ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE), ଓଡ଼ିଶାପକ୍ଷରୁ ବୁଧବାର୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (+2) ଇ-ଆଡମିଶନର ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକାପ୍ରକାଶ କରାଯାଇଛି। ଏଥରକଟକର ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟକଳା, ବାଣିଜ୍ୟ ଓ ବିଜ୍ଞାନ—ତିନୋଟି ବିଭାଗରେ ରାଜ୍ୟର ସର୍ବାଧିକ କଟ୍-ଅଫ୍ ମାର୍କ ହାସଲ କରିଛି।
ଡିଏଚଏସଇ ପକ୍ଷରୁ ପ୍ରକାଶିତ କଟ୍-ଅଫ୍ ଅନୁଯାୟୀ—
ଏହି ତିନୋଟି ବିଭାଗରେ ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।
ଚଳିତ ବର୍ଷ ମୋଟ୪,୬୧,୩୨୫ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିରୁ୪,୨୯,୨୧୯ଜଣ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି। ଏହାର ଚୟନ ହାର୯୩.୦୪ ପ୍ରତିଶତରହିଛି।
ଡିଏଚଏସଇ ସୂଚନା ଅନୁଯାୟୀ,୨,୯୭,୪୫୪ଜଣ ଛାତ୍ରଛାତ୍ରୀ ନିଜରପ୍ରଥମ ପସନ୍ଦର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେସିଟ୍ ପାଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇନଥିବା୩୨,୧୦୬ଜଣ ଛାତ୍ରଛାତ୍ରୀଙ୍କୁଦ୍ୱିତୀୟ ପର୍ଯ୍ୟାୟଏବଂଅନଲାଇନ୍ ସ୍ପଟ୍ ସିଲେକ୍ସନ୍ରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
ଡିଏଚଏସଇ ସୂଚନା ଦେଇଛି ଯେ,ଜୁଲାଇ ୨୩, ୨୦୨୬ଠାରୁ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେଏକାଦଶ (+2 ପ୍ରଥମ ବର୍ଷ)ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ।
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ...
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ରମଶଃ...
ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...