ଭୁବନେଶ୍ୱର:ବନ୍ୟାର ବିପର୍ଯ୍ୟୟରୁ ଓଡ଼ିଶା ଧୀରେ ଧୀରେ ମୁକୁଳୁଥିବା ବେଳେ ପୁଣି ଭାରି ବର୍ଷାର ଆଶଙ୍କା ବଢ଼ିଛି। ରବିବାର ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ବର୍ଷା ନେଇ ସତର୍କତା ଜାରି କରିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଧିକାଂଶ ଜିଲ୍ଲା ପାଇଁYellow Alertଜାରି କରାଯାଇଛି। ଭାରି ବର୍ଷା ସହ ଘଡ଼ଘଡ଼ି, ବଜ୍ରପାତ ଏବଂ ଝଟକା ପବନ ହୋଇପାରେ। ତେଣୁ ଲୋକଙ୍କ ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ ସୋମବାର ରାଜ୍ୟର ଅନେକ ସ୍ଥାନରେଭାରିରୁ ଅତିଭାରି ବର୍ଷାହୋଇପାରେ। ମୋଟ ୨୩ଟି ଜିଲ୍ଲାରେ ଭାରି ବର୍ଷାର ସମ୍ଭାବନା ଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ାକୁ ଏହି ଦିନର ବର୍ଷା ସତର୍କତାରୁ ବାଦ ଦିଆଯାଇଛି।
ଅଗଷ୍ଟ ୪ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିବ। ଏହି ଦିନ ୨୪ଟି ଜିଲ୍ଲା ପାଇଁ Yellow Alert ଜାରି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାହୋଇପାରେ।
ଅଗଷ୍ଟ ୫ରେ ବର୍ଷାର ତୀବ୍ରତା ସାମାନ୍ୟ କମିବାର ଆଶା ରହିଛି। ତଥାପି ୨୧ଟି ଜିଲ୍ଲା Yellow Alert ଅଧୀନରେ ରହିବ।
ସଦ୍ୟ ବନ୍ୟାର ସାମ୍ନା କରିଥିବା ଅଞ୍ଚଳଗୁଡ଼ିକରେ ପୁଣି ବର୍ଷା ହେଲେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ଅଧିକ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି ରଖିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ ତିନି ଦିନ ପାଇଁଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାକୁ Yellow Alertଅଧୀନରେ ରଖାଯାଇଛି। ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବା ସମ୍ଭାବନା ରହିଛି।
ଏହାସହ ପବନର ବେଗଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟରପର୍ଯ୍ୟନ୍ତ ରହିପାରେ। ତେଣୁ ବଜ୍ରପାତ ସମୟରେ ଲୋକଙ୍କୁ ଖୋଲା ସ୍ଥାନ, ଗଛ ତଳ ଏବଂ ଦୁର୍ବଳ ଗଠନଠାରୁ ଦୂରେ ରହିବାକୁ ସତର୍କ କରାଯାଇଛି।
୨୦୨୭ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ନିଜର ସା...
ହାଇୱେ କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ...
ଯୁବ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରିରେ ଅଧିକ salary ପାଇ...
ବାୟୁ ପ୍ରଦୂଷଣ କେବଳ ଫୁସଫୁସ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନୁହ...
୭ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଓଡ଼ିଶା ଫେରିବେ ବିଜୁ...
ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଅଧିକ...
ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ପ୍ରଭ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ଓଡ଼ିଶାରୁ ଲଣ୍ଡନ ଏବଂ ଲଣ୍ଡନର ଅନ୍ତର୍ଜାତୀୟ ଫ୍ୟାଶନ ରନୱେର...