CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ ଜାରି: ଡିସେମ୍ବର ୧୯, ୨୨ ଓ ୨୭ରେ ପରୀକ୍ଷା

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷାର ବିଷୟଭିତ୍ତିକ ସୂଚୀ ପ୍ରକାଶ ପାଇଛି। ଡିସେମ୍ବର ୧୯, ୨୨ ଓ ୨୭ ତାରିଖରେ କମ୍ପ୍ୟୁଟର୍ ଆଧାରିତ ପରୀକ୍ଷା ଅନୁଷ୍ଠିତ ହେବ । ଲାଇଫ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, କେମିକାଲ୍ ସାଇନ୍ସେସ୍, ଆର୍ଥ ସାଇନ୍ସେସ୍, ମ୍ୟାଥମେଟିକାଲ୍ ସାଇନ୍ସେସ୍ ଓ ଫିଜିକାଲ୍ ସାଇନ୍ସେସ୍ ବିଷୟର ପରୀକ୍ଷା ଭିନ୍ନ ଭିନ୍ନ ତାରିଖ ଓ ସିଫ୍ଟରେ ହେବ । ପରୀକ୍ଷାର୍ଥୀମାନେ ନିଜ ବିଷୟ ଅନୁସାରେ ତାରିଖ ଓ ସମୟ ଯାଞ୍ଚ କରିପାରିବେ ।
	NTA announces CSIR UGC NET December 2026 subject-wise examination schedule
NTA announces CSIR UGC NET December 2026 subject-wise examination schedule

CSIR-UGC NET ଡିସେମ୍ବର ୨୦୨୬ ପରୀକ୍ଷାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଡିସେମ୍ବର ୨୦୨୬ ସେସନ୍‌ର ବିଷୟଭିତ୍ତିକ ପରୀକ୍ଷା ସୂଚୀ ଜାରି କରାଯାଇଛି। ଏହି ପରୀକ୍ଷା ଡିସେମ୍ବର ୧୯, ୨୨ ଓ ୨୭ ତାରିଖରେ କମ୍ପ୍ୟୁଟର୍ ଆଧାରିତ ପରୀକ୍ଷା (CBT) ମୋଡ୍‌ରେ ଅନୁଷ୍ଠିତ ହେବ ।

ପରୀକ୍ଷାର ଅବଧି ତିନି ଘଣ୍ଟା ରହିବ। ପାଞ୍ଚଟି ବିଷୟର ପରୀକ୍ଷା ସକାଳ ଓ ଅପରାହ୍ନ ସିଫ୍ଟରେ ହେବ। ଏନ୍‌ଟିଏ ପକ୍ଷରୁ ନଭେମ୍ବର ୨୦ ତାରିଖରେ ଜାରି ନୋଟିସ୍‌ରେ ଏହି ସୂଚନା ଦିଆଯାଇଛି।

କେଉଁ ବିଷୟର ପରୀକ୍ଷା କେବେ?

ଏନ୍‌ଟିଏ ପ୍ରକାଶ କରିଥିବା ସୂଚୀ ଅନୁସାରେ, ଡିସେମ୍ବର ୧୯ ତାରିଖରେ ଲାଇଫ୍ ସାଇନ୍ସେସ୍ ଓ ବାୟୋଟେକ୍ନୋଲୋଜି ବିଷୟର ପରୀକ୍ଷା ହେବ । ଏହା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟରେ ଅନୁଷ୍ଠିତ ହେବ ।

ଡିସେମ୍ବର ୨୨ ତାରିଖରେ କେମିକାଲ୍ ସାଇନ୍ସେସ୍ ଏବଂ ଆର୍ଥ, ଆଟମସ୍ଫିୟରିକ୍, ଓସିଆନ୍ ଆଣ୍ଡ୍ ପ୍ଲାନେଟାରୀ ସାଇନ୍ସେସ୍ ବିଷୟର ପରୀକ୍ଷା ହେବ । ଏହି ଦୁଇଟି ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟରେ ହେବ ।

ସେହିପରି ଡିସେମ୍ବର ୨୭ ତାରିଖରେ ମ୍ୟାଥମେଟିକାଲ୍ ସାଇନ୍ସେସ୍ ଓ ଫିଜିକାଲ୍ ସାଇନ୍ସେସ୍ ବିଷୟର ପରୀକ୍ଷା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟରେ ଅନୁଷ୍ଠିତ ହେବ ।

ବିଷୟଭିତ୍ତିକ ପରୀକ୍ଷା ସୂଚୀ

ବିଷୟ

ପରୀକ୍ଷା ତାରିଖ

ସିଫ୍ଟ ଓ ସମୟ

ଲାଇଫ୍ ସାଇନ୍ସେସ୍ ଓ ବାୟୋଟେକ୍ନୋଲୋଜି

ଡିସେମ୍ବର ୧୯

ଦ୍ୱିତୀୟ ସିଫ୍ଟ: ଅପରାହ୍ନ ୩ଟାରୁ ୬ଟା

କେମିକାଲ୍ ସାଇନ୍ସେସ୍

ଡିସେମ୍ବର ୨୨

ପ୍ରଥମ ସିଫ୍ଟ: ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା

ଆର୍ଥ, ଆଟମସ୍ଫିୟରିକ୍, ଓସିଆନ୍ ଆଣ୍ଡ୍ ପ୍ଲାନେଟାରୀ ସାଇନ୍ସେସ୍

ଡିସେମ୍ବର ୨୨

ପ୍ରଥମ ସିଫ୍ଟ: ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା

ମ୍ୟାଥମେଟିକାଲ୍ ସାଇନ୍ସେସ୍

ଡିସେମ୍ବର ୨୭

ଦ୍ୱିତୀୟ ସିଫ୍ଟ: ଅପରାହ୍ନ ୩ଟାରୁ ୬ଟା

ଫିଜିକାଲ୍ ସାଇନ୍ସେସ୍

ଡିସେମ୍ବର ୨୭

ଦ୍ୱିତୀୟ ସିଫ୍ଟ: ଅପରାହ୍ନ ୩ଟାରୁ ୬ଟା

CSIR-UGC NET ପରୀକ୍ଷା ଦେଲେ କେଉଁ ସୁଯୋଗ ମିଳିବ?

CSIR-UGC NET ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀମାନେ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (JRF) ପାଇବା, ସହକାରୀ ପ୍ରଫେସର୍ (Assistant Professor) ଭାବେ ନିଯୁକ୍ତି ପାଇଁ ଯୋଗ୍ୟତା ହାସଲ କରିବା କିମ୍ବା ଭାରତର ବିଶ୍ୱବିଦ୍ୟାଳୟ ଓ କଲେଜରେ PhD ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିପାରିବେ ।

ପରୀକ୍ଷା ସମ୍ପର୍କିତ ଅଧିକ ସୂଚନା, ନିର୍ଦ୍ଦେଶାବଳୀ ଓ ଅପଡେଟ୍ ପାଇଁ ପ୍ରାର୍ଥୀମାନେ ଏନ୍‌ଟିଏର ଅଫିସିଆଲ୍ ୱେବସାଇଟ୍ csirnet.nta.nic.in ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

କୌଣସି ପ୍ରଶ୍ନ କିମ୍ବା ସମସ୍ୟା ଥିଲେ ପ୍ରାର୍ଥୀମାନେ ୦୧୧-୪୦୭୫୯୦୦୦ ଏବଂ ୦୧୧-୬୯୨୨୭୭୦୦ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ଏହାଛଡ଼ା csirnet@nta.ac.in ଇମେଲ୍ ଠିକଣାରେ ମଧ୍ୟ ନିଜର ପ୍ରଶ୍ନ ପଠାଇପାରିବେ ।

Latest News
ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ, ଏସିଆ ବଜାରରେ ଖୁସିର ଲହର! ଇରାନ୍ ଉତ୍ତେଜନା କମିବା ଆଶାରେ ଖସିଲା ତେଲ ଦର

ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ, ଏସିଆ...

  ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ,...

ଓଡ଼ିଶା ଉପକୂଳରେ ନଭେମ୍ବରରେ ବାତ୍ୟାର ବିରଳ ଇତିହାସ, ୩୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ‘ଆକଭାନ୍’!

ଓଡ଼ିଶା ଉପକୂଳରେ ନଭେମ୍ବରରେ ବାତ୍ୟାର ବିରଳ ଇତିହାସ,...

ଓଡ଼ିଶାର ବାତ୍ୟା ଇତିହାସରେ ନଭେମ୍ବର ମାସର ଏକ ସ୍ୱତନ୍ତ୍ର...

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ? ଜାଣନ୍ତୁ HEPA ଓ କାର୍ବନ୍ ଫିଲ୍ଟରର ସମୟସୀମା

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ?...

ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...

ବାତ୍ୟା ଆକଭାନ୍ ପରେ ବଦଳିଲା ପାଗ! ଗଞ୍ଜାମରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ବାତ୍ୟା ଆକଭାନ୍ ପରେ ବଦଳିଲା ପାଗ! ଗଞ୍ଜାମରେ...

ବାତ୍ୟା ଆକଭାନ୍ର ପ୍ରଭାବ ପରେ ଓଡ଼ିଶାର ପାଣିପାଗରେ ଦେଖାଦେ...

ଆମେରିକା ବଜାରର ଉଛାଳରେ ଏସିଆ ଶେୟାର ବଜାରରେ ଖୁସି! ଇରାନ୍ ଉତ୍ତେଜନା କମିବା ଆଶାରେ ଖସିଲା ତେଲ ଦର

ଆମେରିକା ବଜାରର ଉଛାଳରେ ଏସିଆ ଶେୟାର ବଜାରରେ...

ଦୀର୍ଘ ଦୂରତାର ଟ୍ରେନ୍ରେ ଯାତ୍ରା କରିବା ସମୟରେ ସଫେଇ ଓ ଶୌ...

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ ନା ରୋବୋଟ୍? ଜାଣନ୍ତୁ ଡାକ୍ତରଙ୍କ ମତ

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ...

ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...

ଭରପେଟ ଖାଇବା ପରେ ବି କାହିଁକି ଲାଗେ ଭୋକ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଭରପେଟ ଖାଇବା ପରେ ବି କାହିଁକି ଲାଗେ...

ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...

ଅକଭାନ୍‌ ଯାଉଣୁ ପୁଣି ଲଘୁଚାପ ଭୟ! ନଭେମ୍ବର ୨୮ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

ଅକଭାନ୍‌ ଯାଉଣୁ ପୁଣି ଲଘୁଚାପ ଭୟ! ନଭେମ୍ବର...

ବାତ୍ୟା ଅକଭାନ୍‌ର ପ୍ରଭାବ ସମ୍ପୂର୍ଣ୍ଣ ଟଳିନଥିବା ବେ...

Breaking News
ବନ୍ୟା ପରେ ବାତ୍ୟା ମାଡ଼! ଅଧାପାଚିଲା ଧାନକୁ ଚାହିଁ ବିଲ ହୁଡ଼ାରେ କାନ୍ଦୁଛି ଚାଷୀ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା! ୨୪ ହଜାରରୁ ଅଧିକ ଲୋକ... ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍ ବନ୍ୟା ପରେ ବାତ୍ୟା ମାଡ଼! ଅଧାପାଚିଲା ଧାନକୁ ଚାହିଁ ବିଲ ହୁଡ଼ାରେ କାନ୍ଦୁଛି ଚାଷୀ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା! ୨୪ ହଜାରରୁ ଅଧିକ ଲୋକ... ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍
+