ପୌର ନିର୍ବାଚନରେ ଲାଗୁ ହୋଇପାରେ SEBC-OBC ସଂରକ୍ଷଣ! ମନ୍ତ୍ରୀଙ୍କ ବଡ଼ ସୂଚନା

ଓଡ଼ିଶାର ଆଗାମୀ ପୌର ନିର୍ବାଚନରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (SEBC) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି।
Odisha Municipal Elections
Odisha Municipal Elections

ଓଡ଼ିଶାରେ ଆଗାମୀ ପୌର ନିର୍ବାଚନକୁ ନେଇ ବଡ଼ ସୂଚନା ମିଳିଛି। ଆସନ୍ତା ପୌର ନିର୍ବାଚନରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (SEBC) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ସଂରକ୍ଷଣ ଲାଗୁ ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ SEBC ଓ OBC ବର୍ଗଙ୍କୁ ପୌର ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେବାକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

SEBC କମିଶନ ଗଠନ, ଚାଲିଛି ପ୍ରକ୍ରିୟା

ପଛୁଆ ବର୍ଗଙ୍କ ରାଜନୈତିକ ପ୍ରତିନିଧିତ୍ୱ ଓ ସଂରକ୍ଷଣ ସମ୍ପର୍କିତ ତଥ୍ୟ ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ SEBC କମିଶନ ଗଠନ କରିଛନ୍ତି। ଏହି କମିଶନ ସମ୍ପୃକ୍ତ ବର୍ଗଙ୍କ ସ୍ଥିତି ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱ ସମ୍ପର୍କରେ ଅନୁଧ୍ୟାନ କରିବ।

ମନ୍ତ୍ରୀ କହିଛନ୍ତି, ସଂରକ୍ଷଣ ପ୍ରକ୍ରିୟା ସହ ପୌରାଞ୍ଚଳର ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ୍ କାର୍ଯ୍ୟ ମଧ୍ୟ ଜାରି ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୌର ନିର୍ବାଚନ କରାଇବାକୁ ସରକାର ପ୍ରୟାସ କରୁଛନ୍ତି।

ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା

ନଗର ଉନ୍ନୟନ ବିଭାଗର ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ଡିସେମ୍ବର ୧୦, ୨୦୨୬ ସୁଦ୍ଧା ପ୍ରକାଶ ପାଇବାକୁ ଯୋଜନା ରହିଛି।

ଏହା ଉପରେ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୯ ରଖାଯାଇଛି। ଡିସେମ୍ବର ୨୪ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ବିରୋଧରେ ଡିସେମ୍ବର ୨୪ରୁ ଜାନୁଆରୀ ୭, ୨୦୨୭ ମଧ୍ୟରେ ଅପିଲ୍ କରାଯାଇପାରିବ।

ଜାନୁଆରୀ ୨୫ ସୁଦ୍ଧା ଅପିଲ୍‌ଗୁଡ଼ିକର ଶୁଣାଣି ଓ ସମାଧାନ କରାଯିବା ପରେ ଜାନୁଆରୀ ୩୦, ୨୦୨୭ରେ ୱାର୍ଡ ସୀମା ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବାର କାର୍ଯ୍ୟସୂଚୀ ରହିଛି।

ଚୂଡ଼ାନ୍ତ ସଂରକ୍ଷଣ ହାରକୁ ଅପେକ୍ଷା

ତେବେ SEBC ଓ OBC ବର୍ଗଙ୍କ ପାଇଁ କେତେ ପ୍ରତିଶତ ଆସନ ସଂରକ୍ଷଣ ରହିବ, ସେନେଇ ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଘୋଷଣା କରିନାହାନ୍ତି। OBC କମିଶନଙ୍କ ରିପୋର୍ଟ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆଧାରରେ ଏହା ନିର୍ଦ୍ଧାରଣ କରାଯିବ।

ତେଣୁ ଆଗାମୀ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ କେତେ ପ୍ରତିନିଧିତ୍ୱ ମିଳିବ ଏବଂ ସଂରକ୍ଷଣ ବ୍ୟବସ୍ଥା କିପରି ଲାଗୁ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+