ଇଂଲଣ୍ଡ ବିପକ୍ଷରେ ଖେଳିବେ ଉମା କଶ୍ୟପୀ ଓ ଦିୟା ଯାଦବ! U-19 ଭାରତୀୟ ଦଳ ଘୋଷଣା

ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ ୨୦୨୭ ପୂର୍ବରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ U-19 ମହିଳା ଦଳ ଘୋଷଣା ହୋଇଛି।
Uma Kashvi and Deeya Yada
Uma Kashvi and Deeya Yada

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ରେ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଇଂଲଣ୍ଡ ବିପକ୍ଷ ଆଗାମୀ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତର ୧୫ ଜଣିଆ ଅଣ୍ଡର-୧୯ ମହିଳା ଦଳ ଘୋଷଣା କରିଛି BCCI। ଆଗାମୀ ୨୦୨୭ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଏହି ସିରିଜ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଭାବେ ଦେଖାଯାଉଛି।

ଦଳରେ ଉମା କଶ୍ୟପୀ ଓ ଦିୟା ଯାଦବ

ଏହି ଦଳରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଉମା କଶ୍ୟପୀ ଓ ଦିୟା ଯାଦବ। ଉଭୟ ଖେଳାଳି ମହିଳା ପ୍ରିମିୟର ଲିଗ୍‌ (WPL) ସହ ଜଡ଼ିତ ହୋଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।

ଉମା କଶ୍ୟପୀ WPL ୨୦୨୭ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ୧୦ ଲକ୍ଷ ଟଙ୍କାରେ କିଣାଯାଇଥିଲେ। ମାତ୍ର ୧୫ ବର୍ଷ ୨୦୨ ଦିନ ବୟସରେ WPL ଇତିହାସରେ ସ୍ଥାନ ପାଇଥିବା ସବୁଠାରୁ କମ୍ ବୟସର ଖେଳାଳି ହୋଇଥିଲେ ସେ।

ଅନ୍ୟପକ୍ଷରେ, ଦିୟା ଯାଦବ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି। ୧୬ ବର୍ଷ ବୟସରେ WPL ଡେବ୍ୟୁ କରି ସେ ସବୁଠାରୁ କମ୍ ବୟସରେ ଏହି ଲିଗ୍‌ରେ ଖେଳିବାର ରେକର୍ଡ କରିଥିଲେ।

ଭାବିକାଙ୍କୁ ଅଧିନାୟିକା ଦାୟିତ୍ୱ

୧୫ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ୱିକେଟ୍‌କିପର-ବ୍ୟାଟର ଭାବିକା ଆହିରେ। ଅନାଦି ଟାଗଡେଙ୍କୁ ଉପଅଧିନାୟିକା ଦାୟିତ୍ୱ ମିଳିଛି।

ଦଳରେ ୨୦୨୫ ଅଣ୍ଡର-୧୯ ମହିଳା ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଦୁଇ ଖେଳାଳି ଭାବିକା ଆହିରେ ଓ ଈଶ୍ୱରୀ ଆୱସାରେ ମଧ୍ୟ ସ୍ଥାନ ପାଇଛନ୍ତି।

ଭାରତୀୟ U-19 ଦଳ

ଭାବିକା ଆହିରେ (ଅଧିନାୟିକା), ଇରା ଯାଦବ, ନିଧି ମାହତୋ, ପୂର୍ବା ସିୱାଚ୍, ମେହକ ନରୱାସେ, ମୈତ୍ରୀ ମଣିଆର, ଈଶ୍ୱରୀ ଆୱସାରେ, ଦିୟା ଯାଦବ, ଶ୍ରେୟା ଏସ୍‌. ଚୱନ, ସମାଇରା ରାଘବ, କୁମାରୀ ପଲକ, ଉମା କଶ୍ୟପୀ, ଅଚସା ପରମାର, ଅନାଦି ଟାଗଡେ (ଉପଅଧିନାୟିକା) ଓ ପଲକ ସିଂହ।

ଇଂଲଣ୍ଡ ବିପକ୍ଷ ସିରିଜ୍‌ର କାର୍ଯ୍ୟସୂଚୀ

ମ୍ୟାଚ୍

ତାରିଖ

ସ୍ଥାନ

ସମୟ

ପ୍ରଥମ ଟି-୨୦

୨୬ ନଭେମ୍ବର

ବଡୋଦରା

ସନ୍ଧ୍ୟା ୬ଟା

ଦ୍ୱିତୀୟ ଟି-୨୦

୨୮ ନଭେମ୍ବର

ବଡୋଦରା

ଦିନ ୧ଟା

ତୃତୀୟ ଟି-୨୦

୧ ଡିସେମ୍ବର

ସୁରଟ

ସନ୍ଧ୍ୟା ୬ଟା

ଚତୁର୍ଥ ଟି-୨୦

୩ ଡିସେମ୍ବର

ସୁରଟ

ସନ୍ଧ୍ୟା ୬ଟା

ପଞ୍ଚମ ଟି-୨୦

୬ ଡିସେମ୍ବର

ସୁରଟ

ଦିନ ୧ଟା

୨୦୨୭ ବିଶ୍ୱକପ୍ ଉପରେ ନଜର

ଆସନ୍ତା ୨୦୨୭ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ ବାଂଲାଦେଶ ଓ ନେପାଳରେ ଜାନୁଆରୀ ୨୧ରୁ ଫେବୃଆରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଭାରତ ଏହି ପ୍ରତିଯୋଗିତାର ପ୍ରଥମ ଦୁଇଟି ସଂସ୍କରଣ ୨୦୨୩ ଓ ୨୦୨୫ରେ ଜିତି ଦୁଇଥରର ଚାମ୍ପିୟନ ରହିଛି।

ଏବେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ପାଇଁ ନିଜର ପ୍ରସ୍ତୁତିକୁ ମଜବୁତ କରିବା ଲକ୍ଷ୍ୟରେ ରହିବ ଭାରତୀୟ ଯୁବ ଦଳ।

Latest News
କନ୍ଧମାଳ କାର୍‌ ଜଳି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ! ପାଉଁଶ ଭିତରୁ ପ୍ରମାଣ ଖୋଜୁଛି ପୋଲିସ, ହତ୍ୟା ନା ଦୁର୍ଘଟଣା?

କନ୍ଧମାଳ କାର୍‌ ଜଳି ମୃତ୍ୟୁ ଘଟଣାରେ ବଢ଼ୁଛି...

କନ୍ଧମାଳ କାର୍ ଜଳି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ! ପାଉଁଶ...

ସେୟାର ବଜାରରେ ବଡ଼ ଉତ୍ସାହ, ନଭେମ୍ବରରେ ସେନ୍‌ସେକ୍ସ ୧୩% ବୃଦ୍ଧି; ଟଙ୍କା ମଧ୍ୟ ହେଲା ମଜବୁତ

ସେୟାର ବଜାରରେ ବଡ଼ ଉତ୍ସାହ, ନଭେମ୍ବରରେ ସେନ୍‌ସେକ୍ସ...

ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଉତ୍ସାହଜନକ ଖବର ।...

ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର, ସୁବର୍ଣ୍ଣପୁରରେ ୩ ଗିରଫ

ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା...

ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ...

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ? ଜାଣନ୍ତୁ HEPA ଓ କାର୍ବନ୍ ଫିଲ୍ଟରର ସମୟସୀମା

ଏୟାର ପ୍ୟୁରିଫାୟର୍ ଫିଲ୍ଟର କେତେ ଦିନରେ ବଦଳାଇବେ?...

ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ ନା ରୋବୋଟ୍? ଜାଣନ୍ତୁ ଡାକ୍ତରଙ୍କ ମତ

ଆଗାମୀ ଦିନରେ ହୃଦୟ ଅସ୍ତ୍ରୋପଚାର କରିବେ ମଣିଷ...

ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜର-ବିଟ୍‌ର ୫ ସାମଗ୍ରୀରେ ତ୍ୱଚାକୁ ମିଳିବ ସତେଜତା?

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...

ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ! ଟଙ୍କା ଦେଣନେଣକୁ ନେଇ ହତ୍ୟା ସନ୍ଦେହ, ଜଣେ ଅଟକ

ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ!...

ନୟାଗଡ଼:ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ଏହି...

ଲଗାତାର ଖସୁଛି ସୁନା ଦର, ୧୦ ଗ୍ରାମ ପିଛା ଏତିକି କମିଲା ମୂଲ୍ୟ! ଗ୍ରାହକଙ୍କ ପାଇଁ ବଡ଼ ଖବର

ଲଗାତାର ଖସୁଛି ସୁନା ଦର, ୧୦ ଗ୍ରାମ...

ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି...

Breaking News
ବନ୍ୟା ପରେ ବାତ୍ୟା ମାଡ଼! ଅଧାପାଚିଲା ଧାନକୁ ଚାହିଁ ବିଲ ହୁଡ଼ାରେ କାନ୍ଦୁଛି ଚାଷୀ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା! ୨୪ ହଜାରରୁ ଅଧିକ ଲୋକ... ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍ ବନ୍ୟା ପରେ ବାତ୍ୟା ମାଡ଼! ଅଧାପାଚିଲା ଧାନକୁ ଚାହିଁ ବିଲ ହୁଡ଼ାରେ କାନ୍ଦୁଛି ଚାଷୀ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପୁରୀରେ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା! ୨୪ ହଜାରରୁ ଅଧିକ ଲୋକ... ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍... ବାତ୍ୟା ‘ଅକଭାନ୍’ ପାଇଁ ୩୯ ଟ୍ରେନ୍ ବାତିଲ୍! ଚଳିବନି ବନ୍ଦେ ଭାରତ, ଏକ୍ସପ୍ରେସ୍ ଓ MEMU ରାମାୟଣ ପରେ ଚର୍ଚ୍ଚାରେ ଜଟାୟୁ! କେରଳର ଜଟାୟୁ ଆର୍ଥ ସେଣ୍ଟର ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ନଭେମ୍ବର ୨୪ରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଜଳିବ କାର୍ତ୍ତିଗାଇ ଦୀପମ୍
+