ଭୁବନେଶ୍ୱର: ଏଣିକି ରେଳ ଯାତ୍ରା ସହ ଦେଶବାସୀଙ୍କୁ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପରିଚୟ ଦେବ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍। ଭାରତୀୟ ରେଳବାଇ ପକ୍ଷରୁ ଏହି ଟ୍ରେନ୍ର ବଗିଗୁଡ଼ିକୁ ଓଡ଼ିଶାର ପାରମ୍ପରିକ କଳା ଓ ଐତିହ୍ୟର ଛାପରେ ନୂଆ ରୂପ ଦିଆଯାଉଛି। ଏହା ଟ୍ରେନ୍କୁ କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଓଡ଼ିଶାର ସଂସ୍କୃତିର ଏକ ଚଳନ୍ତା ପରିଚୟରେ ପରିଣତ କରିବ।
ନୂଆ ଡିଜାଇନ୍ରେ ହଳଦିଆ ଓ ଗେରୁଆ ରଙ୍ଗର ସମନ୍ୱୟ ରହିବ। ଟ୍ରେନ୍ର ବାହ୍ୟ ଭାଗରେ ସୂକ୍ଷ୍ମ ତରଙ୍ଗାୟିତ ଡିଜାଇନ୍ ସହ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରସିଦ୍ଧ ପଥର ଚକକୁ ପ୍ରମୁଖ ସ୍ଥାନ ଦିଆଯାଇଛି।
ଏହା ସହିତ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରାର ଚିତ୍ର ମଧ୍ୟ ଟ୍ରେନ୍ର ବଗିରେ ସ୍ଥାନ ପାଇବ। କୋଣାର୍କ ସହ ଜଡ଼ିତ ଉଦିତ ସୂର୍ଯ୍ୟର ଚିତ୍ର ମଧ୍ୟ ଏହି ଡିଜାଇନ୍କୁ ଆହୁରି ଆକର୍ଷଣୀୟ କରିବ।
ଏହି ନୂଆ ଡିଜାଇନ୍ର ଅନ୍ୟତମ ଆକର୍ଷଣ ହେଉଛି ଓଡ଼ିଶାର ଆଦିବାସୀ କଳା। ବିଶେଷକରି ଇଡିତାଲ୍ (Idital) କଳାର ପାରମ୍ପରିକ ଚିତ୍ର ଓ ଆଦିବାସୀ ଶୈଳୀର ମୋଟିଫ୍କୁ ଏଥିରେ ସାମିଲ କରାଯାଇଛି।
ଏହାଦ୍ୱାରା ଓଡ଼ିଶାର ଧାର୍ମିକ, ପାରମ୍ପରିକ ଓ ଆଦିବାସୀ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ। ଟ୍ରେନ୍ର ଝରକା ଓ କବାଟ ଚାରିପାଖରେ ଏହି ସାଜସଜ୍ଜା କରାଯାଉଥିବା ବେଳେ ଆବଶ୍ୟକୀୟ ରେଳ କୋଚ୍ ସୂଚନାଗୁଡ଼ିକୁ ଘୋଡ଼ାଯିବ ନାହିଁ।
ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ କ୍ୟାରେଜ୍ ରିପେୟାର୍ ୱାର୍କସପ୍ରେ ଏହି ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଉଛି। କାମ ସମ୍ପୂର୍ଣ୍ଣ ହେବା ପରେ ଏହି ନୂଆ ଡିଜାଇନ୍ର ବଗିଗୁଡ଼ିକୁ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ରେ ସଂଯୋଜନ କରାଯିବ ବୋଲି ପୂର୍ବତଟ ରେଳବାଇ (ECoR) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ପଦକ୍ଷେପ ଫଳରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଯେଉଁ ଯେଉଁ ରାଜ୍ୟ ଦେଇ ଯାତ୍ରା କରିବ, ସେଠାକାର ଲୋକମାନେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିପାରିବେ।
ଏହା ଓଡ଼ିଶାର ପର୍ଯ୍ୟଟନ, ପାରମ୍ପରିକ କଳା ଓ ସାଂସ୍କୃତିକ ପରିଚୟକୁ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବାରେ ଏକ ନିଆରା ପ୍ରୟାସ ହେବ।
ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...
ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ରେ ଭାରତୀୟ ଯୁବ ଖେଳାଳ...
ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...
ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ପୁଣି ତେଜିଛି ୨୦୧୮ର କୁଖ୍...
ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ଭାରତ ପାଇଁ ଆଉ ଏକ ଗୌରବର ଖବର...
ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ...