ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଶାନ୍ତି, ସ୍ୱାଧୀନତା ଓ ବିକାଶ ସହ ଜଡ଼ିତ: ସୋନିଆ ଗାନ୍ଧୀ

ଦିଲ୍ଲୀରେ ଆୟୋଜିତ ୨୦୨୫ ମସିହାର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ମନେ ପକାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
Sonia Gandhi
Sonia Gandhi

ନୂଆଦିଲ୍ଲୀ: ଶାନ୍ତି, ସ୍ୱାଧୀନତା ଓ ବିକାଶକୁ ପରସ୍ପରଠାରୁ ଅଲଗା କରି ଦେଖିହେବ ନାହିଁ। ଏହି ତିନୋଟି ଆଦର୍ଶକୁ ନିଜ ଜୀବନ ଓ ରାଜନୈତିକ ଚିନ୍ତାଧାରାରେ ଗୁରୁତ୍ୱ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦିଲ୍ଲୀରେ ଆୟୋଜିତ ୨୦୨୫ ମସିହାର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ସୋନିଆ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ପାଇଁ ପ୍ରକୃତ ବିକାଶର ଅର୍ଥ ଥିଲା ଲୋକଙ୍କ ମର୍ଯ୍ୟାଦା, ସୁଖସମୃଦ୍ଧି ଓ ଉନ୍ନତ ଜୀବନ। ବିଶେଷକରି ସମାଜର ଅବହେଳିତ ଓ ଦୁର୍ବଳ ବର୍ଗଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସେ ଗୁରୁତ୍ୱ ଦେଉଥିଲେ। ତାଙ୍କ ମତରେ, ରାଜନୈତିକ ସ୍ୱାଧୀନତା ସେତେବେଳେ ଅର୍ଥପୂର୍ଣ୍ଣ ହୁଏ, ଯେତେବେଳେ ଏହା ସାଧାରଣ ଲୋକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିପାରେ।

ଏହି ଅବସରରେ ୨୦୨୫ ମସିହାର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର ପାଇଁ ମନୋନୀତ ହୋଇଥିବା ମାଡାମ୍ ଗ୍ରାସା ମାଚେଲଙ୍କ କାର୍ଯ୍ୟକୁ ମଧ୍ୟ ସୋନିଆ ପ୍ରଶଂସା କରିଛନ୍ତି। ମୋଜାମ୍ବିକ୍‌ର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ମହିଳା ଓ ଶିଶୁଙ୍କ ଅଧିକାର ପାଇଁ ତାଙ୍କର ଦୀର୍ଘଦିନର ସଂଘର୍ଷ ସମାଜିକ ନ୍ୟାୟ, ମାନବୀୟ ମର୍ଯ୍ୟାଦା ଓ ସମାନତାର ଉଦାହରଣ ବୋଲି ସେ କହିଛନ୍ତି।

​​​​​​​​​​​​​​ଆହୁରି ପଢନ୍ତୁ:COP31ରେ ଭାରତ-ଜାପାନ ଆଲୋଚନା: ସର୍କୁଲାର ଇକୋନୋମି, ଖଣିଜ ସମ୍ପଦ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଉପରେ ଗୁରୁତ୍ୱ

ସୋନିଆଙ୍କ ମତରେ, ଗ୍ରାସା ମାଚେଲଙ୍କ ଜୀବନ ଓ କାର୍ଯ୍ୟ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ସହ ଗଭୀର ଭାବେ ମେଳ ଖାଉଛି। ଦେଶର ସୀମା ଅତିକ୍ରମ କରି ଦଶନ୍ଧି ଧରି ସେ ମାନବାଧିକାର, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପାଇଁ କାମ କରିଆସିଛନ୍ତି।

ଇନ୍ଦିରା ଗାନ୍ଧୀଙ୍କ ନାମରେ ପ୍ରତିଷ୍ଠିତ ଏହି ପୁରସ୍କାର ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ସମ୍ମାନିତ କରିଥାଏ। ୨୦୨୫ ପାଇଁ ଗ୍ରାସା ମାଚେଲଙ୍କୁ ଏହି ପୁରସ୍କାର ଦିଆଯାଇଛି।

LIVE TV
LIVE
Latest News
ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା! ୨୪ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ...

ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ...

‘Student of the Year: After Dark’ ଥିଲା ଶନାୟାଙ୍କ ସିନେମା ଯାତ୍ରାର ପ୍ରଥମ ପାହାଚ, ୩ ବର୍ଷର ଅପେକ୍ଷା ପରେ ହେଲା ସ୍ୱପ୍ନ ପୂରଣ!

‘Student of the Year: After Dark’...

ମୁମ୍ବାଇ: ଅଭିନେତ୍ରୀ ଶନାୟା କପୁରଙ୍କ ପାଇଁ ‘Stude...

ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ ଫଟୋ ଓ ଭିଡିଓ କରିବାକୁ କାହିଁକି ମନ ହୁଏ? ମନୋବିଜ୍ଞାନ କହୁଛି ଏହି କାରଣ

ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ...

ନୂଆ ଟ୍ରେନ୍‌ରେ ଯାତ୍ରା କରିବାର ଉତ୍ସାହ ଅଲଗା। ବିଶେ...

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ରିଜିଜୁ, କହିଲେ- ‘ତାଙ୍କୁ କିଏ ବୁଝାଇବ?’

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ...

ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ...

ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ! ଶୁକ୍ରବାର ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ! ଶୁକ୍ରବାର ସକାଳ...

ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ! ଶୁକ୍ରବାର ସକାଳ...

TIME100 Next India ତାଲିକାରେ ଆଲିଆ, ଆର୍ୟନ ଓ ଦିଲଜିତ୍‌! ଭାରତୀୟ ସିନେମା ଜଗତକୁ ମିଳିଲା ବିଶ୍ୱସ୍ତରୀୟ ସ୍ୱୀକୃତି

TIME100 Next India ତାଲିକାରେ ଆଲିଆ, ଆର୍ୟନ...

ମୁମ୍ବାଇ: ଭାରତୀୟ ମନୋରଞ୍ଜନ ଜଗତ ପାଇଁ ଆସିଛି ଏକ ବଡ଼ ଖୁସ...

COP31ରେ ଭାରତ-ଜାପାନ ଆଲୋଚନା: ସର୍କୁଲାର ଇକୋନୋମି, ଖଣିଜ ସମ୍ପଦ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଉପରେ ଗୁରୁତ୍ୱ

COP31ରେ ଭାରତ-ଜାପାନ ଆଲୋଚନା: ସର୍କୁଲାର ଇକୋନୋମି, ଖଣିଜ...

ତୁର୍କୀର ଆଣ୍ଟାଲ୍ୟାରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ...

୫ କୋଟିର ବସ୍‌ଷ୍ଟାଣ୍ଡ ୪ ବର୍ଷ ହେଲା ଅବ୍ୟବହୃତ! ଯାତ୍ରୀଙ୍କ ବଦଳରେ ଅସାମାଜିକଙ୍କ ଆଡ୍ଡା ପାଲଟିଛି

୫ କୋଟିର ବସ୍‌ଷ୍ଟାଣ୍ଡ ୪ ବର୍ଷ ହେଲା...

୫ କୋଟିର ବସ୍‌ଷ୍ଟାଣ୍ଡ ୪ ବର୍ଷ ହେଲା ଅବ୍ୟବହୃତ! ଯାତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+