ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରିଥିବା ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ସୁରେଶ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସହ ବନ୍ୟା ପରିଚାଳନାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଉଛନ୍ତି। ସରକାର ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ସହ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ୨୪ ବର୍ଷ ରାଜ୍ୟ ଶାସନ କରିଥିବା ନବୀନ ପଟ୍ଟନାୟକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ କେବଳ ବୟାନବାଜି କରୁଛନ୍ତି। ବିପର୍ଯ୍ୟୟ ସମୟରେ ରାଜନୀତି ନ କରି ଲୋକଙ୍କ ସହ ଛିଡ଼ା ହେବାକୁ ସେ ବିରୋଧୀ ଦଳ ନେତାଙ୍କୁ ପରାମର୍ଶ ଦେଇଛନ୍ତି।
ଏହା ପୂର୍ବରୁ ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କ ଦୁର୍ଦ୍ଦଶା ଏବଂ ସରକାରୀ ଅବହେଳାର ଅଭିଯୋଗ ମଧ୍ୟ କରିଥିଲେ।
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଅମୃତସର:ଜଗତ ଜ୍ୟୋତ୍ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସତ୍କାର (ସ...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଲାର୍ଜ ସାଇଜ୍ଡ ଆଦିବାସୀ ମଲ୍ଟି...
ଚଣ୍ଡିଗଡ଼:ଚଣ୍ଡିଗଡ଼ର ସେକ୍ଟର-୪୨ରେ ଶନିବାର ଏକ ଘର ଖାଲି କ...
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧମା’ ତାରାତାରିଣୀ ପୀଠକୁ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତଗାୟତ୍ରୀ ବ...
ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା...