ଓଡ଼ିଶାରେ ସରକାରୀ ବିକାଶମୂଳକ କାର୍ଯ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ରାଜ୍ୟ ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୁଧବାର ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ସରକାରୀ କାମର ଗୁଣବତ୍ତା ଓ ପରିମାଣରେ କୌଣସି ପ୍ରକାରର ସମଝୌତା ବର୍ଦ୍ଦାସ୍ତ କରାଯିବ ନାହିଁ। କୌଣସି ପ୍ରକଳ୍ପରେ ଅନିୟମିତତା କିମ୍ବା ତ୍ରୁଟି ଧରାପଡ଼ିଲେ କେବଳ ଠିକାଦାର ନୁହେଁ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ।
କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ସରକାର ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ବରାଦ୍ଦ କରାଯାଉଛି, ତେଣୁ ଅଧିକାରୀମାନଙ୍କର ଦାୟିତ୍ୱ ହେଉଛି ଠିକାଦାରଙ୍କ କାମ ଉପରେ ନିୟମିତ ନଜର ରଖିବା। କାମର ଗୁଣବତ୍ତା ଯାଞ୍ଚ ପରେ ସନ୍ତୋଷଜନକ ଥିଲେ ତୁରନ୍ତ ବିଲ୍ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସେ ବିଶେଷକରି ମାର୍ଚ୍ଚ ମାସରୁ ୩୧ଟି କାର୍ଯ୍ୟର ବିଲ୍ ପ୍ରଦାନ ଅପେକ୍ଷାରେ ରହିଥିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି କମିଶନ କାରବାର କିମ୍ବା ପ୍ରତିଶତ ନେବା ପାଇଁ ବିଲ୍ ଅଟକାଯାଇଥିବା ଜଣାପଡ଼େ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଥିଲେ।
ଏହାସହ ମନ୍ତ୍ରୀ ଅଗ୍ରିମ ଅର୍ଥ ବରାଦ୍ଦ ହେବା ସତ୍ତ୍ୱେ ତାହାକୁ ଠିକ୍ ଭାବରେ ବ୍ୟବହାର ନକରିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଜବାବଦେହିତା ଓ ସମୟୋପଯୁକ୍ତ ବିଲ୍ ପ୍ରଦାନ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନୌରୀ ନାୟକ, ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...
ଭାରତର ବଢୁଥିବା ଆଇସ୍‌କ୍ରିମ୍ ବଜାରରେ ଏବେ ଆଉ ଏକ ବଡ...
ଆମେରିକାରେ ସନ୍ ଫାର୍ମାର ନୂଆ ଚୁକ୍ତି ଭାରତୀୟ ଔଷଧ ଶିଳ୍ପ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଆର୍ଥିକ ଚାପ ମଧ୍ୟରେ ସାଉଦ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...
ଭାରତରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାର...