ବାଲେଶ୍ୱରରେ ୨୦୨୧–୨୨ ବ୍ୟାଚ୍ର ବିଏସ୍ସି ନର୍ସିଂ ସେମିଷ୍ଟର ପରୀକ୍ଷାରେ ଅସ୍ୱାଭାବିକ ବିଳମ୍ବକୁ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶା ନର୍ସେସ୍ ଆଣ୍ଡ ମିଡୱାଇଭ୍ସ ରେଜିଷ୍ଟ୍ରେସନ୍ କାଉନସିଲ୍ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୧୬ଟି ନର୍ସିଂ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
କାଉନସିଲ୍ ପକ୍ଷରୁ ସମସ୍ତ କଲେଜକୁ ଦୁଇ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଚାରି ବର୍ଷର ବିଏସ୍ସି ନର୍ସିଂ ପାଠ୍ୟକ୍ରମ ଷଷ୍ଠ ବର୍ଷରେ ପହଞ୍ଚିଥିଲେ ମଧ୍ୟ ୨୦୨୧–୨୨ ବ୍ୟାଚ୍ର ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା ଏପର୍ଯ୍ୟନ୍ତ ହୋଇନାହିଁ। ଏହା ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ଅନିଶ୍ଚିତତାରେ ପଡ଼ିଛି।
ପରୀକ୍ଷା କରାଇବା ଦାବିରେ ପୀଡ଼ିତ ଛାତ୍ରଛାତ୍ରୀମାନେ ଶୁକ୍ରବାରଠାରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ଏହି ସମୟରେ ନୂଆ ନର୍ସିଂ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଆହୁରି ବଢ଼ିଛି।
ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀସୂର୍ଯ୍ୟବଂଶୀ ସୁରଜବାଲେଶ୍ୱର ଗସ୍ତରେ ଥିବାବେଳେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ତାଙ୍କୁ ଭେଟିଥିଲେ। ଏହି ସମୟରେ ଜଣେ ଛାତ୍ରୀ ପରୀକ୍ଷା ଶୀଘ୍ର କରାଇବା ପାଇଁ ମନ୍ତ୍ରୀଙ୍କ ପାଦ ଧରି ନିବେଦନ କରିଥିଲେ।
ଓଡ଼ିଶା ନର୍ସେସ୍ ଆଣ୍ଡ ମିଡୱାଇଭ୍ସ ରେଜିଷ୍ଟ୍ରେସନ୍ କାଉନସିଲ୍ ସମ୍ପୃକ୍ତ ୧୬ଟି ନର୍ସିଂ କଲେଜକୁ ପରୀକ୍ଷା କାହିଁକି ବିଳମ୍ବ ହେଲା ଏବଂ ଏଥିପାଇଁ କିଏ ଦାୟୀ, ସେ ସମ୍ପର୍କରେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ଘଟଣା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି।
ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ଟ୍ରଲର ଧକ୍କା...
ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକ...
ଆମେରିକା-ଇରାନ ମଧ୍ୟରେ ତିକ୍ତତା ପୁଣି ବଢ଼ିବାର ସଙ୍କେତ ମି...
ହ୍ୱାଇଟ୍ ହାଉସ୍‌କୁ ନେଇ ଟ୍ରମ୍ପଙ୍କୁ ଓବାମାଙ୍କ କଟାକ...
ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...
ଓଡ଼ିଶା ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ମଧ୍ୟରେ...
କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକ...