ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ଭାରତ ପାଇଁ ଆଉ ଏକ ଗୌରବର ଖବର। କୁଡୋ ଖେଳାଳି ସୋହେଲ ଖାନ୍ ନିଜର ଅସାଧାରଣ ପ୍ରଦର୍ଶନ ବଳରେ ତିନୋଟି ପ୍ରମୁଖ ପ୍ରତିଯୋଗିତାରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ କ୍ରମାଗତ ୨୫ଟି ଜାତୀୟ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।
ମଧ୍ୟପ୍ରଦେଶ ପକ୍ଷରୁ ସିନିୟର ପୁରୁଷ ୨୧ ବର୍ଷରୁ ଊର୍ଦ୍ଧ୍ୱ, -୨୫୦ PI ବର୍ଗରେ ପ୍ରତିନିଧିତ୍ୱ କରି ସୋହେଲ ଏହି ସଫଳତା ହାସଲ କରିଛନ୍ତି। ୧୭ତମ ଅଫିସିଆଲ୍ ନ୍ୟାସନାଲ୍ କୁଡୋ ଟୁର୍ଣ୍ଣାମେଣ୍ଟ, ୭ମ କୁଡୋ ଫେଡେରେସନ୍ କପ୍ ଏବଂ ୧୮ତମ ଅକ୍ଷୟ କୁମାର କୁଡୋ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ୨୦୨୬-୨୭ରେ ସେ ଚାମ୍ପିୟନ୍ ହୋଇଛନ୍ତି।
ଅହମ୍ମଦାବାଦର ବୀର ସାବରକର ଷ୍ଟାଡିୟମ୍ରେ ଆୟୋଜିତ ୧୭ତମ ଅଫିସିଆଲ୍ ନ୍ୟାସନାଲ୍ କୁଡୋ ଟୁର୍ଣ୍ଣାମେଣ୍ଟରେ ସୋହେଲ ଦମ୍ଦାର ପ୍ରଦର୍ଶନ କରିଥିଲେ। କ୍ୱାର୍ଟର ଫାଇନାଲ୍ରେ ଛତିଶଗଡ଼ର ଉପେନ୍ଦ୍ର ପ୍ରଧାନଙ୍କୁ ନକ୍ଆଉଟ୍ କରିଥିଲେ। ସେମିଫାଇନାଲ୍ରେ ହିମାଚଳ ପ୍ରଦେଶର ଦେବାଂଶ ଜୈସୱାଲଙ୍କୁ ୩୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ସବମିସନ୍ କରିଥିଲେ। ଫାଇନାଲ୍ରେ ହରିୟାଣାର ଦୀପକ କୁମାରଙ୍କୁ ନକ୍ଆଉଟ୍ କରି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ।
୭ମ କୁଡୋ ଫେଡେରେସନ୍ କପ୍ରେ ମଧ୍ୟ ସୋହେଲଙ୍କ ବିଜୟ ଧାରା ଜାରି ରହିଥିଲା। ମହାରାଷ୍ଟ୍ରର ସୁଦର୍ଶନ ଅଶୋକ ଧକ୍ଙ୍କୁ ଟ୍ରାଏଙ୍ଗଲ୍ ଲକ୍ ସବମିସନ୍ରେ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲ୍ରେ ରାଜସ୍ଥାନର ବିଷ୍ଣୁ କୁମାର ଗୋଡୋଡିୟାଙ୍କୁ ୨-୦ରେ ହରାଇଥିଲେ। ସେମିଫାଇନାଲ୍ରେ ଦେବାଂଶ ଜୈସୱାଲଙ୍କୁ ରେଫରୀଙ୍କ ସର୍ବସମ୍ମତ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ଫାଇନାଲ୍ରେ ପୁଣି ଦୀପକ କୁମାରଙ୍କୁ ନକ୍ଆଉଟ୍ କରି ଦ୍ୱିତୀୟ ସ୍ୱର୍ଣ୍ଣ ହାସଲ କରିଥିଲେ।
୧୮ତମ ଅକ୍ଷୟ କୁମାର କୁଡୋ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ୨୦୨୬-୨୭ରେ ମଧ୍ୟ ସୋହେଲ ନିଜର ଦବଦବା ଜାରି ରଖିଥିଲେ। ଦ୍ୱିତୀୟ ରାଉଣ୍ଡରେ ଆର୍ମବାର ସବମିସନ୍, କ୍ୱାର୍ଟର ଫାଇନାଲ୍ରେ ନକ୍ଆଉଟ୍ ଏବଂ ସେମିଫାଇନାଲ୍ରେ ୪-୦ରେ ବିଜୟ ହାସଲ କରିଥିଲେ। ଫାଇନାଲ୍ରେ ମଧ୍ୟ ନକ୍ଆଉଟ୍ ବିଜୟ ସହ ତୃତୀୟ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।
ନିଜର ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋହେଲ ଖାନ୍। ତିନୋଟି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଲଢ଼େଇ ତାଙ୍କ ପାଇଁ ନୂଆ ଆହ୍ୱାନ ଆଣିଥାଏ ଏବଂ ଅଭ୍ୟାସ, ଶୃଙ୍ଖଳା ଓ ପ୍ରଶିକ୍ଷକଙ୍କ ସହଯୋଗ ହିଁ ଏହି ସଫଳତାର ମୂଳ ଆଧାର ବୋଲି ସେ କହିଛନ୍ତି।
ସେ ନିଜର ସଫଳତା ପାଇଁ କୁଡୋ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହାନ୍ଶି ମେହୁଲ ଭୋରା ଏବଂ କୁଡୋ ମଧ୍ୟପ୍ରଦେଶର ମୁଖ୍ୟ ପ୍ରଶିକ୍ଷକ ଡକ୍ଟର ମହମ୍ମଦ ଐଜାଜ ଖାନ୍ଙ୍କୁ ଶ୍ରେୟ ଦେଇଛନ୍ତି।
ଆସନ୍ତା ମାସରେ ଭାରତରେ ଏକ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାର ଯୋଜନା ରହିଛି। ଏଥିରେ ବିଶ୍ୱ ADC ଚାମ୍ପିୟନ୍ ମିକୋ ହାଇଟୋନେନ୍ ଯୋଗଦେବେ। ଏହି ଶିବିରରେ ଖେଳାଳିମାନଙ୍କ ଗ୍ରାଉଣ୍ଡ ଫାଇଟିଂ କୌଶଳକୁ ଅଧିକ ଉନ୍ନତ କରିବା ଉପରେ ଗୁରୁତ୍ୱ ଦିଆଯିବ।
ତିନିଟି ସ୍ୱର୍ଣ୍ଣ ଓ କ୍ରମାଗତ ୨୫ଟି ଜାତୀୟ ସ୍ୱର୍ଣ୍ଣ ପଦକ ସହ ସୋହେଲଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ୨୦୨୭ ବିଶ୍ୱ ଚାମ୍ପିୟନସିପ୍ର ଚୟନ ପରୀକ୍ଷାରେ ସଫଳ ହୋଇ ଭାରତ ପାଇଁ ବିଶ୍ୱସ୍ତରରେ ପଦକ ଜିତିବା।
ସମ୍ବଲପୁର: ବାତ୍ୟାକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଆ...
ପଶ୍ଚିମବଙ୍ଗ: ଭାରତର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଐତିହା...
କଟକ:ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ ଓଡ଼ିଶାର ଐ...
ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ସହିତ ଓଡ଼ିଶାରେ ପାଣି...
ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...
ନୂଆଦିଲ୍ଲୀ:ଶିକ୍ଷା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିଛି...
AIର ଭୟ, ପଢ଼ିବା ଅଭ୍ୟାସରେ ହ୍ରାସ ଓ ମୋବାଇଲ୍ ଡ୍ରାମା! Ox...
ବୟସ ମାତ୍ର ୨୦ ବର୍ଷ। କିନ୍ତୁ ସ୍ୱପ୍ନ ବେଶ୍ ବଡ଼। ଏସିଆର ସ...