ଫୁଟବଲ୍ ମଇଦାନରେ ଦୀର୍ଘ ବର୍ଷ ଧରି ରାଜ୍ କରିବା ପରେ ଏବେ ଏକ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ପର୍ତ୍ତୁଗାଲର ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ। ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିବାର କିଛି ଦିନ ପରେ ଏବେ ଟେଲିଭିଜନ୍ ଦୁନିଆରେ ନିଜର ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ସେ। ତାଙ୍କର ପ୍ରଥମ ଟିଭି ସିରିଜ୍ ‘Day 1s’ର ପ୍ରଯୋଜନା କାର୍ଯ୍ୟ ଆରମ୍ଭ ହୋଇଛି।
ଗୁରୁବାର ଦିନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି ୪୧ ବର୍ଷୀୟ ରୋନାଲ୍ଡୋ। ବ୍ରିଟିଶ୍ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମାଥ୍ୟୁ ଭନ୍ଙ୍କ ସହ ମିଶି ଏହି ସିରିଜ୍ ପ୍ରସ୍ତୁତ କରୁଛନ୍ତି ସେ। ଏହି ପ୍ରୋଜେକ୍ଟରେ ରୋନାଲ୍ଡୋ ଏକଜିକ୍ୟୁଟିଭ୍ ପ୍ରଡ୍ୟୁସର ଭାବେ କାମ କରିବେ। ଏହାସହ କିଛି ଏପିସୋଡ୍ରେ ନିଜେ ମଧ୍ୟ ନଜର ଆସିପାରନ୍ତି।
କ'ଣ ରହିଛି ‘Day 1s’ର କାହାଣୀ?
ଏହି ସିରିଜ୍ର କାହାଣୀ ଫୁଟବଲ୍ ଦୁନିଆର ବ୍ୟବସାୟିକ ଦିଗକୁ ନେଇ ଗତି କରିବ। ଏଥିରେ ଷ୍ଟାନଲି ଡାଲଟନ୍ ନାମକ ଜଣେ ବ୍ରିଟିଶ୍ ଫୁଟବଲ୍ ଏଜେଣ୍ଟଙ୍କ ଜୀବନ ଓ ତାଙ୍କ ବୃତ୍ତିଗତ ସଂଘର୍ଷକୁ ଦେଖିବାକୁ ମିଳିବ। ଏହି ଚରିତ୍ରରେ ଅଭିନୟ କରିବେ ଅଭିନେତା ଡାମିଆନ୍ ଲୁଇସ୍।
ଏହି ସିରିଜ୍ରେ ଫୁଟବଲ୍ କିମ୍ବଦନ୍ତୀ ଥିଏରି ହେନ୍ରି ଏବଂ ବ୍ରିଟିଶ୍ ରାପର୍ ଡେଭ୍ ମଧ୍ୟ ନଜର ଆସିବେ। ରୋନାଲ୍ଡୋ ଓ ମାଥ୍ୟୁ ଭନ୍ଙ୍କ ଦ୍ୱାରା ପ୍ରତିଷ୍ଠିତ URMARV Studios ଏହି ସିରିଜ୍ର ନିର୍ମାଣ କରୁଛି। ତେବେ ଏହାର ରିଲିଜ୍ ତାରିଖ ସମ୍ପର୍କରେ ଏଯାଏଁ କୌଣସି ଘୋଷଣା ହୋଇନାହିଁ।
ଅନ୍ତର୍ଜାତୀୟ ଫୁଟବଲ୍କୁ କହିଛନ୍ତି ଅଲବିଦା
ସୂଚନାଯୋଗ୍ୟ, ରୋନାଲ୍ଡୋ ନିକଟରେ ପର୍ତ୍ତୁଗାଲ୍ ଜାତୀୟ ଦଳ ପାଇଁ ନିଜର ୨୩ ବର୍ଷର ଯାତ୍ରା ଶେଷ କରିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇଥିଲେ ମଧ୍ୟ କ୍ଲବ୍ ଫୁଟବଲ୍ ଜାରି ରଖିଛନ୍ତି। ସାଉଦି ଆରବର କ୍ଲବ୍ ଅଲ୍-ନାସର ପାଇଁ ଏବେ ମଧ୍ୟ ଖେଳୁଛନ୍ତି ସେ।
ଫୁଟବଲ୍ ପରେ ଟିଭି ଦୁନିଆରେ ରୋନାଲ୍ଡୋଙ୍କ ଏହି ନୂଆ ଯାତ୍ରାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
କ୍ୟାନସର ଚିକିତ୍ସାରେ ନୂଆ ପ୍ରୟାସ, ଚର୍ଚ୍ଚାରେ ଭାରତୀୟ ଷ୍...
ତେଲେଙ୍ଗାନା ପୋଲିସ ପ୍ରଶାସନରେ ବଡ଼ ଅଦଳବଦଳ! ୨୧ ଜଣ IPS ଅ...
ଦୀପାବଳି ଲୁକ୍‌କୁ ନେଇ କରୀନା କପୁରଙ୍କୁ ଲିଗାଲ୍&zwn...
ପ୍ରଦୂଷିତ ବାୟୁ ଯୋଗୁଁ ବଢ଼ିପାରେ ଟାଇପ୍‌-୨ ଡାଇବେଟି...
ମୁମ୍ବାଇରେ ପୁଣି ବୋମା ଆତଙ୍କ! ଅମିତାଭଙ୍କ ‘ଜଲସା&r...
ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍...