ଭୁବନେଶ୍ୱର: ଓଡ଼ିଶାର ପେନସନ୍ ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜ୍ୟର ୧ ଲକ୍ଷ ୧୩ ହଜାର ୯୪୯ ଜଣଙ୍କୁ ପେନସନ୍ ଭତ୍ତା ବଣ୍ଟନ କରାଯିବ। ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଏହି ଅର୍ଥ ପ୍ରଦାନ କରାଯିବ।
ଏହି ପର୍ଯ୍ୟାୟରେ ନୂଆ ଭାବେ ପେନସନ୍ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ସହ ପୂର୍ବରୁ ବିଭିନ୍ନ କାରଣରୁ ଭତ୍ତା ପାଇପାରିନଥିବା ଲୋକଙ୍କୁ ଟଙ୍କା ଦିଆଯିବ।
ଏହାଦ୍ୱାରା ବରିଷ୍ଠ ନାଗରିକ, ବିଧବା ମହିଳା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ସମେତ ଯୋଜନାରେ ସାମିଲ ଥିବା ଅନ୍ୟ ଯୋଗ୍ୟ ବ୍ୟକ୍ତିମାନେ ଉପକୃତ ହେବେ।
ନଭେମ୍ବର ୨୫ରେ ହିତାଧିକାରୀମାନେ ନିଜ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସହରାଞ୍ଚଳର ୱାର୍ଡ ଅଫିସକୁ ଯାଇ ରାଜ୍ୟ ସରକାରଙ୍କ ଭାଗର ଭତ୍ତା ଟଙ୍କା ନଗଦ ଆକାରରେ ଗ୍ରହଣ କରିପାରିବେ।
ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ଭାଗର ଟଙ୍କା ପୂର୍ବଭଳି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ। ଏହି ବ୍ୟବସ୍ଥା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଥିବା ହିତାଧିକାରୀଙ୍କ ପାଇଁ ଲାଗୁ ରହିବ।
ଏହା ପୂର୍ବରୁ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱରରେ ନୂଆ ହିତାଧିକାରୀଙ୍କ ପାଇଁ ମଧୁବାବୁ ପେନସନ୍ ଯୋଜନାର ଭତ୍ତା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ।
ସେହି ଅବସରରେ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହ ପେନସନ୍ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP) ମଧ୍ୟ ଆରମ୍ଭ କରାଯାଇଥିଲା।
ସରକାରଙ୍କ ଘୋଷଣା ଅନୁସାରେ, ଡିସେମ୍ବରରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭାବେ ପେନସନ୍ ଭତ୍ତା ବଣ୍ଟନ କରାଯିବ।
ନୂଆଦିଲ୍ଲୀ: ଭାରତ ଓ ଲେବାନନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍...
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଲେଗ୍ ସ୍ପିନ୍ ବୋଲିଂ...
ଧୋନିଙ୍କ ମେଣ୍ଟର ଭୂମିକା CSK ପାଇଁ ହେବ ଲାଭଦାୟକ ନୂଆଦ...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ କୂଟନୈତିକ ସମ୍ପର୍କକୁ...
ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ନୂଆଦିଲ୍ଲୀ:ଭାରତର ପ୍ରାଚୀନ ସଭ୍ୟତା, ସମୃଦ୍ଧ ସାଂସ୍କୃତିକ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...