ରୟାଲ ଏନଫିଲ୍ଡ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭାରତୀୟ ବଜାରରେ ଏଣ୍ଟ୍ରି ନେଇପାରେ କମ୍ପାନୀର ନୂଆ ୨୫୦ସିସି ବାଇକ୍। ଏହି ବାଇକ୍ ଜରିଆରେ ଯୁବପିଢ଼ି ଓ କମ୍ ଦାମରେ ପ୍ରିମିୟମ୍ ବାଇକ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ।
ରିପୋର୍ଟ ଅନୁସାରେ, ରୟାଲ ଏନଫିଲ୍ଡ ଆସନ୍ତା ଆର୍ଥିକ ବର୍ଷର ଶେଷ ଭାଗରେ ୨୫୦ସିସି ବାଇକ୍ ଲଞ୍ଚ୍ କରିପାରେ। ତେବେ ଏହାର ନିର୍ଦ୍ଦିଷ୍ଟ ଲଞ୍ଚ୍ ତାରିଖ କିମ୍ବା ମଡେଲ୍ର ନାମ କମ୍ପାନୀ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।
ବିଭିନ୍ନ ରିପୋର୍ଟ ଅନୁସାରେ, ଏହି ନୂଆ ୨୫୦ସିସି ବାଇକ୍ର ଆନୁମାନିକ ଏକ୍ସ-ଶୋ’ରୁମ୍ ଦାମ ୧.୨୫ ଲକ୍ଷରୁ ୧.୫୦ ଲକ୍ଷ ଟଙ୍କା ମଧ୍ୟରେ ରହିପାରେ। ଏହା ରୟାଲ ଏନଫିଲ୍ଡର ବର୍ତ୍ତମାନର ୩୫୦ସିସି ମଡେଲ୍ଗୁଡ଼ିକ ତୁଳନାରେ ଶସ୍ତା ହୋଇପାରେ। ତେବେ ଏହା କେବଳ ଏକ ଆକଳନ, ଅଧିକାରିକ ଦାମ ନୁହେଁ।
ନୂଆ ବାଇକ୍ରେ ୨୫୦ସିସି ଇଞ୍ଜିନ୍ ସହ ହାଇବ୍ରିଡ୍ ଟେକ୍ନୋଲୋଜି ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହାର ମାଇଲେଜ୍ ୪୦ରୁ ୪୫ କିଲୋମିଟର ପ୍ରତି ଲିଟର ହୋଇପାରେ ବୋଲି କିଛି ରିପୋର୍ଟରେ ଆକଳନ କରାଯାଇଛି।
ପୂର୍ବରୁ କମ୍ପାନୀର ୨୫୦ସିସି ଇଞ୍ଜିନ୍ ପ୍ଲାଟଫର୍ମ ଏବଂ ଚୀନ୍ର CFMoto ସହ ଟେକ୍ନୋଲୋଜି ସମ୍ପର୍କିତ ଆଲୋଚନାକୁ ନେଇ ଖବର ଆସିଥିଲା। ତେବେ ଏହି ସହଯୋଗ କିମ୍ବା ହାଇବ୍ରିଡ୍ ଇଞ୍ଜିନ୍ ସମ୍ପର୍କରେ କମ୍ପାନୀ କୌଣସି ଅଧିକାରିକ ଘୋଷଣା କରିନାହିଁ।
ରିପୋର୍ଟ ଅନୁସାରେ, ଏହି ୨୫୦ସିସି ପ୍ଲାଟଫର୍ମକୁ ବ୍ୟବହାର କରି କମ୍ପାନୀ ଏକାଧିକ ମୋଟରସାଇକେଲ୍ ତିଆରି କରିପାରେ। ଏହାଦ୍ୱାରା କମ୍ ଇଞ୍ଜିନ୍ କ୍ଷମତାରୁ ପ୍ରିମିୟମ୍ ବାଇକ୍କୁ ଆସିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ନୂଆ ବିକଳ୍ପ ସୃଷ୍ଟି ହେବ।
ତେବେ ବାଇକ୍ର ଡିଜାଇନ୍, ଇଞ୍ଜିନ୍ କ୍ଷମତା, ମାଇଲେଜ୍ ଓ ଦାମ ସମ୍ପର୍କରେ ଅଧିକାରିକ ଘୋଷଣାକୁ ଅପେକ୍ଷା କରାଯାଇଛି।
ଆମେରିକା, ଚୀନ୍‌ ଓ ରୁଷ୍‌ର ଶୀର୍ଷ ନେତାଙ୍କ ଏକ...
ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଆମେରିକାରେ ଚର୍ଚ୍ଚା।...
୮ ବର୍ଷ ପରେ ଲଦାଖରେ ଗଣତନ୍ତ୍ରର ମହାପର୍ବ! ପଞ୍ଚାୟତ ଓ ପୌର...
ପାଟନା: ବିହାରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ି ହୋଇ...
ଅଯୋଧ୍ୟା: ପବିତ୍ର ଦେବ ଉଠନୀ ଏକାଦଶୀ ଅବସରରେ ରାମନଗରୀ ଅଯୋ...
ଚାକିରି କରୁଥିବା କୋଟି କୋଟି କର୍ମଚାରୀଙ୍କ ପାଇଁ PF ନିୟମର...
ଆମେରିକା ରାଜନୀତିରେ ୨୦୨୮ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏ...
ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଦିନକୁ ଦିନ ଅ...