ନୂଆଦିଲ୍ଲୀ: UGC NET ଡିସେମ୍ବର ୨୦୨୬ ପରୀକ୍ଷାକୁ ନେଇ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରୀକ୍ଷାର ବିଷୟଭିତ୍ତିକ ସମୟସୂଚୀ ଜାରି କରାଯାଇଛି। ଏହି ପରୀକ୍ଷା ଡିସେମ୍ବର ୧୪ରୁ ୧୮ ତାରିଖ ଏବଂ ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ।
NTAର ୧୯ ନଭେମ୍ବର ୨୦୨୬ ତାରିଖର ସରକାରୀ ନୋଟିସ୍ ଅନୁଯାୟୀ, ପରୀକ୍ଷା କମ୍ପ୍ୟୁଟର୍ ଆଧାରିତ ପରୀକ୍ଷା (CBT) ପଦ୍ଧତିରେ ହେବ। ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ। ପ୍ରତ୍ୟେକ ସିଫ୍ଟର ଅବଧି ୩ ଘଣ୍ଟା।
କେଉଁ ଦିନ କେଉଁ ବିଷୟର ପରୀକ୍ଷା?
ଡିସେମ୍ବର ୧୪: ପ୍ରଥମ ସିଫ୍ଟରେ ଇତିହାସ, ପାଲି, ପ୍ରାକୃତ ଓ ତୁଳନାତ୍ମକ ସାହିତ୍ୟ। ଦ୍ୱିତୀୟ ସିଫ୍ଟରେ କମ୍ପ୍ୟୁଟର ସାଇନ୍ସ, ପାର୍ସୀ, ରୁଷୀୟ, ବଙ୍ଗଳା, ହୋମ୍ ସାଇନ୍ସ, ସଙ୍ଗୀତ ଓ ଜନସଂଖ୍ୟା ଅଧ୍ୟୟନ।
ଡିସେମ୍ବର ୧୫: ପ୍ରଥମ ସିଫ୍ଟରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍, ଶିକ୍ଷା, ସୋସିଆଲ୍ ୱାର୍କ, ମାଲାୟାଲମ୍, ଉର୍ଦ୍ଦୁ ଆଦି। ଦ୍ୱିତୀୟ ସିଫ୍ଟରେ ସାଇକୋଲୋଜି, ମୈଥିଳୀ, ଆରବୀ, ମ୍ୟାନେଜମେଣ୍ଟ ଓ ଅନ୍ୟାନ୍ୟ ବିଷୟ।
ଡିସେମ୍ବର ୧୬: ପ୍ରଥମ ସିଫ୍ଟରେ ରାଜନୀତି ବିଜ୍ଞାନ, ଧର୍ମର ତୁଳନାତ୍ମକ ଅଧ୍ୟୟନ, ଜାପାନୀ ଓ ଡୋଗ୍ରୀ। ଦ୍ୱିତୀୟ ସିଫ୍ଟରେ କମର୍ସ, ପ୍ରତିରକ୍ଷା ଓ ରଣନୀତିକ ଅଧ୍ୟୟନ, ଭାରତୀୟ ସଂସ୍କୃତି ଆଦି।
ଡିସେମ୍ବର ୧୭: ପ୍ରଥମ ସିଫ୍ଟରେ ଇଂରାଜୀ, ଚାଇନିଜ୍, କୋଙ୍କଣୀ, ସ୍ପାନିଶ୍ ଓ କାଶ୍ମୀରୀ। ଦ୍ୱିତୀୟ ସିଫ୍ଟରେ ଭିଜୁଆଲ୍ ଆର୍ଟ, ପଞ୍ଜାବୀ, ତାମିଲ୍, ଭୂଗୋଳ ଓ ଅନ୍ୟାନ୍ୟ ବିଷୟ।
ଡିସେମ୍ବର ୧୮: ପ୍ରଥମ ସିଫ୍ଟରେ ହିନ୍ଦୀ, ଆରବ ସଂସ୍କୃତି, ଭାରତୀୟ ଜ୍ଞାନ ପରମ୍ପରା, କନ୍ନଡ଼, ଜର୍ମାନ୍ ଓ ଅନ୍ୟାନ୍ୟ ବିଷୟ। ଦ୍ୱିତୀୟ ସିଫ୍ଟରେ ମାସ୍ କମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ ସାଇନ୍ସ, ମହିଳା ଅଧ୍ୟୟନ, ଆଇନ୍ ଓ ଅନ୍ୟାନ୍ୟ ବିଷୟ।
ଡିସେମ୍ବର ୨୧: ପ୍ରଥମ ସିଫ୍ଟରେ ଅର୍ଥନୀତି, ପରିବେଶ ବିଜ୍ଞାନ, ହିନ୍ଦୁ ଅଧ୍ୟୟନ, ନୃତତ୍ତ୍ୱ, ସଂସ୍କୃତ ଓ ଅନ୍ୟାନ୍ୟ ବିଷୟ। ଦ୍ୱିତୀୟ ସିଫ୍ଟରେ ଆସାମୀ, ସମାଜଶାସ୍ତ୍ର, ଯୋଗ, ପର୍ଯ୍ୟଟନ ପରିଚାଳନା, ଓଡ଼ିଆ (Oriya), ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ବିଷୟ।
ପରୀକ୍ଷା କେନ୍ଦ୍ର ଓ ଆଡମିଟ୍ କାର୍ଡ ସମ୍ପର୍କରେ
NTAର ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ସୂଚନା (Exam City Intimation Slip) ସମ୍ପୃକ୍ତ ପରୀକ୍ଷା ତାରିଖର ୨୧ ଦିନ ପୂର୍ବରୁ ଅଫିସିଆଲ୍ ୱେବସାଇଟ୍ରେ ପ୍ରକାଶ ପାଇବ। ତେଣୁ ପରୀକ୍ଷାର୍ଥୀମାନେ ନିୟମିତ ଭାବେ NTAର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ଆହୁରି ପଢନ୍ତୁ:ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଶାନ୍ତି, ସ୍ୱାଧୀନତା ଓ ବିକାଶ ସହ ଜଡ଼ିତ: ସୋନିଆ ଗାନ୍ଧୀ
ସମୟସୂଚୀ କେଉଁଠାରୁ ଡାଉନଲୋଡ୍ କରିବେ?
ପରୀକ୍ଷାର୍ଥୀମାନେ UGC NET ଅଫିସିଆଲ୍ ୱେବସାଇଟ୍କୁ ଯାଇ ଡିସେମ୍ବର ୨୦୨୬ର ବିଷୟଭିତ୍ତିକ ପରୀକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ। ନିଜ ବିଷୟର ନାମ ଓ କୋଡ୍ ମେଳାଇ ପରୀକ୍ଷା ତାରିଖ ଏବଂ ସିଫ୍ଟ ନିଶ୍ଚିତ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।
ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ...
୫ କୋଟିର ବସ୍‌ଷ୍ଟାଣ୍ଡ ୪ ବର୍ଷ ହେଲା ଅବ୍ୟବହୃତ! ଯାତ...
୧୭ କି.ମି. ବେଗରେ ମାଡ଼ିଆସୁଛି ଭୀଷଣ ବାତ୍ୟା ‘ଅକଭା...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
ବାର୍ଡ ଫ୍ଲୁ ମୁକାବିଲା ପାଇଁ ଭାରତର ବଡ଼ ସଫଳତା! ପ୍ରଥମ ସ୍...
ପେଟର ଚର୍ବି କମାଇବାକୁ ତ୍ରିଗୁଣ କାଢ଼ା! ଜିରା-ଜୁଆଣି ସହ ୫...
ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ! ଶୁକ୍ରବାର ସକାଳ...