ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କେତେକ ସ୍ଥାନର ବାସ୍ତବ ଚିତ୍ର ଭିନ୍ନ କାହାଣୀ କହୁଛି। କେନ୍ଦ୍ରାପଡ଼ା ଜିଲ୍ଲାରରାଜନଗର ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବେ ଗୁରୁତର ସମସ୍ୟା ପାଲଟିଛି।
୨୦୨୨ ମସିହାରୁ ଅସ୍ଥାୟୀ ଭାବେ ରାଜନଗର ହାଇସ୍କୁଲରେ ଚାଲୁଥିବା ଏହି ବିଦ୍ୟାଳୟ ପାଇଁ ନୂଆ କ୍ୟାମ୍ପସ ନିର୍ମାଣ ହୋଇଛି। ଆଧୁନିକ ଶ୍ରେଣୀଗୃହ ଓ ଉନ୍ନତ ପରିକାଠାମୋ ଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି।
ବର୍ତ୍ତମାନ ବିଦ୍ୟାଳୟର ୫ଟି ଶ୍ରେଣୀରେ ପ୍ରାୟ୪୦୦ ଛାତ୍ରଛାତ୍ରୀଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢ଼ାଇବା ପାଇଁ ମାତ୍ର୩ ଜଣ ଶିକ୍ଷକକାର୍ଯ୍ୟରତ ଅଛନ୍ତି। ସେଥିରେ ଜଣେ କମ୍ପ୍ୟୁଟର ଶିକ୍ଷକ ଓ ଦୁଇଜଣ ସାମାଜିକ ବିଜ୍ଞାନ ଶିକ୍ଷକ ରହିଛନ୍ତି।
ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ ସାହିତ୍ୟ, ହିନ୍ଦୀ ଏବଂ ସଂସ୍କୃତ ଭଳି ମୁଖ୍ୟ ବିଷୟରେ କୌଣସି ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିୟମ ଅନୁସାରେ ପ୍ରତି ୨୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବା କଥା। କିନ୍ତୁ ଏହି ବିଦ୍ୟାଳୟରେ ମୋଟ ୧୧ଟି ଶିକ୍ଷକ ପଦ ଥିବା ବେଳେ ଅଧିକାଂଶ ପଦ ଖାଲି ପଡ଼ିଛି। ଏକକାଳୀନ ୭ ଜଣ ଶିକ୍ଷକଙ୍କ ବଦଳି ପରେ ଏହି ସଙ୍କଟ ଆହୁରି ଗଭୀର ହୋଇଛି।
ଅଭିଭାବକମାନେ କହିଛନ୍ତି ଯେ, ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ବିଷୟ ପାଇଁ ତୁରନ୍ତ ଯୋଗ୍ୟ ଶିକ୍ଷକ ନିଯୁକ୍ତି କରାଯାଉ।
ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ଉଚ୍ଚମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁଁ ସେହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି।
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...