Nepal flash flood: Two tourists from Khordha missing

ନେପାଳ ଫ୍ଲାସ୍ ଫ୍ଲଡ୍‌ରେ ଖୋର୍ଦ୍ଧାର ୨ ପର୍ଯ୍ୟଟକ ନିଖୋଜ, ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଲା ଓଡ଼ିଶା ସରକାର

ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ ପରେ ଖୋର୍ଦ୍ଧା ଜିଲ୍ଲାର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ଥିବା ଖବର ମିଳିଛି। ନିଖୋଜ ଦମ୍ପତି ହେଲେ ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ନେପାଳରେ ନିଖୋଜ ଭାରତୀୟ ପର୍ଯ୍ୟଟକଙ୍କ ସମ୍ପର୍କରେ ଖବର ମିଳିବା ପରେ ଓଡ଼ିଶା ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪x୭ କଣ୍ଟ୍ରୋଲ୍ ରୁମ୍ ସକ୍ରିୟ କରିଛନ୍ତି।

ନେପାଳରେ ବୁଧବାର ହୋଇଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଅନେକ ଭାରତୀୟ ପର୍ଯ୍ୟଟକ ନିଖୋଜ ଥିବା ଖବର ଆସିଛି। ଏହି ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଦୁଇ ଜଣ ଥିବା ଜଣାପଡ଼ିଛି।

ନିଖୋଜ ଦୁଇ ପର୍ଯ୍ୟଟକଙ୍କୁସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁବୋଲି ଚିହ୍ନଟ କରାଯାଇଛି। ସେମାନେ ନେପାଳ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି।

ଓଡ଼ିଶା ସରକାରଙ୍କ ୨୪x୭ କଣ୍ଟ୍ରୋଲ୍ ରୁମ୍

ନେପାଳରେ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ସୂଚନା ସଂଗ୍ରହ ଓ ସହାୟତା ପାଇଁ ଓଡ଼ିଶା ସରକାର ନୂଆଦିଲ୍ଲୀସ୍ଥିତଓଡ଼ିଶା ନିବାସରେ ୨୪x୭ କଣ୍ଟ୍ରୋଲ୍ ରୁମ୍ସକ୍ରିୟ କରିଛନ୍ତି।

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରିତିଶ ପଣ୍ଡାଙ୍କ କହିବା ଅନୁସାରେ, ରାଜ୍ୟ ସରକାର ହେଲ୍ପଲାଇନ୍ ନମ୍ବର ଜାରି କରିବା ପରେ ଖୋର୍ଦ୍ଧାର ଦୁଇ ଜଣ ବ୍ୟକ୍ତି ନେପାଳରେ ନିଖୋଜ ଥିବା ନେଇ ସୂଚନା ମିଳିଥିଲା। ଏହାପରେ ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହି ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଭାରତୀୟ ଦୂତାବାସକୁ ସୂଚନା ପଠାଯାଉଛି।

ନେପାଳରେ ଥିବା ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେବା କିମ୍ବା ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ଅପଡେଟ୍ ପାଇବା ପାଇଁ ପରିଜନମାନେ ଏହି ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ:

+977 9851316807+977 9709107500

ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି

ନେପାଳରେ ପ୍ରବଳ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଜନଜୀବନ ବ୍ୟାହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

ଭୂତତ୍ତ୍ୱ ସର୍ବେକ୍ଷଣ ଭାରତ (GSI)ର ପୂର୍ବତନ ଉପ ମହାନିର୍ଦ୍ଦେଶକ ଡ. ସୁବ୍ରାଂଶୁ ଭୂଷଣ ରାୟଙ୍କ ଅନୁସାରେ,୪୦୦ରୁ ଅଧିକ ଲୋକଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳୁନାହିଁ।ଭୋଟେ କୋଶୀ ନଦୀ ପ୍ରବଳ ବେଗରେ କାଦୁଅ ଓ ଆବର୍ଜନା ବୋହିନେଇ ବ୍ୟାପକ ବିନାଶ ଘଟାଇଛି। ଏଥିରେ୧୧ଟି ପାୱାର ପ୍ଲାଣ୍ଟ, ୨୫ଟି ସାଟେଲାଇଟ୍ ଟାୱାର ଓ ୧୯ଟି ବ୍ରିଜ୍ସମ୍ପୂର୍ଣ୍ଣ ଧୋଇଯାଇଥିବା କୁହାଯାଇଛି।

ନେପାଳରେ ନିଖୋଜ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା୧୩୩ବୋଲି ରିପୋର୍ଟ ଆସିଥିବା ବେଳେ, ନିଖୋଜ ଥିବା ସମସ୍ତଙ୍କୁ ଠାବ କରିବା ପାଇଁ ଉଦ୍ଧାର ଓ ତଲାସୀ ଅଭିଯାନ ଜାରି ରହିଛି। ଖୋର୍ଦ୍ଧାର ନିଖୋଜ ଦମ୍ପତିଙ୍କ ସମ୍ପର୍କରେ ଆହୁରି ତଥ୍ୟ ମିଳିବା ଅପେକ୍ଷାରେ ରହିଛି।

Latest News
ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+