ଭୁବନେଶ୍ୱର:ଓଡ଼ିଶାର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। OCS (Odisha Civil Services) ପରୀକ୍ଷାରେ ଆଟେମ୍ପ୍ଟ ବା ପରୀକ୍ଷା ଦେବାର ସଂଖ୍ୟାଗତ ସୀମାକୁ ହଟାଇବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ନିଷ୍ପତ୍ତି ଫଳରେ ନିର୍ଦ୍ଧାରିତ ବୟସ ସୀମା ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିବା ସମସ୍ତ ବର୍ଗର ପ୍ରାର୍ଥୀ ଏଣିକି ଅସୀମିତ ଥର OCS ପରୀକ୍ଷା ଦେବାର ସୁଯୋଗ ପାଇବେ।
ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଐତିହାସିକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (କମ୍ବାଇନ୍ଡ କମ୍ପିଟିଟିଭ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍) ନିୟମ, ୧୯୯୧ରେ ସଂଶୋଧନ କରାଯିବ।
ପୂର୍ବରୁ କେଉଁ ବର୍ଗ ପାଇଁ କେତେ ଥିଲା ଆଟେମ୍ପ୍ଟ ସୀମା?
ପୂର୍ବରୁ OCS ପରୀକ୍ଷାରେ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆଟେମ୍ପ୍ଟ ସଂଖ୍ୟା ନିର୍ଦ୍ଧାରିତ ରହିଥିଲା।
ସାଧାରଣ ବର୍ଗ (General): ସର୍ବାଧିକ ୬ ଥର।
SEBC ବର୍ଗ: ସର୍ବାଧିକ ୯ ଥର।
SC ଓ ST ବର୍ଗ: ପୂର୍ବରୁ ମଧ୍ୟ ଅସୀମିତ ଆଟେମ୍ପ୍ଟର ସୁବିଧା ଥିଲା।
କିନ୍ତୁ ନୂଆ ନିଷ୍ପତ୍ତି ଅନୁସାରେ ଏହି ବର୍ଗଭିତ୍ତିକ ଆଟେମ୍ପ୍ଟ ସୀମା ହଟିଯିବ। ଏଣିକି ସମସ୍ତ ବର୍ଗର ଯୋଗ୍ୟ ପ୍ରାର୍ଥୀ ନିଜର ବୟସ ସୀମା ମଧ୍ୟରେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।
ବୟସ ସୀମା ରହିବ ପୂର୍ବଭଳି
ତେବେ ଆଟେମ୍ପ୍ଟ ସୀମା ହଟିଥିଲେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମା ଓ ଅନ୍ୟ ଆବଶ୍ୟକ ଯୋଗ୍ୟତା ବଳବତ୍ତର ରହିବ। ଅର୍ଥାତ୍ ଜଣେ ପ୍ରାର୍ଥୀ ନିଜ ବର୍ଗ ପାଇଁ ଲାଗୁ ହେଉଥିବା ବୟସ ସୀମା ମଧ୍ୟରେ ହିଁ ପରୀକ୍ଷା ଦେଇପାରିବେ।
କାହିଁକି ନିଆଗଲା ଏହି ନିଷ୍ପତ୍ତି?
ରାଜ୍ୟ ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଦ୍ୱାରା ସିଭିଲ୍ ସର୍ଭିସ୍ ଆଶାୟୀଙ୍କୁ ଅଧିକ ସୁଯୋଗ ମିଳିବ। ବାରମ୍ବାର ପରୀକ୍ଷା ଦେଇ ମଧ୍ୟ ସଫଳତା ପାଇନଥିବା ଯୋଗ୍ୟ ପ୍ରାର୍ଥୀମାନେ ଆଉ ଥରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ।
ଏହାଦ୍ୱାରା ମେଧାଭିତ୍ତିକ ଚୟନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ସହ ସମସ୍ତ ବର୍ଗର ଆଶାୟୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି।
OCS ପରୀକ୍ଷା ମାଧ୍ୟମରେ ଓଡ଼ିଶା ଲୋକସେବା ଆୟୋଗ (OPSC) ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରୁପ୍-A ଓ ଗ୍ରୁପ୍-B ପଦବୀ ପାଇଁ ଅଧିକାରୀ ଚୟନ କରିଥାଏ। ତେଣୁ ଆଟେମ୍ପ୍ଟ ସୀମା ହଟିବା ନିଷ୍ପତ୍ତିକୁ ରାଜ୍ୟର ସିଭିଲ୍ ସର୍ଭିସ୍ ଆଶାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି।
ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଅଭିନ...
କନ୍ଧମାଳ: ଶୀତର ଆଗମନ ସହ କନ୍ଧମାଳ ଜିଲ୍ଲାରେ ଥଣ୍ଡାର ପ୍ରକ...
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଏବେ ‘ରାମାୟଣ&r...
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଫିଲ୍ମ ରା...
ଓଡ଼ିଶାରେ ଆଗାମୀ ପୌର ନିର୍ବାଚନକୁ ନେଇ ବଡ଼ ସୂଚନା ମିଳିଛି...
ଉତ୍ତରପ୍ରଦେଶରେ ଜଣେ ମହିଳା ବକ୍ସରଙ୍କ ରହସ୍ୟଜନକ ମୃତ୍ୟୁକୁ...
ଗଞ୍ଜାମ: ବାତ୍ୟା ‘ଆର୍ନବ’ ପରବର୍ତ୍ତୀ ରିଲିଫ...
ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...