ୍ରାମବାସୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏହା ପୂର୍ବରୁ ବଡ଼ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ, କେ. ଆର୍ଯ୍ୟପଲ୍ଲୀ ଓ କାତୁରୁ ଗ୍ରାମର ଲୋକେ ମୁଖ୍ୟ ବନ୍ଦର ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଧାରଣାକୁ ସ୍ଥଗିତ କରାଯାଇଥିଲା।
ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭିଙ୍କ ନିର୍ଦ୍ଦେଶକ୍ରମେ ବନ୍ଦର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ବେଳାଭୂମିରେ ପଥର ପ୍ୟାକିଂ କାମ ଆରମ୍ଭ କରିବାକୁ କୁହାଯାଇଛି।
କାମର ତଦାରଖ ଓ ଅଗ୍ରଗତି ଯାଞ୍ଚ ପାଇଁଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟିଗଠନ କରାଯାଇଛି। କମିଟି ପ୍ରତି ମାସରେ ଜିଲ୍ଲାପାଳଙ୍କୁ କାମର ଅଗ୍ରଗତି ନେଇ ରିପୋର୍ଟ ଦେବ।
ଗ୍ରାମବାସୀମାନେ ସ୍ଥାୟୀ ସମୁଦ୍ର କ୍ଷୟ ନିରୋଧୀ ଯୋଜନା ସହ ମତ୍ସ୍ୟଜୀବୀଙ୍କ ପାଇଁ ଫିସିଂ ଜେଟି, ରାସ୍ତା ମରାମତି ଓ ଆଲୋକୀକରଣ ଭଳି ଦାବି ମଧ୍ୟ ରଖିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ କିଛି ସମୟ ମଧ୍ୟରେ ସମୁଦ୍ର କ୍ଷୟ ଆହୁରି ତୀବ୍ର ହୋଇଛି ଏବଂ ପର୍ଯ୍ୟାପ୍ତ ପ୍ରତିରୋଧକ ପଦକ୍ଷେପ ନିଆଯାଇନାହିଁ। ପୂର୍ବତନ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ କେ. ଆଲେୟାଙ୍କ କହିବା ଅନୁସାରେ, ୨୦୦୬ରେ ବନ୍ଦର ପକ୍ଷରୁ ୧୧ଟି ଗ୍ରୋଏନ୍ ନିର୍ମାଣର ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମାତ୍ର୩ଟି ଗ୍ରୋଏନ୍ନିର୍ମାଣ ହୋଇଛି। ସମୁଦ୍ର କ୍ଷୟ ଯୋଗୁଁ ପୂର୍ବରୁ ସମୁଦ୍ରଠାରୁ ଏକ କିଲୋମିଟରରୁ ଅଧିକ ଦୂରରେ ଥିବା କାତୁରୁ ଓ ସାନ ଆର୍ଯ୍ୟପଲ୍ଲୀ ଏବେ ସମୁଦ୍ରର ଅତି ନିକଟକୁ ଚାଲିଆସିଥିବା ଗ୍ରାମବାସୀ କହିଛନ୍ତି।
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...