ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଧନ୍ୟ ହୋଇଛନ୍ତି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ରାମକଥା ପ୍ରବକ୍ତା ମୁରାରୀ ବାପୁ। ରବିବାର ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରିଥିଲେ। ଏହି ଦିବ୍ୟ ଦର୍ଶନ ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ।
ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛତିଶା ନିଯୋଗ ମହାନାୟକ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଥିଲେ। ଏହା ସହିତ ସେ ମନ୍ଦିରରେ ଥିବା ବିଭିନ୍ନ ପାର୍ଶ୍ୱ ଦେବଦେବୀଙ୍କ ମଧ୍ୟ ଦର୍ଶନ କରିଥିଲେ।
ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁରାରୀ ବାପୁ କହିଥିଲେ ଯେ, ତାଙ୍କର ଚାରିଧାମ ଯାତ୍ରା ପୂର୍ଣ୍ଣ ହୋଇଛି। ଦେଶ ତଥା ସମଗ୍ର ବିଶ୍ୱର ମଙ୍ଗଳ କାମନା କରି ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ ଜଗନ୍ନାଥ ଧାମରେ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୩ ମସିହାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରା ସମୟରେ ମଧ୍ୟ ସେ ପୁରୀ ଆସିଥିଲେ। ଏଥର ଭାରତର ଚାରି ଦିଗରେ ଅବସ୍ଥିତ ଚାରି ପବିତ୍ର ଧାମକୁ ଯୋଡ଼ି ତାଙ୍କର ଭାରତ ସ୍ୱସ୍ତିକ ଯାତ୍ରା ସମ୍ପୂର୍ଣ୍ଣ ହୋଇଛି।
ଦକ୍ଷିଣରେ ରାମେଶ୍ୱରମ, ଉତ୍ତରରେ ବଦ୍ରୀନାଥ, ପଶ୍ଚିମରେ ଦ୍ୱାରକା ଏବଂ ପୂର୍ବରେ ଶ୍ରୀଜଗନ୍ନାଥ ଧାମ ପୁରୀ ଦର୍ଶନ କରି ସେ ନିଜର ଏହି ଆଧ୍ୟାତ୍ମିକ ଯାତ୍ରାକୁ ପୂର୍ଣ୍ଣତା ଦେଇଛନ୍ତି।
ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି...
ରୟାଲ ଏନଫିଲ୍ଡ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀ...
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଟୋଲ୍ ଟିକସ ଫାଙ୍କିବା ପାଇଁ ଗ...
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଓ ବିମାନ ଚଳାଚଳରେ ସମସ୍ୟା ମଧ୍...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...