ଇଥିଲା। ବୈଶାଖ ଚନ୍ଦ୍ରନ ୫ ୱିକେଟ୍ ନେଇଥିଲେ, କିନ୍ତୁ ୪୯ ଓଭରରେ ୧୬୬ ରନ୍ ବ୍ୟୟ କରିଥିଲେ। ତେଣୁ ଘରୋଇ ମାଟିରେ ବୋଲିଂ ବିଭାଗରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି।
ଓଡ଼ିଶା ଦଳର ନେତୃତ୍ୱସୁଭ୍ରାଂଶୁ ସେନାପତିଙ୍କ ହାତରେ ରହିଛି। ଗୁଜରାଟ ବିପକ୍ଷରେ ସେ ଦୁଇ ଇନିଂସରେ ୨୯ ଓ ଶୂନ ରନ୍ କରିଥିଲେ। କେରଳ ବିପକ୍ଷରେ ଅଧିନାୟକଙ୍କଠାରୁ ଏକ ବଡ଼ ଇନିଂସ ଓଡ଼ିଶା ଆଶା କରିବ।
ଦଳରେ ସ୍ୱସ୍ତିକ ସାମଲ, ଓମ୍ ଟି. ମୁଣ୍ଡେ, ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ନିନାଦ ରାଠୱା, ଲଲିତ ଯାଦବ ଓ ରାଜେଶ ମହାନ୍ତିଙ୍କ ଭଳି ଖେଳାଳି ରହିଛନ୍ତି। ପ୍ରଥମ ଦୁଇ ମ୍ୟାଚ୍ ପାଇଁ ଘୋଷିତ ୧୭ ଜଣିଆ ଦଳରେ ଯୁବ ଖେଳାଳିଙ୍କ ସହ କିଛି ନୂଆ ମୁହଁ ମଧ୍ୟ ସାମିଲ ହୋଇଛନ୍ତି।
ଗୁଜରାଟ ଓ ଝାଡ଼ଖଣ୍ଡ ବିପକ୍ଷରେ ଫଳାଫଳ ନିଜ ସପକ୍ଷରେ ଯାଇନଥିବାରୁ ଓଡ଼ିଶା ଓ କେରଳ ଉଭୟ ଏହି ମ୍ୟାଚ୍ରୁ ଭଲ ପଏଣ୍ଟ ହାସଲ କରିବାକୁ ଚାହିଁବେ। ଓଡ଼ିଶା ପାଇଁ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ସୁଧାର ଆବଶ୍ୟକ।
ଘରୋଇ ପରିବେଶ କେରଳକୁ ଅତିରିକ୍ତ ଫାଇଦା ଦେଇପାରେ, ତେବେ ଓଡ଼ିଶା ପ୍ରଥମ ମ୍ୟାଚ୍ର ଭୁଲରୁ ଶିକ୍ଷା ନେଇ ଶକ୍ତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ। ଏହି ମ୍ୟାଚ୍ରେ ଦଳର ବ୍ୟାଟିଂ ଗଭୀରତା ଓ ବୋଲିଂ ନିୟନ୍ତ୍ରଣ ଫଳାଫଳରେ ବଡ଼ ଭୂମିକା ନେଇପାରେ।
କେରଳ ପରେ ଓଡ଼ିଶା ଅକ୍ଟୋବର ୨୬ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ଭିସେସ୍କୁ ଭେଟିବ। ଏହା ପରେ ନଭେମ୍ବର ୨ରୁ ୫ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ବିପକ୍ଷରେ ଘରୋଇ ମାଟିରେ ଖେଳିବ।
ଭଦ୍ରକ: ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ପରେ ଟଙ...
ଭାରତ ଉପରେ ଶୁଳ୍କ କାହିଁକି ଆସିଥିଲା? ଆମେରିକାର Linds...
ନୂଆଦିଲ୍ଲୀ/କୋଲକାତା: ଦୁର୍ଗାପୂଜା ଭଳି ପର୍ବପର୍ବାଣୀ ସମୟର...
ଜୀବନଯାପନ ଖର୍ଚ୍ଚକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଟକ ଜଗତପୁର ମହ...
ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ଫଣ୍ଡା। ଏବେ ଡାକ୍ତରଙ୍କ ନା...
ଦିଲ୍ଲୀରେ ଶୀତ ଆସିବା ପୂର୍ବରୁ ହିଁ ବାୟୁ ପ୍ରଦୂଷଣକୁ ନେଇ...
ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଶନିବାର ଭୂକମ୍ପର ଜୋରଦ...