ଭୁବନେଶ୍ୱର: ଓଡ଼ିଶାର ଦୀର୍ଘ ଉପକୂଳ ଅଞ୍ଚଳର ସୁରକ୍ଷାକୁ ଆହୁରି ମଜବୁତ କରିବା ସହ ବାତ୍ୟା ଓ ସାମୁଦ୍ରିକ ବିପଦର ମୁକାବିଲା ପାଇଁ ରାଜ୍ୟ ସରକାର ଆଧୁନିକ ଟେକ୍ନୋଲୋଜିର ସହାୟତା ନେବାକୁ ଯାଉଛନ୍ତି। ଏଥିପାଇଁ ଉପକୂଳରେ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା (Autonomous Beach Monitoring System) ସ୍ଥାପନ କରାଯିବ। ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି।
ନୂଆ ବ୍ୟବସ୍ଥା ମାଧ୍ୟମରେ ଉପକୂଳରେ ଲଗାଯିବାକୁ ଥିବା ଭିଡିଓ କ୍ୟାମେରାରୁ ନିରନ୍ତର ତଥ୍ୟ ମିଳିପାରିବ। ପାଣିପାଗ ସୂଚନା ସହ ଏହି ବ୍ୟବସ୍ଥାକୁ ସଂଯୋଗ କରାଯିବ। ଫଳରେ ସମୁଦ୍ରର ସ୍ଥିତି, ସାମୁଦ୍ରିକ ଝଡ଼ ଓ ଅନ୍ୟାନ୍ୟ ବିପଦ ସମ୍ପର୍କରେ ଅଧିକ ସଠିକ୍ ତଥ୍ୟ ମିଳିବା ସହ ଆଗୁଆ ସତର୍କ ସୂଚନା ଜାରି କରିବାରେ ସହାୟତା ମିଳିବ।
ଏହି ପ୍ରକଳ୍ପ ସହିତ ଓଡ଼ିଶାରେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି। INCOIS କେନ୍ଦ୍ରୀୟ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ।
ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ INCOIS ଏବଂ ରାଜ୍ୟର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମଧ୍ୟରେ ଖୁବ୍ଶୀଘ୍ର ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ।
ଓଡ଼ିଶାର ଉପକୂଳ ଅଞ୍ଚଳ ବାତ୍ୟା, ଜୁଆର ଓ ସାମୁଦ୍ରିକ ବିପଦ ପ୍ରତି ସମ୍ବେଦନଶୀଳ। ଏଭଳି ସ୍ଥିତିରେ ନୂଆ ନିରୀକ୍ଷଣ ବ୍ୟବସ୍ଥା ଦ୍ୱାରା ବିପଦର ପୂର୍ବାନୁମାନ, ଆଗୁଆ ସତର୍କତା ଏବଂ ଜରୁରୀକାଳୀନ ପଦକ୍ଷେପ ନେବା ସହଜ ହେବ ବୋଲି ଆଶା କରାଯାଉଛି।
ଏହା କେବଳ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ସାମୁଦ୍ରିକ ଗବେଷଣା ଓ ସମୁଦ୍ର ବିଜ୍ଞାନ ସମ୍ପର୍କିତ ଅଧ୍ୟୟନକୁ ମଧ୍ୟ ସହାୟତା କରିବ।
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...
ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...
ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...
ମନୋରଞ୍ଜନ ଜଗତରେ ନିଜର ଅଭିନୟ ଦକ୍ଷତା ଓ ଭିନ୍ନ ଧରଣର ଚରିତ...
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଟୋଲ୍ ଟିକସ ଫାଙ୍କିବା ପାଇଁ ଗ...
ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...
ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇର ନୂଆ ରୂପକୁ ନେଇ ସତର୍କ କ...
ନୟାଗଡ଼:ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ଏହି...