ବାତ୍ୟା ‘ଅକଭାନ୍’ର ପ୍ରଭାବକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ। ବାତ୍ୟା ଯୋଗୁଁ ସମ୍ଭାବ୍ୟ ଖରାପ ପାଗ ଓ ପ୍ରତିକୂଳ ପରିସ୍ଥିତିକୁ ଦେଖି ୩୯ଟି ଟ୍ରେନ୍ ବାତିଲ୍ କରାଯାଇଛି। ଏହି ତାଲିକାରେ ବନ୍ଦେ ଭାରତ, ଏକ୍ସପ୍ରେସ୍, ପାସେଞ୍ଜର ଓ MEMU ଟ୍ରେନ୍ ସାମିଲ ରହିଛି।
ପୂର୍ବତଟ ରେଳପଥର ଅଧିକାରିକ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ଗୁଡ଼ିକର ଚଳାଚଳ ବାତିଲ୍ କରାଯାଇଛି।
ବାତିଲ୍ ହୋଇଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି:
|
ଟ୍ରେନ୍ ନାମ |
ଟ୍ରେନ୍ ନମ୍ବର |
ତାରିଖ |
|---|---|---|
|
ହାୱଡ଼ା-ପୁରୀ ବନ୍ଦେ ଭାରତ |
22895 |
୨୦ ନଭେମ୍ବର |
|
ପୁରୀ-ହାୱଡ଼ା ବନ୍ଦେ ଭାରତ |
22896 |
୨୦ ନଭେମ୍ବର |
|
ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ |
20891 |
୨୦ ନଭେମ୍ବର |
|
ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ |
20892 |
୨୦ ନଭେମ୍ବର |
|
ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ |
20841 |
୨୦ ନଭେମ୍ବର |
|
ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ |
20842 |
୨୦ ନଭେମ୍ବର |
ବନ୍ଦେ ଭାରତ ବ୍ୟତୀତ ଅନ୍ୟ କେତେକ ପ୍ରମୁଖ ଟ୍ରେନ୍ ମଧ୍ୟ ବାତିଲ୍ ହୋଇଛି।
ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ୍ (22883) – ୨୦ ନଭେମ୍ବର।
ଯଶବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ୍ (22884) – ୨୧ ନଭେମ୍ବର।
ଶାଲିମାର-ପୁରୀ ଏକ୍ସପ୍ରେସ୍ (12881) – ୧୯ ନଭେମ୍ବର।
ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ (22819)।
ବିଶାଖାପାଟଣା-ଭୁବନେଶ୍ୱର ନ୍ୟୁ ଇଣ୍ଟରସିଟି ଏକ୍ସପ୍ରେସ୍ (22820)।
ପୁରୀ-ଗୁଣୁପୁର ଏକ୍ସପ୍ରେସ୍ (18417)।
ଗୁଣୁପୁର-ପୁରୀ ଏକ୍ସପ୍ରେସ୍ (18418)।
ଏହା ସହିତ ପୁରୀ, ଖୋର୍ଦ୍ଧା ରୋଡ୍, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପାଲାସା, ଗୁଣୁପୁର, ଅନୁଗୁଳ, ତାଳଚେର, ଦଶପଲ୍ଲା ଓ ଜଳେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଅନେକ MEMU ଟ୍ରେନ୍ ମଧ୍ୟ ବାତିଲ୍ ହୋଇଛି।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ ବାତିଲ୍ ସମ୍ପର୍କରେ ଅବଗତ ହେବା ସହ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ହିଁ ରେଳବାଇର ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି।
ଅନ୍ୟପଟେ, ଓଡ଼ିଶା ଉପକୂଳରେ ବାତ୍ୟା ‘ଅକଭାନ୍’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା IMD ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସ୍ପଷ୍ଟ କରିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ସକାଳ ୧୦ଟାରୁ ୧୧ଟା ମଧ୍ୟରେ ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାର ଆଶା ରହିଛି।
ବାତ୍ୟାର ପ୍ରଭାବକୁ ନେଇ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜାରି ରହିଥିବା ବେଳେ ଯାତ୍ରୀମାନେ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ଜରୁରୀ।
ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ବାପାଙ୍କ ନାଁର ପରିଚୟ ନୁହ...
ଭାରତୀୟ ବ୍ୟାଡମିଣ୍ଟନ୍‌ରେ ଆଉ ଜଣେ ଯୁବ ପ୍ରତିଭାଙ୍କ...
ନୂଆ ଟ୍ରେନ୍‌ରେ ଯାତ୍ରା କରିବାର ଉତ୍ସାହ ଅଲଗା। ବିଶେ...
ୱେଲିଂଟନ୍‌: ଲୋକପ୍ରିୟ ନିଷ୍ପତ୍ତି ନୁହେଁ, ଠିକ୍ ନିଷ...
ତୁର୍କୀର ଆଣ୍ଟାଲ୍ୟାରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ...
ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ୨୦୧୮ର ବହୁଚର୍ଚ୍ଚିତ ବଲ୍&...
ଭାରତ ଓ ଚେକ୍ ରିପବ୍ଲିକ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ...
ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ...