ଯାଜପୁର: କାଳୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଯାଜପୁର ସହର। ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ସହରର ବିଭିନ୍ନ ସ୍ଥାନରେ ଭବ୍ୟ ପୂଜା ମଣ୍ଡପ ପ୍ରସ୍ତୁତ ହୋଇଛି। ୪୪ଟି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ରଙ୍ଗିନ ଆଲୋକମାଳାରେ ଝଲସୁଛି ସମଗ୍ର ସହର।
ଯାଜପୁର ସହରର ମୋଟ ୪୪ଟି ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ପୂଜା କମିଟି ପକ୍ଷରୁ ବୈତରଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ଘଟ ସ୍ଥାପନ ପରେ ବିଧିବଦ୍ଧ ଭାବେ ପୂଜା ଆରମ୍ଭ ହୋଇଛି।
ମାନସାପୋଲ, କିଆନାଳୀକୂଳ, କଚେରୀ ଛକ, ମାର୍କେଟ ଛକ, ହରପାର୍ବତୀ ଛକ, ବଡ଼ବଜାର, ସଦାବ୍ରତ ମଠ, ନାରାୟଣ ଛକ ଓ ଗିରିଆପୁର ଭଳି ପ୍ରମୁଖ ସ୍ଥାନରେ ମା’ଙ୍କ ଆରାଧନା କରାଯାଉଛି।
ରଙ୍ଗିନ ଆଲୋକରେ ଝଲସୁଛି ସହର
କାଳୀପୂଜା ଅବସରରେ ଯାଜପୁର ସହରର ବିଭିନ୍ନ ରାସ୍ତାଘାଟ ଓ ଛକକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି। ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଭକ୍ତଙ୍କ ମନ ମୋହୁଛି। ସନ୍ଧ୍ୟା ହେବା ମାତ୍ରେ ଆଲୋକରେ ଝଲସି ଉଠୁଛି ସହରର ପରିବେଶ।
ମା’ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଏଥିସହ ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବାର ଆଶା ରହିଛି।
ପାରମ୍ପରିକ ରୀତିନୀତି, ଭକ୍ତିମୟ ପରିବେଶ ଓ ଆକର୍ଷଣୀୟ ଆଲୋକ ସାଜସଜ୍ଜା ଯାଜପୁରର କାଳୀପୂଜାକୁ ଆହୁରି ଆକର୍ଷଣୀୟ କରିଛି।
ଭାରତରେ ରହି ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ୍ ହସିନା!...
ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପ...
ଇସଲାମାବାଦ/ରାୱଲପିଣ୍ଡି: ପାକିସ୍ତାନରେ ଜଣେ ମହିଳା ସାମ୍ବା...
ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା! ଏମିତି ଥିଲେ ବି...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...