ଭୟଙ୍କର ଦୁର୍ଘଟଣା: ଟ୍ରେଲରକୁ ପିଟିଲା ପୋଲିସ ଗାଡ଼ି, ୨ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର

ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାରେ ପୋଲିସ ଗାଡ଼ି ଓ ଟ୍ରେଲର ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ୪ ଜଣ ପୋଲିସ କର୍ମଚାରୀ ଏକ ତଦନ୍ତ କାମରେ ଯାଇ ଫେରୁଥିବା ସମୟରେ ବିରାସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
Bhadrak Accident: 2 Odisha Police Personnel Killed in Trailer Collision
Bhadrak Accident: 2 Odisha Police Personnel Killed in Trailer Collision

ଭଦ୍ରକ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରେଲର ଟ୍ରକ୍। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବାସୁଦେବପୁର-ଧାମରା ରାସ୍ତାର ବିରାସ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ୪ ଜଣ ପୋଲିସ କର୍ମଚାରୀ ଏକ ତଦନ୍ତ କାମରେ ଭଦ୍ରକ ଜିଲ୍ଲାକୁ ଆସିଥିଲେ। ନାୟକାଣିଡିହି ଥାନା ଅଞ୍ଚଳରେ ଏକ ମୋବାଇଲ୍ ଫୋନ୍ ଉଦ୍ଧାର ସମ୍ପର୍କିତ ତଦନ୍ତ ସାରି ଫେରୁଥିବା ସମୟରେ ସେମାନଙ୍କ ଗାଡ଼ି ଏକ ଟ୍ରେଲର ଟ୍ରକ୍ ସହ ଧକ୍କା ହୋଇଥିଲା।

ଧକ୍କାରେ ଚୁରମାର ହେଲା ପୋଲିସ ଗାଡ଼ି

ସୂଚନା ଅନୁସାରେ, ଟ୍ରେଲର ଟ୍ରକ୍‌ଟି ଧାମରା ଅଭିମୁଖେ ଯାଉଥିବାବେଳେ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ପୋଲିସ ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗାଡ଼ିରେ ଥିବା ପୋଲିସ କର୍ମଚାରୀମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।

ଘଟଣାସ୍ଥଳରେ ହିଁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଭଦ୍ରକ ମେଡିକାଲରେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର୍ କରାଯାଇଥିଲା।

ଭଦ୍ରକ ମେଡିକାଲର ଡାକ୍ତର ବିଦ୍ୟାସାବିତ୍ରୀ ନାୟକଙ୍କ ସୂଚନା ଅନୁସାରେ, ୩ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ଜଣଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ଚାରିଜଣ ଯାକ ପୋଲିସ ୟୁନିଫର୍ମ ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ସେତେବେଳେ ମିଳିନଥିଲା।

ତେବେ କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବାରୁ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ

ଏହି ଦୁର୍ଘଟଣାକୁ ନେଇ ଭଦ୍ରକ ସଦର SDPO ବିଚିତ୍ରାନନ୍ଦ ସେଠୀ କହିଛନ୍ତି ଯେ, ପୁରୀ ଜିଲ୍ଲାରୁ ଅସ୍ତରଙ୍ଗ ଥାନାର ୪ ଜଣ ପୋଲିସ କର୍ମଚାରୀ ଏକ ମୋବାଇଲ୍ ଫୋନ୍ ଉଦ୍ଧାର ସମ୍ପର୍କିତ ତଦନ୍ତ ପାଇଁ ଭଦ୍ରକ ଆସିଥିଲେ। ନାୟକାଣିଡିହି ଥାନା ଅଞ୍ଚଳର ବିରାସ ଛକ ନିକଟରେ ସେମାନଙ୍କ ଗାଡ଼ି ଟ୍ରେଲର ସହ ଧକ୍କା ହୋଇଥିଲା।

ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଭଦ୍ରକ ମେଡିକାଲରୁ କଟକ SCBକୁ ପଠାଯାଇଥିଲା। ଏବେ ଦୁର୍ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି। ଦୁର୍ଘଟଣା କିପରି ଘଟିଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

LIVE TV
LIVE
Latest News
ହିରୋସିମା ପରମାଣୁ ବିସ୍ଫୋରଣଠାରୁ ବି ବଡ଼ ସଙ୍କଟ ବାୟୁ ପ୍ରଦୂଷଣ! ଭାରତରେ ପ୍ରତିବର୍ଷ ୨୦ ଲକ୍ଷ ମୃତ୍ୟୁ ନେଇ ଚିନ୍ତା

ହିରୋସିମା ପରମାଣୁ ବିସ୍ଫୋରଣଠାରୁ ବି ବଡ଼ ସଙ୍କଟ...

ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...

କେନ୍ଦ୍ରୀୟ ବିଦ୍ୟାଳୟରେ AI ନଜର! ଏଣିକି ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପାଠପଢ଼ା ଓ ସ୍କୁଲର ଭିତ୍ତିଭୂମି ଉପରେ ରହିବ ନଜର

କେନ୍ଦ୍ରୀୟ ବିଦ୍ୟାଳୟରେ AI ନଜର! ଏଣିକି ଛାତ୍ରଛାତ୍ରୀଙ୍କ...

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍...

କେରଳରେ ନର୍ସିଂ ଶିକ୍ଷା ପାଇଁ ବଡ଼ ନିଷ୍ପତ୍ତି: ୫୦% ବଢ଼ିବ ସିଟ୍, ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ନର୍ସିଂ ବିଶ୍ୱବିଦ୍ୟାଳୟ

କେରଳରେ ନର୍ସିଂ ଶିକ୍ଷା ପାଇଁ ବଡ଼ ନିଷ୍ପତ୍ତି:...

ନର୍ସିଂ ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛି କ...

କର୍କଟ ରୋଗ ପାଇଁ ବ୍ୟକ୍ତିଗତ mRNA ଟିକା! ହାଇଦ୍ରାବାଦର PopVaxର ଟିକା ପ୍ରକଳ୍ପ ପାଇଁ ଖର୍ଚ୍ଚ ୨.୫ କୋଟି ଟଙ୍କା

କର୍କଟ ରୋଗ ପାଇଁ ବ୍ୟକ୍ତିଗତ mRNA ଟିକା!...

କ୍ୟାନସର ଚିକିତ୍ସାରେ ନୂଆ ପ୍ରୟାସ, ଚର୍ଚ୍ଚାରେ ଭାରତୀୟ ଷ୍...

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ! ରିପୋର୍ଟ ଦେଖି ଭୟଭୀତ ହେବେ ନାହିଁ, ଜାଣନ୍ତୁ କେତେ ଭରସାଯୋଗ୍ୟ ଏହି ଟେଷ୍ଟ

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ!...

ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...

କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି ବାୟୁ ପ୍ରଦୂଷଣ! ନୂଆ ଅଧ୍ୟୟନରେ ଚିନ୍ତାଜନକ ତଥ୍ୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି...

ପ୍ରଦୂଷିତ ବାୟୁ ଯୋଗୁଁ ବଢ଼ିପାରେ ଟାଇପ୍‌-୨ ଡାଇବେଟି...

IIT ଖଡ଼ଗପୁରରେ ଆରମ୍ଭ ହେବ ୬ଟି MD ପାଠ୍ୟକ୍ରମ! ଦେଶର ପ୍ରଥମ IIT ଭାବେ ମେଡିକାଲ୍ PG ଡିଗ୍ରୀ ପ୍ରଦାନ କରିବ

IIT ଖଡ଼ଗପୁରରେ ଆରମ୍ଭ ହେବ ୬ଟି MD...

ଖଡ଼ଗପୁର: ଦେଶର ଉଚ୍ଚଶିକ୍ଷା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରର...

ତେଲେଙ୍ଗାନାରେ ବଦଳିବ ଶିକ୍ଷା ବ୍ୟବସ୍ଥା! ଉଠିଯିବ ଜୁନିୟର କଲେଜ, ସ୍କୁଲରେ ହେବ ଯୁକ୍ତ ୧ ଓ ୨ ପାଠପଢ଼ା

ତେଲେଙ୍ଗାନାରେ ବଦଳିବ ଶିକ୍ଷା ବ୍ୟବସ୍ଥା! ଉଠିଯିବ ଜୁନିୟର...

ହାଇଦ୍ରାବାଦ: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+