ଡିଜେଲ ଲିଟର ପିଛା ୪୩ ଟଙ୍କାର ବୋଝ ନିଜେ ବହନ କଲେ ସରକାର! ଚାଷୀଙ୍କୁ ଆଶ୍ୱସ୍ତି ଦେଲେ ମୋଦୀ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ଚାଷୀ ଓ ସାଧାରଣ ଲୋକଙ୍କ ଉପରେ ଅଧିକ ଆର୍ଥିକ ବୋଝ ନ ପକାଇବାକୁ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
 Narendra Modi
Narendra Modi

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଦେଶରେ ଡିଜେଲ ଦର ଉପରେ ପଡ଼ିପାରୁଥିବା ବଡ଼ ପ୍ରଭାବକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀ ଓ ସାଧାରଣ ଗ୍ରାହକଙ୍କୁ ଆର୍ଥିକ ବୋଝରୁ ରକ୍ଷା କରିବା ପାଇଁ ସରକାର ଡିଜେଲ ଦର ବୃଦ୍ଧିର ଏକ ବଡ଼ ଅଂଶ ନିଜେ ବହନ କରିଥିବା ସେ କହିଛନ୍ତି।

ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ 'କିସାନ ତକ୍ ଭାରତ ଏଗ୍ରିକଲଚର କନଫରେନ୍ସ ୨୦୨୬'ରେ ଯୋଗଦେଇ ମୋଦୀ ଏହି ସୂଚନା ଦେଇଛନ୍ତି।

ଲିଟର ପିଛା ୫୦ ଟଙ୍କା ବଢ଼ିବାର ଥିଲା ଡିଜେଲ ଦର!

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ପଶ୍ଚିମ ଏସିଆରେ ଯୁଦ୍ଧ ଓ ଅଶାନ୍ତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାରରୁ ବଢ଼ି ୧୨୨ ଡଲାରରେ ପହଞ୍ଚିଥିଲା। ଏହାର ପ୍ରଭାବରେ ଡିଜେଲ ଦର ଲିଟର ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାର ଆବଶ୍ୟକତା ରହିଥିଲା।

କିନ୍ତୁ ସରକାର ଏହି ସମ୍ପୂର୍ଣ୍ଣ ବୋଝ ଗ୍ରାହକଙ୍କ ଉପରେ ଲଦିନଥିଲେ। କେବଳ ୭ ଟଙ୍କାର ବୃଦ୍ଧି ଗ୍ରାହକଙ୍କ ଉପରେ ପଡ଼ିଥିବାବେଳେ ବାକି ୪୩ ଟଙ୍କାର ଆର୍ଥିକ ବୋଝ ସରକାର ନିଜେ ବହନ କରିଥିବା ମୋଦୀ କହିଛନ୍ତି।

ପ୍ରତି ମାସରେ ୧୪ ହଜାର କୋଟିର ଆର୍ଥିକ ବୋଝ

ମୋଦୀଙ୍କ ଦାବି ଅନୁସାରେ, ଚାଷୀ ଓ ଗ୍ରାହକଙ୍କୁ ଅଧିକ ଇନ୍ଧନ ଦରର ପ୍ରଭାବରୁ ରକ୍ଷା କରିବା ପାଇଁ ସରକାର ପ୍ରତି ମାସରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରୁଛନ୍ତି।

ପଡ଼ୋଶୀ ଦେଶଗୁଡ଼ିକରେ ଏହି ସମୟ ମଧ୍ୟରେ ଇନ୍ଧନ ଦର ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବାବେଳେ ଭାରତରେ ଏହାର ପ୍ରଭାବକୁ ସୀମିତ ରଖିବାକୁ ସରକାର ଉଦ୍ୟମ କରିଥିବା ସେ କହିଛନ୍ତି।

ସାର ଦରକୁ ନେଇ ମଧ୍ୟ ବଡ଼ ଘୋଷଣା

କେବଳ ଡିଜେଲ ନୁହେଁ, ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବା ପାଇଁ ଗତ ୧୨ ବର୍ଷରେ ସରକାର ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା ମୋଦୀ କହିଛନ୍ତି।

ତାଙ୍କ ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୫ ହଜାର ଟଙ୍କା ମୂଲ୍ୟର ଏକ DAP ବସ୍ତା ଭାରତୀୟ ଚାଷୀଙ୍କୁ ୧୩୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୩ ହଜାର ଟଙ୍କା ମୂଲ୍ୟର ୟୁରିଆ ବସ୍ତା ଚାଷୀଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି।

ଚାଷର ଖର୍ଚ୍ଚ କମାଇବା, ଚାଷୀଙ୍କ ଆୟ ବଢ଼ାଇବା ଏବଂ କୃଷି କ୍ଷେତ୍ରକୁ ଆହୁରି ମଜଭୁତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମୋଦୀ କହିଛନ୍ତି।

LIVE TV
LIVE
Latest News
ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ, ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ!

ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ,...

ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦ...

ଓଡ଼ିଶାର ୮୦୭ ସରକାରୀ ସ୍କୁଲରେ ଖୋଲିବ ରୋବୋଟିକ୍ସ ଲ୍ୟାବ୍! ୬ଷ୍ଠରୁ ୧୦ମ ଶ୍ରେଣୀ ପିଲା ଶିଖିବେ AI ଓ କୋଡିଂ

ଓଡ଼ିଶାର ୮୦୭ ସରକାରୀ ସ୍କୁଲରେ ଖୋଲିବ ରୋବୋଟିକ୍ସ...

ଏଣିକି ସ୍କୁଲରେ ପାଠପଢ଼ା ସହ ଆଧୁନିକ ଜ୍ଞାନକୌଶଳ ଶିଖିବେ ଓ...

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଋଷଭ ପନ୍ତ, ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍‌ରେ ଯୋଗଦେବେ

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଋଷଭ ପନ୍ତ,...

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ...

ତେଲେଙ୍ଗାନାରେ ବଡ଼ ପ୍ରଶାସନିକ ଅଦଳବଦଳ! ୨୧ ଜଣ IPS ଅଧିକାରୀଙ୍କ ବଦଳି, ହାଇଦ୍ରାବାଦର ନୂଆ ପୋଲିସ କମିଶନର ହେଲେ ମହେଶ ଭଗବତ

ତେଲେଙ୍ଗାନାରେ ବଡ଼ ପ୍ରଶାସନିକ ଅଦଳବଦଳ! ୨୧ ଜଣ...

ତେଲେଙ୍ଗାନା ପୋଲିସ ପ୍ରଶାସନରେ ବଡ଼ ଅଦଳବଦଳ! ୨୧ ଜଣ IPS ଅ...

U-19 ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା! ଅଫଗାନିସ୍ତାନକୁ ୮ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ

U-19 ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା!...

 ଅଣ୍ଡର-୧୯ ଏସିଆ କପ୍‌ରେ ପୁଣି ଥରେ ଦେଖିବାକୁ...

ଭୟଙ୍କର ଦୁର୍ଘଟଣା: ଟ୍ରେଲରକୁ ପିଟିଲା ପୋଲିସ ଗାଡ଼ି, ୨ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର

ଭୟଙ୍କର ଦୁର୍ଘଟଣା: ଟ୍ରେଲରକୁ ପିଟିଲା ପୋଲିସ ଗାଡ଼ି,...

ଭଦ୍ରକ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲିସ ଗାଡ଼ିକୁ...

ଦୁଇ-ତୃତୀୟାଂଶ ବହୁମତ ହାସଲ ନେଇ ମୋଦି ସରକାର ଆଶାବାଦୀ! ସୀମା ନିର୍ଦ୍ଧାରଣ ବିଲ୍‌ ପାଇଁ ଡକାଯାଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଦୁଇ-ତୃତୀୟାଂଶ ବହୁମତ ହାସଲ ନେଇ ମୋଦି ସରକାର...

ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍...

କରୀନା କପୁରଙ୍କ ପେଣ୍ଡାଣ୍ଟକୁ ନେଇ ବିବାଦ! କୁରାନ୍‌ର ପବିତ୍ର ଆୟତ୍‌ ଲେଖା ହାର ପିନ୍ଧିବାରୁ କଂଗ୍ରେସ ନେତା ପଠାଇଲେ ଲିଗାଲ୍‌ ନୋଟିସ୍‌

କରୀନା କପୁରଙ୍କ ପେଣ୍ଡାଣ୍ଟକୁ ନେଇ ବିବାଦ! କୁରାନ୍‌ର...

ଦୀପାବଳି ଲୁକ୍‌କୁ ନେଇ କରୀନା କପୁରଙ୍କୁ ଲିଗାଲ୍&zwn...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+