NRIଙ୍କ ଠାରୁ RBIକୁ ମିଳିଲା ୧୦୦ ବିଲିୟନ୍ ଡଲାର, ରେକର୍ଡ ସ୍ତରରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର

RBI ପକ୍ଷରୁ NRIମାନଙ୍କ ପାଇଁ ଆରମ୍ଭ କରାଯାଇଥିବା FCNR(B) ଯୋଜନା ମାତ୍ର ୩ ମାସରେ ୧୦୦ ବିଲିୟନ୍ ଡଲାର ସଂଗ୍ରହ କରିଛି। ଏହାର ପ୍ରଭାବରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୭୨୯.୩ ବିଲିୟନ୍ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି।
RBI FCNR(B) scheme attracts $100 billion from NRIs as India forex reserves hit record high
RBI FCNR(B) scheme attracts $100 billion from NRIs as India forex reserves hit record high

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ବିଦେଶରେ ରହୁଥିବା ଭାରତୀୟ ବା ନନ୍-ରେସିଡେଣ୍ଟ ଇଣ୍ଡିଆନ୍ (NRI)ମାନଙ୍କଠାରୁ ବୈଦେଶିକ ମୁଦ୍ରା ଆକର୍ଷଣ ପାଇଁ ଆରମ୍ଭ କରାଯାଇଥିବା FCNR(B) ଯୋଜନାକୁ ବଡ଼ ସଫଳତା ମିଳିଛି। ଜୁନ୍ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଗଷ୍ଟ ୩୧ ସୁଦ୍ଧା ୧୦୦ ବିଲିୟନ୍ ଡଲାରରୁ ଅଧିକ ଜମା ହୋଇଛି।

RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ଯୋଜନାରୁ ପ୍ରାୟ ୮୦ ବିଲିୟନ୍ ଡଲାର ଆସିବ ବୋଲି ଆଶା କରିଥିଲେ। କିନ୍ତୁ ଆଶାଠାରୁ ଅଧିକ ଅର୍ଥ ପ୍ରବାହ ହେବାରୁ RBI ନିର୍ଦ୍ଧାରିତ ସମୟସୀମାର ଏକ ମାସ ପୂର୍ବରୁ ଏହି FCNR(B) ୱିଣ୍ଡୋ ବନ୍ଦ କରିଦେଇଛି।

ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା NRIମାନଙ୍କଠାରୁ ବୈଦେଶିକ ମୁଦ୍ରା ଜମା ଆକର୍ଷଣ କରି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିବା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଅଶୋଧିତ ତୈଳ ଦରରେ ଅସ୍ଥିରତା ଏବଂ ଭାରତୀୟ ଟଙ୍କା ଉପରେ ଚାପ ଭଳି ପରିସ୍ଥିତି ମଧ୍ୟରେ ଏହି ଡଲାର ପ୍ରବାହ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି।

FCNR(B) ୱିଣ୍ଡୋ ବନ୍ଦ ହୋଇଥିଲେ ମଧ୍ୟ ପୂର୍ବରୁ ଚୁକ୍ତି ହୋଇଥିବା ଜମା ପାଇଁ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ସ୍ୱାପ୍ ସୁବିଧା ବ୍ୟବହାର କରିପାରିବେ।ଏହି ଅତିରିକ୍ତ ବୈଦେଶିକ ମୁଦ୍ରା ଭଣ୍ଡାର RBIକୁ କରେନ୍ସି ବଜାରରେ ହସ୍ତକ୍ଷେପ କରିବା ପାଇଁ ଅଧିକ କ୍ଷମତା ଦେଇଛି। ବିଶେଷକରି ତୈଳ ଦର ବୃଦ୍ଧି ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ରହିଥିବା ସମୟରେ ଏହି ବୈଦେଶିକ ମୁଦ୍ରା ଭଣ୍ଡାର RBI ପାଇଁ ଏକ ମଜବୁତ ସୁରକ୍ଷା କବଚ ଭାବେ କାମ କରିପାରେ।

LIVE TV
LIVE
Latest News
‘ସ୍ୟାଣ୍ଡପେପର୍‌ଗେଟ୍‌’ ବିବାଦରେ ନୂଆ ଖୁଲାସା! ଉସମାନ ଖ୍ୱାଜାଙ୍କ ଦାବି ପରେ ବି ତଦନ୍ତ ଖୋଲିବନି କ୍ରିକେଟ୍ ଅଷ୍ଟ୍ରେଲିଆ

‘ସ୍ୟାଣ୍ଡପେପର୍‌ଗେଟ୍‌’ ବିବାଦରେ ନୂଆ ଖୁଲାସା! ଉସମାନ ଖ୍ୱାଜାଙ୍କ...

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ବିବାଦୀୟ...

Nvidia CEOଙ୍କୁ ହନିଟ୍ରାପ୍‌ରେ ଫସାଇଥିଲା କି ଚୀନ୍‌? ଗୁପ୍ତଚର ଅଭିଯୋଗକୁ ନେଇ ହଇଚଇ, ତଦନ୍ତ ଆରମ୍ଭ କଲା କମ୍ପାନୀ

Nvidia CEOଙ୍କୁ ହନିଟ୍ରାପ୍‌ରେ ଫସାଇଥିଲା କି ଚୀନ୍‌?...

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ...

ତୁର୍କୀର ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ! ୧୬ ଜଣଙ୍କ ମୃତ୍ୟୁ, ୧୩ ଆହତ; ତଦନ୍ତ ଆରମ୍ଭ

ତୁର୍କୀର ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ! ୧୬...

ତୁର୍କୀରେ ଏକ ଷ୍ଟିଲ୍ କାରଖାନାରେ ଘଟିଛି ଭୟଙ୍କର ବିସ୍ଫୋରଣ...

ହାର୍ଦ୍ଦିକଙ୍କ ବଦଳରେ ଅର୍ଶଦୀପ! ମୁମ୍ବାଇକୁ ଫାଇଦା, ପଞ୍ଜାବର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଭିନବ ମୁକୁନ୍ଦ

ହାର୍ଦ୍ଦିକଙ୍କ ବଦଳରେ ଅର୍ଶଦୀପ! ମୁମ୍ବାଇକୁ ଫାଇଦା, ପଞ୍ଜାବର...

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ କ୍ରିକେଟ୍&zwn...

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ ପୁସ୍ତକରେ ଖୋଲିଥିଲେ ରହସ୍ୟ, କହିଥିଲେ ଏହି ୨ଟି କାରଣ

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ...

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍! ସାକ୍ଷୀ ଭାବେ ହାଜର ହେବାକୁ ନିର୍ଦ୍ଦେଶ

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ...

କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...

ବର୍ଷା ଧୋଇଦେଲା ଭାରତର ପ୍ରସ୍ତୁତି! ବୁମ୍‌ରା ଓ ଜାଡେଜାଙ୍କୁ ମିଳିଲାନି ମ୍ୟାଚ୍‌ ଅଭ୍ୟାସ, ଡ୍ର’ରେ ଶେଷ ହେଲା ଇଣ୍ଡିଆ-A ସିରିଜ୍‌

ବର୍ଷା ଧୋଇଦେଲା ଭାରତର ପ୍ରସ୍ତୁତି! ବୁମ୍‌ରା ଓ...

ଲିଙ୍କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରି...

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି! ଜାୟୋନିଷ୍ଟ ଓ ହାରେଡି ଦଳଙ୍କୁ ନେଇ ଏକତା ସରକାର ଗଠନ ପ୍ରସ୍ତାବ

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି!...

ଜେରୁଜେଲମ୍: ଇସ୍ରାଏଲରେ ନିର୍ବାଚନ ପରେ ସରକାର ଗଠନକୁ ନେଇ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+