ଦୁଗ୍ଧ ଶିଳ୍ପରୁ ନିଷ୍କାସିତ ବର୍ଜ୍ୟଜଳ ଶୋଧନ ପାଇଁ ଏକ ଅଭିନବ ଓ ପରିବେଶବନ୍ଧୁ ପ୍ରଯୁକ୍ତି ବିକାଶ କରିଛନ୍ତି ରାଷ୍ଟ୍ରୀୟ ପ୍ରଯୁକ୍ତି ସଂସ୍ଥାନ (NIT) ରାଉରକେଲାର ଗବେଷକମାନେ। ଜଳଜ ଉଦ୍ଭିଦ, କେଞ୍ଚୁଆ, ମାଇକ୍ରୋବିଆଲ କ୍ରିୟାକଳାପ ଓ ହାଇଡ୍ରୋପୋନିକ୍ ଫିଲ୍ଟରେସନ୍ର ସମନ୍ୱୟରେ ଏହି ଜୈବ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି।
NIT ରାଉରକେଲାର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ବିକଶିତ ଏହି ପ୍ରଯୁକ୍ତି ଦୁଗ୍ଧ ଶିଳ୍ପର ଏକ ବଡ଼ ପରିବେଶ ଚ୍ୟାଲେଞ୍ଜକୁ ମୁକାବିଲା କରିବାର ଲକ୍ଷ୍ୟ ନେଇଛି। ଛେନା, ପନିର୍, ଦହି ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ପ୍ରସ୍ତୁତି ସମୟରେ ପ୍ରତିଦିନ ବିପୁଳ ପରିମାଣର ବର୍ଜ୍ୟଜଳ ସୃଷ୍ଟି ହୁଏ। ଏହି ବର୍ଜ୍ୟଜଳରେ ଅଧିକ ପରିମାଣର ଚର୍ବି, ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍ ଥାଇଥାଏ, ଯାହା ଜଳରେ ଜୈବ ଦୂଷଣର ପରିମାଣ ବଢ଼ାଇଥାଏ।
ଗବେଷକମାନଙ୍କ କହିବା ଅନୁସାରେ, ଅଶୋଧିତ ବର୍ଜ୍ୟଜଳ ଜଳାଶୟରେ ମିଶିଲେ ତାହା ଜଳର ଅକ୍ସିଜେନ୍ ମାତ୍ରା କମାଇ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରେ। ପାରମ୍ପରିକ ଜଳ ଶୋଧନ ପ୍ରଣାଳୀରେ ଅନେକ ସମୟରେ କ୍ଲଗିଂ ସମସ୍ୟା ଦେଖାଯାଏ ଏବଂ ସଠିକ୍ ଭାବେ ଜୈବ ଦୂଷଣକୁ ଦୂର କରିପାରେ ନାହିଁ।
ଏହି ନୂତନ ପ୍ରଣାଳୀକୁ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର କାକୋଲି କରାର ପଲ୍ ଓ ଗବେଷକ ଡ଼ଃ ପ୍ରଜ୍ଞାନ ଦାସ (ବ୍ୟାଚ୍ ୨୦୨୫) ବିକାଶ କରିଛନ୍ତି। “Method and System for Treating Dairy Wastewater” ନାମରେ ଏହି ଗବେଷଣା ପାଇଁ ପେଟେଣ୍ଟ ନମ୍ବର 583949 ଓ ଆବେଦନ ସଂଖ୍ୟା 202431032506 ହାସଲ କରାଯାଇଛି।
ପ୍ରଫେସର ପଲ୍ କହିଛନ୍ତି ଯେ, ପରୀକ୍ଷାମୂଳକ ଏହି ସେଟଅପ୍ର ଖର୍ଚ୍ଚ ପ୍ରାୟ ୧୦ ହଜାର ଟଙ୍କା ଏବଂ ଏହା ପ୍ରତିଦିନ ପ୍ରାୟ ୩୦ ଲିଟର ବର୍ଜ୍ୟଜଳ ଶୋଧନ କରିପାରିବ। ଆବଶ୍ୟକତା ଅନୁଯାୟୀ ଏହାକୁ ବଡ଼ ପରିସରକୁ ବିସ୍ତାର କରାଯାଇପାରିବ।
ଏହି ପ୍ରଣାଳୀରେ ପାଞ୍ଚଟି ସ୍ତର ରହିଛି। ପ୍ରଥମ ସ୍ତରରେ କେଞ୍ଚୁଆ ଓ ଜଳଜ ଉଦ୍ଭିଦ ଥିବା ରିଆକ୍ଟରରେ ବର୍ଜ୍ୟଜଳ ପ୍ରବେଶ କରେ। କେଞ୍ଚୁଆ ଜୈବ ଅବଶିଷ୍ଟକୁ ଭାଙ୍ଗିଦେଇ ଅକ୍ସିଜେନ୍ ମାତ୍ରା ବଢ଼ାଇଥାଏ, ଯାହା ମାଇକ୍ରୋବିଆଲ କ୍ରିୟାକଳାପକୁ ସହଯୋଗ କରେ।
ପରବର୍ତ୍ତୀ ସ୍ତରରେ ବାଲୁକା ଫିଲ୍ଟରେସନ୍, ଫ୍ଲାଏ ଆଶ୍ ପେଲେଟ୍, ଗ୍ରାଭେଲ୍ ବେଡ୍ ଓ ହାଇଡ୍ରୋପୋନିକ୍ ଚେମ୍ବର ମାଧ୍ୟମରେ ଜଳକୁ ଶୋଧନ କରାଯାଏ। ଏହା ଜଳରେ ଥିବା ଦୂଷକ ତତ୍ତ୍ୱକୁ ହ୍ରାସ କରି ଜଳର ଗୁଣବତ୍ତାକୁ ଉନ୍ନତ କରେ।
ଡ଼ଃ ପ୍ରଜ୍ଞାନ ଦାସ କହିଛନ୍ତି ଯେ, ଏହି ପ୍ରଣାଳୀ ଖର୍ଚ୍ଚ ସାଧ୍ୟ ଓ ପରିବେଶବନ୍ଧୁ ହେବା ସହ ଗ୍ରାମୀଣ ଓ ଛୋଟ ଶିଳ୍ପ ଅଞ୍ଚଳ ପାଇଁ ବହୁତ ଉପଯୋଗୀ ହେବ। ଶୋଧିତ ଜଳକୁ କୃଷିକାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି।
ଗବେଷକ ଦଳ ଆଗାମୀ ଦିନରେ ଏହି ପ୍ରଣାଳୀର ଗତି ଓ କ୍ଷମତାକୁ ଆହୁରି ବଢ଼ାଇ ବଡ଼ ପରିସରରେ ବ୍ୟବହାର ପାଇଁ ଉଦ୍ୟମ କରୁଛନ୍ତି। ଶିଳ୍ପ ସଂସ୍ଥାମାନଙ୍କ ସହ ସହଯୋଗ କରି ଏହି ପ୍ରଯୁକ୍ତିକୁ ବ୍ୟବହାରିକ ରୂପ ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...