ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇ ଟ୍ରଲର ଡ୍ରାଇଭର ଗାଡ଼ି ଭିତରେ ଫସି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ର କୋଲ୍ କରିଡର ଅଞ୍ଚଳର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରଲର ପରସ୍ପରକୁ ଧକ୍କା ଦେବା ପରେ ଭୟାବହ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଡ୍ରାଇଭର ଦୁହିଁଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁର ତୀବ୍ରତା ଅଧିକ ଥିବାରୁ ସେମାନଙ୍କୁ ବାହାର କରିବା ସମ୍ଭବ ହୋଇନଥିବା ସୂଚନା ମିଳିଛି। ଏହି ଘଟଣାରେ ଉଭୟ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ମୃତ ଡ୍ରାଇଭରମାନଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ସେମାନେ ବିହାର ଅଞ୍ଚଳର ବାସିନ୍ଦା ହୋଇଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଲେଫ୍ରିପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ମର୍ମନ୍ତୁଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୁନ୍ଦରଗଡ଼ ସମେତ ଓଡ଼ିଶାର ଅନ୍ୟାନ୍ୟ ଖବର ପାଇଁ ପଢ଼ନ୍ତୁ Odisha Pro।
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ବଲିଉଡ୍ ଅଭିନ...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...