ଦୋହା:କ୍ରିକେଟ୍ ମଇଦାନରେ ପୁଣି ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ରୋମାଞ୍ଚକର ଲଢ଼େଇ। ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ଗ୍ରୁପ୍ ବି ମ୍ୟାଚ୍ରେ ଆଜି ଭାରତ ଏ ଓ ପାକିସ୍ତାନ ଏ ଦଳ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ ରହିଛି।
ତିଳକ ବର୍ମାଙ୍କ ନେତୃତ୍ୱରେ ଭାରତ ଏ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ନେପାଳ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୨ ରନ୍ କରିଥିଲା। କୁମାର କୁଶାଗ୍ର ୧୧୭ ରନ୍ ଏବଂ ଅଧିନାୟକ ତିଳକ ବର୍ମା ୧୦୭ ରନ୍ର ଶତକୀୟ ଇନିଂସ ଖେଳିଥିଲେ।
ଜବାବରେ ନେପାଳ ମାତ୍ର ୨୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଫଳରେ ଭାରତ ୩୦୬ ରନ୍ର ବଡ଼ ବିଜୟ ହାସଲ କରିଥିଲା।
ଅନ୍ୟପଟେ ପାକିସ୍ତାନ ଏ ଦଳ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ରେ ୟୁଏଇକୁ ୬୧ ରନ୍ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୪୫ ରନ୍ କରିଥିବା ବେଳେ ୟୁଏଇ ୧୮୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଶାମିଲ ହୁସେନ୍ ୬୨ ରନ୍ ଓ ମାଜ୍ ସାଦାକତ୍ ୫୩ ରନ୍ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।
ଭାରତ ଏ ଦଳରେ ଅଭିଷେକ ଶର୍ମା, ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ, ରିଙ୍କୁ ସିଂହ, ତିଳକ ବର୍ମା ଓ କୁମାର କୁଶାଗ୍ରଙ୍କ ଭଳି ଖେଳାଳି ରହିଛନ୍ତି। ବୋଲିଂ ବିଭାଗରେ ହର୍ଷିତ ରାଣା ଓ ପ୍ରିନ୍ସ ଯାଦବଙ୍କ ଉପରେ ରହିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।
ପାକିସ୍ତାନ ଏ ଦଳରେ ଅଧିନାୟକ ଅବଦୁଲ ସମଦ୍, ଶାମିଲ ହୁସେନ୍, ମାଜ୍ ସାଦାକତ୍, ସୁଫିୟାନ୍ ମୁକିମ୍ ଓ ମହମ୍ମଦ ହସନେନ୍ଙ୍କ ଭଳି ଖେଳାଳି ରହିଛନ୍ତି।
ଏହି ମ୍ୟାଚ୍ର ରୋମାଞ୍ଚକୁ ଆହୁରି ବଢ଼ାଇଛି ୨୦୨୩ ଏସିଆ କପ୍ ଏମର୍ଜିଂ ଟିମ୍ସ ଫାଇନାଲ୍ର ସ୍ମୃତି। ସେହି ଫାଇନାଲ୍ରେ ପାକିସ୍ତାନ ଏ ଦଳ ଭାରତ ଏକୁ ୧୨୮ ରନ୍ରେ ପରାସ୍ତ କରି ଟ୍ରଫି ଜିତିଥିଲା। ତେଣୁ ଆଜିର ମୁକାବିଲାରେ ଭାରତ ପାଖରେ ପୁରୁଣା ପରାଜୟର ଜବାବ ଦେବାର ସୁଯୋଗ ରହିଛି।
ମ୍ୟାଚ୍: ଭାରତ ଏ ବନାମ ପାକିସ୍ତାନ ଏ
ତାରିଖ: ୨୨ ନଭେମ୍ବର ୨୦୨୬
ସମୟ: ଅପରାହ୍ନ ୩ଟା ୩୦ (ଭାରତୀୟ ସମୟ)
ଷ୍ଟାଡିୟମ୍: ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍, ଦୋହା
ଲାଇଭ୍ ଟେଲିକାଷ୍ଟ: ସୋନି ସ୍ପୋର୍ଟସ୍ ନେଟୱର୍କ
ଭୁବନେଶ୍ୱର: ଏଣିକି ରେଳ ଯାତ୍ରା ସହ ଦେଶବାସୀଙ୍କୁ ଓଡ଼ିଶାର...
ଭୁବନେଶ୍ୱର: ଓଡ଼ିଶାର ଦୀର୍ଘ ଉପକୂଳ ଅଞ୍ଚଳର ସୁରକ୍ଷାକୁ ଆହ...
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଧନ୍ୟ ହୋଇଛନ...
ରାଉରକେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରାଉରକେଲା ଯାତ୍...
ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...
ମନୋରଞ୍ଜନ ଜଗତରେ ନିଜର ଅଭିନୟ ଦକ୍ଷତା ଓ ଭିନ୍ନ ଧରଣର ଚରିତ...
ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...