ଚା’ ବଗିଚାର ବୈଜ୍ଞାନିକ ମନିଟରିଂ ଓ ପରିଚାଳନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ରିମୋଟ୍ ସେନ୍ସିଂ ଓ ଜିଓସ୍ପାଟିଆଲ୍ ପ୍ରଯୁକ୍ତିର ବ୍ୟବହାର ପାଇଁ NIT ରାଉରକେଲା ଏକ ବଡ଼ ପଦକ୍ଷେପ ନେଇଛି। ଏନେଇ NIT ରାଉରକେଲା, ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଅଧୀନସ୍ଥ National Remote Sensing Centre (NRSC) ଏବଂ Tea Board India ମଧ୍ୟରେ ଏକ ତ୍ରିପାକ୍ଷିକ MoU ସ୍ୱାକ୍ଷର ହୋଇଛି।
‘ଚାୟାଙ୍କନ (CHAYANKAN): Comprehensive AI-based Geospatial Data Analytics for Tea Plantation Monitoring’ ନାମକ Advanced Research and Development ପ୍ରକଳ୍ପ ଅଧୀନରେ ଏହି ସହଯୋଗ କରାଯାଉଛି। ୨୦୨୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଅବଧି ୩ ବର୍ଷ।
ଅଗଷ୍ଟ ୨୭, ୨୦୨୬ରେ କୋଲକାତାସ୍ଥିତ RRSC-East, NRSCରେ MoU ସ୍ୱାକ୍ଷର କରାଯାଇଥିଲା। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଚା’ ବଗିଚାର ମ୍ୟାପିଂ, ଉତ୍ପାଦନ ଆକଳନ ସହ କୀଟପତଙ୍ଗ ଓ ରୋଗ ସମ୍ପର୍କିତ ବିପଦର ପୂର୍ବାନୁମାନ ପାଇଁ ଉନ୍ନତ ଜିଓସ୍ପାଟିଆଲ୍ ଓ AI-ଭିତ୍ତିକ ସମାଧାନ ବିକଶିତ କରିବା।
ଏଥିପାଇଁ ଉପଗ୍ରହ ଓ UAV ପ୍ଲାଟଫର୍ମରୁ ମିଳୁଥିବା ବିଭିନ୍ନ ଉତ୍ସର ରିମୋଟ୍ ସେନ୍ସିଂ ତଥ୍ୟକୁ ଭୂମିସ୍ତରୀୟ ପର୍ଯ୍ୟବେକ୍ଷଣ ସହ ଏକୀକୃତ କରାଯିବ। ଏହି ତଥ୍ୟ ଉପରେ ଆଧୁନିକ ମେସିନ୍ ଲର୍ଣ୍ଣିଂ ପ୍ରଯୁକ୍ତି ଓ ମଡେଲିଂ ପଦ୍ଧତି ପ୍ରୟୋଗ କରାଯିବ।
ଏହି ପ୍ରକଳ୍ପ ମାଧ୍ୟମରେ ଚା’ ବଗିଚାର ସ୍ୱାସ୍ଥ୍ୟ, ଉତ୍ପାଦନକ୍ଷମତା ଓ ବିଭିନ୍ନ ବିପଦ ସମ୍ପର୍କରେ ଅଧିକ ତଥ୍ୟଭିତ୍ତିକ ଆକଳନ କରାଯାଇପାରିବ। ବିଶେଷକରି କୀଟପତଙ୍ଗ ଓ ରୋଗର ଆଶଙ୍କାକୁ ଆଗୁଆ ଚିହ୍ନଟ କରିବାରେ ଏହି ବ୍ୟବସ୍ଥା ସହାୟକ ହେବ।
ଏହା ଚା’ ବଗିଚାର ମନିଟରିଂ ଓ ପରିଚାଳନାକୁ ଅଧିକ ବୈଜ୍ଞାନିକ କରିବା ସହ ଏ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତି ଗ୍ରହଣକୁ ମଧ୍ୟ ସୁଦୃଢ଼ କରିବା ଆଶା କରାଯାଉଛି।
MoU ସ୍ୱାକ୍ଷର କାର୍ଯ୍ୟକ୍ରମରେ NRSCର ନିର୍ଦ୍ଦେଶକ ଡ. ପ୍ରକାଶ ଚୌହାନ୍ ଭର୍ଚୁଆଲ୍ ଭାବେ ଯୋଗ ଦେଇଥିଲେ। Tea Board Indiaର Director (Tea Development) ଏସ୍. ସାଉଣ୍ଡରରାଜନ୍ ଏବଂ NIT ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ମଧ୍ୟ ଭର୍ଚୁଆଲ୍ ଭାବେ ଯୋଗ ଦେଇଥିଲେ।
NRSC, ISRO ପକ୍ଷରୁ ଡ. ସୁଶୀଲ କୁମାର ଶ୍ରୀବାସ୍ତବ, Tea Board India ପକ୍ଷରୁ ଡ. ଅମୃତା ଚକ୍ରବର୍ତ୍ତୀ ଏବଂ NIT ରାଉରକେଲା ପକ୍ଷରୁ ପ୍ରଫେସର ସୌରଭ ଚାଟାର୍ଜୀ MoUରେ ସ୍ୱାକ୍ଷର କରିଥିଲେ।
ପ୍ରକଳ୍ପର Principal Investigator ଡ. ଆରତୀ ପଲ୍ ଏବଂ Co-PIs ଡ. ଅନିମା ବିଶ୍ୱାଳ, ଜେ. ନଳିନୀ ଓ NIT ରାଉରକେଲାର ଡ. ଅନୁପ ନନ୍ଦୀ CHAYANKAN ପ୍ରକଳ୍ପ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ।
NIT ରାଉରକେଲା, ISRO ଓ Tea Board India ମଧ୍ୟରେ ଏହି ସହଯୋଗ ଚା’ କ୍ଷେତ୍ରରେ ଉନ୍ନତ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ସହ ଆନ୍ତଃ-ସଂସ୍ଥାଗତ ଗବେଷଣା ଓ ପ୍ରଯୁକ୍ତି ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଭାରତ ଆସିପ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ଦରମା ବଢ଼ିଲା, କିନ୍ତୁ ସଞ୍ଚୟ ବଢ଼ିଲା ନାହିଁ! ଏଭଳି ଏକ ଅନ...
ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋ...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...