ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବୁଧବାର ଘୋଷଣା କରିଛି ଯେ, ମୋନେଟାରି ପଲିସି କମିଟି (MPC) ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ସେହିପରି ବ୍ୟାଙ୍କ ତାହାର‘ନ୍ୟୁଟ୍ରାଲ୍’ ମୋନେଟାରି ପଲିସି ରୁଖମଧ୍ୟ ଜାରି ରଖିଛି।
RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା, ଏଲ୍ ନିନୋର ପ୍ରଭାବ, ଭୂ-ରାଜନୈତିକ ଅସ୍ଥିରତା ଓ ବିଶ୍ୱ ବାଣିଜ୍ୟ ନୀତି ସମ୍ବନ୍ଧୀୟ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
RBIStanding Deposit Facility (SDF)ହାରକୁ ୫% ଏବଂMarginal Standing Facility (MSF)ସହ ବ୍ୟାଙ୍କ ରେଟ୍କୁ ୫.୫%ରେ ଅପରିବର୍ତ୍ତିତ ରଖିଛି।
ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ, ଖାଦ୍ୟ ଓ ଇନ୍ଧନ ଦାମ ବୃଦ୍ଧି କାରଣରୁ ମୁଖ୍ୟ ମୁଦ୍ରାସ୍ଫୀତିରେ ଚାପ ରହିବ। ତେବେ କୋର୍ ଇନ୍ଫ୍ଲେସନ୍ ନିୟନ୍ତ୍ରଣରେ ରହିବା ସହ ଆଗାମୀ ଦିନରେ ହ୍ରାସ ପାଇବ ବୋଲି RBI ଆଶା କରିଛି।
RBI FY27 ପାଇଁCPI ମୁଦ୍ରାସ୍ଫୀତି ଆକଳନକୁ ୫%କରିଛି, ଯାହା ପୂର୍ବ ଆକଳନଠାରୁ ୦.୧ ପ୍ରତିଶତ କମ୍।
ତ୍ରୈମାସିକ ଆକଳନ ଅନୁଯାୟୀ—
RBI କହିଛି ଯେ, ଏଲ୍ ନିନୋ ଯୋଗୁଁ ବର୍ଷାର ଅନିୟମିତତା କୃଷି କ୍ଷେତ୍ର ପାଇଁ ବଡ଼ ବିପଦ ହୋଇପାରେ। ତଥାପି ସରକାରଙ୍କ ଜଳ ସଂରକ୍ଷଣ, ଫସଲ ବିବିଧୀକରଣ ଓ ସ୍ୱଳ୍ପ ଅବଧିର ଫସଲ ପ୍ରୋତ୍ସାହନ ପଦକ୍ଷେପ ଏହାର ପ୍ରଭାବକୁ କମାଇବ ବୋଲି RBI ଆଶା କରିଛି।
ଏହାସହ ବିଶ୍ୱ ତୈଳ ବଜାରରେ ଅସ୍ଥିରତା, ପଶ୍ଚିମ ଏସିଆର ସଂଘର୍ଷ ଏବଂ ବିଶ୍ୱ ସପ୍ଲାଇ ଚେନ୍ର ଅନିଶ୍ଚିତତାକୁ ମଧ୍ୟ RBI ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଲ୍ଲେଖ କରିଛି।
ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା...
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ବନ୍ୟା ବିପତ୍ତିରୁ ଓଡ଼ିଶା ଧୀରେ ଧୀରେ ମୁକୁଳୁଥିବା ବେଳେ ପ...
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...
ଭୁବନେଶ୍ୱର:ବନ୍ୟାର ବିପର୍ଯ୍ୟୟରୁ ଓଡ଼ିଶା ଧୀରେ ଧୀରେ ମୁକୁ...