ଓଡ଼ିଶାରେ ଚଳିତ ମୌସୁମୀ ବର୍ଷାର ଚିତ୍ର ଏବେ ବେଶ୍ ଅସମାନ ରହିଛି। କେତେକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ନିଅଣ୍ଟ ରହିଛି।
ରିପୋର୍ଟ ଅନୁସାରେ, ଜୁନ୍ ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାର ୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ନବରଙ୍ଗପୁର, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବର୍ଷା ନିଅଣ୍ଟ ରେକର୍ଡ ହୋଇଛି।
ନବରଙ୍ଗପୁରରେ ସ୍ୱାଭାବିକଠାରୁ୨୮ ପ୍ରତିଶତ କମ୍, ଗଜପତିରେ୩୦ ପ୍ରତିଶତ କମ୍ଏବଂ ମାଲକାନଗିରିରେ୨୦ ପ୍ରତିଶତ କମ୍ବର୍ଷା ହୋଇଥିବା ତଥ୍ୟରୁ ଜଣାପଡ଼ିଛି।
ଏହାର ବିପରୀତରେ, ଜୁନ୍ ୧ରୁ ଏପର୍ଯ୍ୟନ୍ତ୧୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷାରେକର୍ଡ ହୋଇଛି। ଫଳରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରୀ ବର୍ଷା ଯୋଗୁଁ ଜଳବନ୍ଦୀ ଓ ବନ୍ୟା ଭଳି ସ୍ଥିତି ଦେଖାଦେଇଛି।
ଗତ ଏକ ସପ୍ତାହର ବର୍ଷା ତଥ୍ୟକୁ ଦେଖିଲେ, ୧୪ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ଏହି ସମୟରେ ନୂଆପଡ଼ାରେ ସ୍ୱାଭାବିକଠାରୁ ଉଲ୍ଲେଖନୀୟ ଭାବେ ଅଧିକ ବର୍ଷା ରେକର୍ଡ ହୋଇଛି। ଅନ୍ୟ ୧୦ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୬୦ ପ୍ରତିଶତରୁ ଅଧିକ କମ୍ ଥିବା ବେଳେ ୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...