ସୋମବାର ସକାଳେ ପାରାଦୀପରୁ କଟକ ଯାଉଥିବା ଏକ ଯାତ୍ରୀବାହୀ ବସ୍ରେ ଅଚାନକ ଆଗ୍ନିକାଣ୍ଡ ଘଟି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣା ଭୁଟାମୁଣ୍ଡାଇ ନିକଟରେ ଘଟିଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବସ୍ଟି ପାରାଦୀପରୁ କଟକକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂତ୍ରମାନଙ୍କ କହିବା ଅନୁଯାୟୀ, ବସ୍ର ଇଞ୍ଜିନ୍ ଅଞ୍ଚଳରୁ ହଠାତ୍ ଘନ ଧୁଆଁ ବାହାରିବା ଆରମ୍ଭ ହୋଇଥିଲା। ଏହା ଦେଖି ଚାଳକ ତୁରନ୍ତ ବସ୍କୁ ରୋକିଦେଇଥିଲେ।
ଏହା ପରେ ୩୦ରୁ ଅଧିକ ଯାତ୍ରୀ ଭୟଭୀତ ହୋଇ ବସ୍ରୁ ତୁରନ୍ତ ବାହାରିଯାଇଥିଲେ।
ଆଗ୍ନିକାଣ୍ଡଟି ଶର୍ଟ ସର୍କିଟ୍ ଯୋଗୁ ଘଟିଥିବା ସନ୍ଦେହ କରାଯାଉଛି, ଯଦିଓ ସଠିକ୍ କାରଣ ନିଶ୍ଚିତ ହୋଇନାହିଁ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ତୁରନ୍ତ ପହଞ୍ଚି ଆଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ। ପରେ ସୂଚନା ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା।
ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଆଗ୍ନିକାଣ୍ଡକୁ ପ୍ରାୟ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ କୌଣସି ଆହତ କିମ୍ବା ମୃତ୍ୟୁ ଘଟିନଥିବାରୁ ସମସ୍ତେ ନିଶ୍ୱାସ ନେଇଛନ୍ତି।
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...