Prakash Paswan in Rourkela Circuit House firearm case

ରାଉରକେଲା ସର୍କିଟ୍ ହାଉସ୍‌ର CCTVରେ କ’ଣ ରହିଛି? ଫୁଟେଜ୍ ସାର୍ବଜନୀନ କରିବାକୁ ଦାବି କଲେ ପ୍ରକାଶ ପାଶୱାନ

ରାଉରକେଲା ସର୍କିଟ୍ ହାଉସ୍‌ରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ବିହାରରୁ ଗିରଫ କରାଯାଇ ଦୁଇ ଦିନ ଧରି ପଚରାଉଚରା କରାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ, ସର୍କିଟ୍ ହାଉସ୍‌ର ରିକ୍ୱିଜିସନ୍ ରେଜିଷ୍ଟର ଓ CCTV ଫୁଟେଜ୍ ସାର୍ବଜନୀନ କରିବାକୁ ପାଶୱାନ ଦାବି କରିଛନ୍ତି।

ରାଉରକେଲା ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଗୁଳି ଜବତ ଘଟଣାର ତଦନ୍ତକୁ ନେଇ ଚର୍ଚ୍ଚା ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ବିହାରରୁ ଗିରଫ କରାଯିବା ପରେ ପୁଲିସ ତାଙ୍କୁ ଦୁଇ ଦିନ ଧରି ପଚରାଉଚରା କରିଛି। ପଚରାଉଚରା ସମୟରେ ସେ କିଛି ଭ୍ରମାତ୍ମକ ତଥ୍ୟ ଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆବଶ୍ୟକ ହେଲେ ତାଙ୍କୁ ପୁଣି ରିମାଣ୍ଡରେ ନେଇ ପଚରାଉଚରା କରାଯାଇପାରେ।

ପାଶୱାନଙ୍କ ଗିରଫ ପରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ରାଉରକେଲା ସହରରେ ପାଶୱାନଙ୍କ ବିରୋଧରେ ରୁଜୁ ମାମଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ଏପଟେ ଜନ୍ ନାୟକ ଓ ଅମିତ ନାୟକଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିଛି। ରବିବାର ଏନେଇ କୋର୍ଟରୁ କୌଣସି ନିଷ୍ପତ୍ତି ମିଳିନଥିବାରୁ ସୋମବାର ପୁଲିସ ପୁଣି ରିମାଣ୍ଡ ଆବେଦନ କରିବା ସମ୍ଭାବନା ରହିଛି।

ଅନ୍ୟପଟେ, ପ୍ରକାଶ ପାଶୱାନଙ୍କ ସହ ସମ୍ପୃକ୍ତ ଅନ୍ୟ ଏକ ଘଟଣାରେ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ତାଙ୍କ କାର୍ଯ୍ୟାଳୟକୁ ବନ ବିଭାଗ ସିଲ୍ କରିଛି। କାର୍ଯ୍ୟାଳୟଟି ବେଆଇନ ଭାବେ ନିର୍ମାଣ ହୋଇଥିବା ବିଭାଗ ଅଭିଯୋଗ କରିଛି। ଅଗଷ୍ଟ ୩୧ ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ଦେବାକୁ ପାଶୱାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନମିଳିଲେ କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇପାରେ।

ତେବେ ସର୍କିଟ୍ ହାଉସ୍ ଘଟଣାକୁ ନେଇ ପାଶୱାନ ପୂର୍ବରୁ ସର୍କିଟ୍ ହାଉସ୍ରରିକ୍ୱିଜିସନ୍ ରେଜିଷ୍ଟର ଓ CCTV ଫୁଟେଜ୍ ସାର୍ବଜନୀନ କରିବାକୁ ଦାବିକରିଥିଲେ।

ପାଶୱାନଙ୍କ କହିବା ଅନୁଯାୟୀ, ଗତ ମାସର ୨୧, ୨୨ ଓ ୨୩ ତାରିଖରେ ତାଙ୍କର ଦୁଇ ଜଣ ବନ୍ଧୁ ଭୁବନେଶ୍ୱରରୁ ଆସିଥିଲେ। ସେମାନଙ୍କ ନାମରେ ସର୍କିଟ୍ ହାଉସ୍ ବୁକିଂ ହୋଇଥିଲା। ସେମାନେ ସେଠାରେ ରହିବା ସହ ନିୟମ ଅନୁସାରେ ରହଣି ଓ ଖାଦ୍ୟର ବିଲ୍ ପୈଠ କରିଥିଲେ। ପରେ ଚାବି ହସ୍ତାନ୍ତର କରି ସେମାନେ ଚାଲିଯାଇଥିଲେ। ଏହି ଘଟଣା ସହ ନିଜର କୌଣସି ସମ୍ପର୍କ ନଥିବା ପାଶୱାନ ଦାବି କରିଛନ୍ତି।

Latest News
‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ ମୁସଲିମଙ୍କ ପ୍ରବେଶ ରୋକିବା ଦାବିକୁ ନିତେଶ ରାଣେଙ୍କ ସମର୍ଥନ

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ...

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ ଅଭିନେତା ଶିବ ରାଜକୁମାର

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ...

କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...

ଆକାଶଛୁଆଁ ବିମାନ ଇନ୍ଧନ ଦର: ଖର୍ଚ୍ଚ କମାଇବାକୁ ଫ୍ଲାଇଟ୍ କମାଉଛନ୍ତି ଏୟାରଲାଇନ୍ସ

ଆକାଶଛୁଆଁ ବିମାନ ଇନ୍ଧନ ଦର: ଖର୍ଚ୍ଚ କମାଇବାକୁ...

ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭ ଦିନରେ ୫୨ ପାକ୍‌ ଯବାନ ନିହତ

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭...

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

ୱେଟରରୁ ₹୮,୦୦୦ କୋଟିର କ୍ରୁଜ୍ ବ୍ୟବସାୟ! ଜାଣନ୍ତୁ Austrian CEO Jurgen Bailomଙ୍କ ସଫଳତାର କାହାଣୀ

ୱେଟରରୁ ₹୮,୦୦୦ କୋଟିର କ୍ରୁଜ୍ ବ୍ୟବସାୟ! ଜାଣନ୍ତୁ...

ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...

Air Indiaରେ ଆହୁରି ଟଙ୍କା ଲଗାଇବା ପୂର୍ବରୁ ଅଧିକ ଅଧିକାର ଚାହିଁପାରେ Singapore Airlines

Air Indiaରେ ଆହୁରି ଟଙ୍କା ଲଗାଇବା ପୂର୍ବରୁ...

ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ମାଡ଼ି ଆସିବ ଅଜଣା ରୋଗ, ଜନ୍ମ ନେବେ ‘ସୁପରହ୍ୟୁମାନ୍’!

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ!...

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ ଟାର୍ଗେଟ୍; ‘ସିନେମା’ ଷ୍ଟାଇଲ୍‌ରେ ରାଜନୀତିର ନୂଆ ଅଧ୍ୟାୟ

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ...

ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ ହକ୍‌ଙ୍କ ଘରେ ED ଚଢ଼ାଉ, ‘ରାଜନୈତିକ ପ୍ରତିଶୋଧ’ କହିଲା TMC

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ...

ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...

₹୯,୮୨୫ କୋଟି ଉଠାଇବ Adani Airports, ୫.୫୪% ଅଂଶଧନ ବିକ୍ରି ଖବରରେ Adani Enterprises ଶେୟର ୫% ବଢ଼ିଲା

₹୯,୮୨୫ କୋଟି ଉଠାଇବ Adani Airports, ୫.୫୪%...

ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+