ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ ଦେଶରେ ବେକାରୀ ଓ ଶିକ୍ଷା ବ୍ୟବସ୍ଥାର ସମସ୍ୟା ଥିବା ନେଇ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ଆମେରିକା ଗସ୍ତ ସମୟରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ରିଜିଜୁ କହିଛନ୍ତି ଯେ, ରାହୁଲ ଗାନ୍ଧି ଲୋକସଭାର ବିରୋଧୀ ଦଳ ନେତା ହୋଇଥିବାରୁ ବିଦେଶ ମାଟିରେ ଭାରତ ସମ୍ପର୍କରେ ଭୁଲ୍ ତଥ୍ୟ ଦେବା ଉଚିତ ନୁହେଁ। ସାଧାରଣତଃ ସରକାର ରାହୁଲଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେବାକୁ ଚାହାନ୍ତି ନାହିଁ, କିନ୍ତୁ ସେ ବିଦେଶରେ ଦେଶର ଛବିକୁ ଭୁଲ୍ ଭାବେ ଉପସ୍ଥାପନ କଲେ ଆପତ୍ତି ଜଣାଇବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ଭାରତର ଅର୍ଥନୀତିକୁ ନେଇ ରାହୁଲଙ୍କ ମନ୍ତବ୍ୟର ଜବାବ ଦେଇ ରିଜିଜୁ ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କର ଉଦାହରଣ ଦେଇଛନ୍ତି। ଏହି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକ ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଚିହ୍ନଟ କରୁଥିବା ସେ କହିଛନ୍ତି। ଏହା ସତ୍ତ୍ୱେ ରାହୁଲ ଅର୍ଥନୀତିକୁ ମୃତ ବୋଲି କହୁଛନ୍ତି, ତାଙ୍କୁ ଏହା କିଏ ବୁଝାଇବ ବୋଲି ରିଜିଜୁ ପ୍ରଶ୍ନ କରିଛନ୍ତି।
ରାହୁଲ ଗାନ୍ଧିଙ୍କ ବିଦେଶରେ ଦିଆଯାଇଥିବା ମନ୍ତବ୍ୟ ତାଙ୍କ ଦଳ ଓ ସମଗ୍ର ବିରୋଧୀ ଦଳର ରାଜନୈତିକ ସ୍ଥିତିକୁ ଦୁର୍ବଳ କରୁଛି ବୋଲି ମଧ୍ୟ ରିଜିଜୁ ଅଭିଯୋଗ କରିଛନ୍ତି। ଜଣେ ଭାରତୀୟ ନିଜ ଦେଶ ବିଷୟରେ ବିଦେଶରେ ଅଯଥା ମନ୍ତବ୍ୟ ଦେବାକୁ କୌଣସି ଦେଶବାସୀ ଚାହିଁବେ ନାହିଁ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ: ନୂଆ ବନ୍ଦେ ଭାରତ ଟ୍ରେନ୍ରେ ଯାତ୍ରା କଲେ ଫଟୋ ଓ ଭିଡିଓ କରିବାକୁ କାହିଁକି ମନ ହୁଏ? ମନୋବିଜ୍ଞାନ କହୁଛି ଏହି କାରଣ
ଭାରତରେ ଗଣତନ୍ତ୍ର ନାହିଁ ଏବଂ ଭୋଟ୍ ଚୋରି ହେଉଛି ବୋଲି ରାହୁଲଙ୍କ ଅଭିଯୋଗକୁ ମଧ୍ୟ ରିଜିଜୁ ଖଣ୍ଡନ କରିଛନ୍ତି। ଯଦି ଦେଶରେ ଗଣତନ୍ତ୍ର ନଥାନ୍ତା, ତେବେ ରାହୁଲ କିପରି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସରକାର, ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିପାରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଭାରତରେ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମତ ପ୍ରକାଶ କରିବାର ସ୍ୱାଧୀନତା ରହିଛି ବୋଲି ରିଜିଜୁ କହିଛନ୍ତି।
ଏହାସହ ୨୦୧୧ରୁ ୨୦୨୩ ମଧ୍ୟରେ ଭାରତରେ ୫୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଥିବା ତଥ୍ୟ ଆଇଏମ୍ଏଫ୍ର ବୋଲି ରିଜିଜୁ ଦାବି କରିଛନ୍ତି। ତାଙ୍କ ମତରେ, ଏହା ବିଶ୍ୱରେ ଦାରିଦ୍ର୍ୟ ହ୍ରାସର ଏକ ବଡ଼ ଉଦାହରଣ।
ବୁଧବାର ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ରାହୁଲ ଗାନ୍ଧି କହିଥିଲେ ଯେ, ଭାରତ ଏକ ବଡ଼ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ବେକାରୀ ସମସ୍ୟା ଗମ୍ଭୀର ଏବଂ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବଡ଼ ସମସ୍ୟା ରହିଛି ବୋଲି ସେ ମତ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି।
ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା! CHSE ଘୋଷ...
ଜଳେଶ୍ୱରରେ ଆବାସ ଯୋଜନାକୁ ନେଇ ବିବାଦ: ଟଙ୍କା ନେଇ ଅଯୋଗ୍ୟ...
କନ୍ଧମାଳ କାର୍ ଜଳି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ! ପାଉଁଶ...
ଗୁଆହାଟୀ: ଆସାମର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨...
୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନ...
NRI ନାବିକଙ୍କ ପାଇଁ NPS KYC ନିୟମରେ କୋହଳ ନୂଆଦିଲ୍ଲୀ...
ବାଲେଶ୍ୱରରେ ବଡ଼ ଧରଣର ନିଶାଦ୍ରବ୍ୟ ଜବତ: ୧୦.୨୩ କେଜି ବ୍ର...
ନୂଆଦିଲ୍ଲୀ: UGC NET ଡିସେମ୍ବର ୨୦୨୬ ପରୀକ୍ଷାକୁ ନେଇ ଅପେ...