‘Student of the Year: After Dark’ ଥିଲା ଶନାୟାଙ୍କ ସିନେମା ଯାତ୍ରାର ପ୍ରଥମ ପାହାଚ, ୩ ବର୍ଷର ଅପେକ୍ଷା ପରେ ହେଲା ସ୍ୱପ୍ନ ପୂରଣ!

ବଲିଉଡ୍ ଅଭିନେତ୍ରୀ ଶନାୟା କପୁର ନିଜର ନୂଆ ୱେବ୍ ସିରିଜ୍ ‘Student of the Year: After Dark’କୁ ନେଇ ଏକ ବିଶେଷ ଖୁଲାସା କରିଛନ୍ତି।
Shanaya Kapoor
Shanaya Kapoor

ମୁମ୍ବାଇ: ଅଭିନେତ୍ରୀ ଶନାୟା କପୁରଙ୍କ ପାଇଁ ‘Student of the Year: After Dark’ କେବଳ ଆଉ ଏକ ପ୍ରୋଜେକ୍ଟ ନୁହେଁ, ବରଂ ସିନେମା ଜଗତରେ ତାଙ୍କ ଯାତ୍ରାର ପ୍ରଥମ ପାହାଚ। ଏକ ସାକ୍ଷାତକାରରେ ନିଜେ ଏହି କଥା କହିଛନ୍ତି ଶନାୟା। ଏହି ସିରିଜ୍‌ର ରିଲିଜ୍ ପରେ ସେ ଏହା ସହ ଜଡ଼ିତ ଦୀର୍ଘ ଯାତ୍ରା ଓ ଅନୁଭୂତି ବାଣ୍ଟିଛନ୍ତି।

ଶନାୟା କହିଛନ୍ତି ଯେ, ତାଙ୍କ ଅଭିନୟ ଜଗତରେ ପ୍ରବେଶ କରିବାର ଆଲୋଚନା ଏହି ପ୍ରୋଜେକ୍ଟରୁ ହିଁ ଆରମ୍ଭ ହୋଇଥିଲା। ଅନ୍ୟ ପ୍ରୋଜେକ୍ଟଗୁଡ଼ିକ ପ୍ରଥମେ ସୁଟିଂ ଓ ରିଲିଜ୍ ହୋଇଥିଲେ ମଧ୍ୟ ‘Student of the Year: After Dark’ ତାଙ୍କ ପାଇଁ ଅଭିନୟ ଜଗତର ପ୍ରଥମ ପଦକ୍ଷେପ ଥିଲା। ସ୍କ୍ରିପ୍ଟ ଆଲୋଚନା, ଅନୁମୋଦନ, ଅଡିସନ୍ ଓ ରିଡିଂଠାରୁ ଆରମ୍ଭ କରି ପ୍ରତ୍ୟେକ ପର୍ଯ୍ୟାୟ ସହ ସେ ଜଡ଼ିତ ଥିଲେ।

୩ ବର୍ଷର ଯାତ୍ରା, ରିଲିଜ୍ ପୂର୍ବରୁ ନିଦ ହଜିଥିଲା

ଶନାୟାଙ୍କ କହିବା ଅନୁସାରେ, ଏହି ପ୍ରୋଜେକ୍ଟର ଆଲୋଚନାଠାରୁ ଆରମ୍ଭ କରି ସୁଟିଂ ଓ ରିଲିଜ୍ ପର୍ଯ୍ୟନ୍ତ ପ୍ରାୟ ୨-୩ ବର୍ଷର ସମୟ ଲାଗିଛି। ଏତେ ଦିନ ଧରି ଏହି ପ୍ରୋଜେକ୍ଟର ଅଂଶ ହୋଇ ରହିଥିବାରୁ ରିଲିଜ୍ ପୂର୍ବରୁ ସେ ବେଶ୍ ଉତ୍କଣ୍ଠିତ ଥିଲେ। ଏପରିକି ଠିକ୍‌ରେ ଶୋଇ ପାରୁନଥିବା କଥା ମଧ୍ୟ ସେ କହିଛନ୍ତି।

ସିରିଜ୍‌ର ନିର୍ଦ୍ଦେଶିକା ରୀମା ମାୟା ଓ ସିନେମାଟୋଗ୍ରାଫର ହର୍ଷବୀରଙ୍କ କାମକୁ ମଧ୍ୟ ଶନାୟା ପ୍ରଶଂସା କରିଛନ୍ତି। ଦର୍ଶକଙ୍କ ପ୍ରତିକ୍ରିୟାରେ ଏହି ସିରିଜ୍‌କୁ ଅନ୍ୟ ପ୍ରୋଜେକ୍ଟଠାରୁ ଭିନ୍ନ ବୋଲି କୁହାଯାଉଥିବା ସେ ଉଲ୍ଲେଖ କରିଛନ୍ତି।

ଅନନ୍ୟା ପାଣ୍ଡେ ଦେଲେ ସମର୍ଥନ

ସାକ୍ଷାତକାରରେ ଶନାୟାଙ୍କୁ ପଚରାଯାଇଥିଲା ଯେ, ପୂର୍ବରୁ ‘Student of the Year’ ଫିଲ୍ମରେ ଅଭିନୟ କରିଥିବା ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହ ସେ ଏହି ପ୍ରୋଜେକ୍ଟ ବିଷୟରେ କଥା ହୋଇଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ଅନନ୍ୟାଙ୍କ ସହ ତାଙ୍କର ପ୍ରତିଦିନ କଥା ହୁଏ। ଅନନ୍ୟା ଏହି ସିରିଜ୍‌କୁ ନେଇ ବେଶ୍ ଉତ୍ସାହିତ ଥିଲେ ଏବଂ ଏହା ଦେଖିବାକୁ ଆଗ୍ରହୀ ଥିଲେ। ତେବେ ଆଲିଆଙ୍କ ସହ ଏନେଇ କଥା ହେବାର ସୁଯୋଗ ତାଙ୍କୁ ମିଳିନାହିଁ ବୋଲି ଶନାୟା କହିଛନ୍ତି।

କ୍ୟାମ୍ପସ୍ ରୋମାନ୍ସ ନୁହେଁ, ଏଥର ମର୍ଡର ମିଷ୍ଟ୍ରି

କରଣ ଜୋହରଙ୍କ ଲୋକପ୍ରିୟ ‘Student of the Year’ ଫ୍ରାଞ୍ଚାଇଜ୍‌କୁ ଏଥର ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ‘Student of the Year: After Dark’ରେ କ୍ୟାମ୍ପସ୍ ରୋମାନ୍ସ ବଦଳରେ ରହିଛି ରହସ୍ୟ ଓ ହତ୍ୟାକାଣ୍ଡର କାହାଣୀ। ରୀମା ମାୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିରିଜ୍‌ରେ ଶନାୟା ଯାଆଁଳା ଭଉଣୀ ଆୟେଶା ଓ ଅଦିତିଙ୍କ ଦ୍ୱୈତ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିରିଜ୍ ନଭେମ୍ବର ୧୩ରେ JioHotstarରେ ପ୍ରିମିୟର ହୋଇଥିଲା।

LIVE TV
LIVE
Latest News
ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ ଖସି ୧.୨୯ ଲକ୍ଷ, ଆହୁରି କମିବ କି ସୁନା ମୂଲ୍ୟ?

ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ...

ନୂଆଦିଲ୍ଲୀ: ସୁନା କିଣିବାକୁ ଅପେକ୍ଷା କରୁଥିବା ଲୋକଙ୍କ ପା...

୬ ଘଣ୍ଟା ସମୟ ବଞ୍ଚାଇବ ବନ୍ଦେ ଭାରତ ସ୍ଲିପର୍, ହେଲେ ଟିକେଟ୍ ଦାମ୍ ଅଧିକ! ୩AC ଭଡ଼ା ୨,୮୧୦ ଟଙ୍କା

୬ ଘଣ୍ଟା ସମୟ ବଞ୍ଚାଇବ ବନ୍ଦେ ଭାରତ...

ନୂଆଦିଲ୍ଲୀ: ଦ୍ରୁତ ଯାତ୍ରା ସହ ଆଧୁନିକ ସୁବିଧା, କିନ୍ତୁ ଟ...

ବାଲେଶ୍ୱରରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ! ଭଡ଼ାଘରୁ ୧୦.୨୩ କେଜି ଧଳା ଜହର ଜବତ, ମହିଳାଙ୍କ ସମେତ ୨ ଗିରଫ

ବାଲେଶ୍ୱରରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌...

ବାଲେଶ୍ୱରରେ ବଡ଼ ଧରଣର ନିଶାଦ୍ରବ୍ୟ ଜବତ: ୧୦.୨୩ କେଜି ବ୍ର...

ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ ଫଟୋ ଓ ଭିଡିଓ କରିବାକୁ କାହିଁକି ମନ ହୁଏ? ମନୋବିଜ୍ଞାନ କହୁଛି ଏହି କାରଣ

ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ...

ନୂଆ ଟ୍ରେନ୍‌ରେ ଯାତ୍ରା କରିବାର ଉତ୍ସାହ ଅଲଗା। ବିଶେ...

ଜଳେଶ୍ୱରରେ ଆବାସ ଯୋଜନାରେ ବଡ଼ ଅନିୟମିତତା ଅଭିଯୋଗ! ଟଙ୍କା ନେଇ ଅଯୋଗ୍ୟଙ୍କୁ ଘର ଦେବା ଅଭିଯୋଗ, ସାଂସଦଙ୍କ ନିକଟରେ ପହଞ୍ଚିଲା ମାମଲା

ଜଳେଶ୍ୱରରେ ଆବାସ ଯୋଜନାରେ ବଡ଼ ଅନିୟମିତତା ଅଭିଯୋଗ!...

ଜଳେଶ୍ୱରରେ ଆବାସ ଯୋଜନାକୁ ନେଇ ବିବାଦ: ଟଙ୍କା ନେଇ ଅଯୋଗ୍ୟ...

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ରିଜିଜୁ, କହିଲେ- ‘ତାଙ୍କୁ କିଏ ବୁଝାଇବ?’

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ...

ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ...

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନିଜେ ଥାନାରେ ଦେଇଥିଲେ ଅଭିଯୋଗ, ଦୋକାନ କର୍ମଚାରୀ ଗିରଫ

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି...

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନ...

PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ! ୨୫% ବଦଳରେ ରଖିବାକୁ ପଡ଼ିବ ମାତ୍ର ୧୦%, ଅବସର ପରେ ମିଳିବ ମାସିକ ଆୟ

PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ!...

ନୂଆଦିଲ୍ଲୀ: PF ଖାତାଧାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+