କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ମଙ୍ଗଳବାର ସନ୍ଧ୍ୟାରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରାତି ପ୍ରାୟ ୮ଟା ୩୯ ମିନିଟ୍ରେ ହଠାତ୍ ଝଟକା ଅନୁଭୂତ ହେବା ସହ ଏକ ଜୋର୍ଦାର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ହଠାତ୍ ଘର ଓ ଅଞ୍ଚଳରେ ହଲଚଲ ଅନୁଭୂତ ହେବାରୁ ଅନେକ ଲୋକ ସୁରକ୍ଷା ପାଇଁ ଘରୁ ବାହାରି ଆସିଥିଲେ। ଲକ୍ଷ୍ମୀପୁର ବସ୍ଷ୍ଟାଣ୍ଡରେ ଥିବା କିଛି ଦୋକାନୀ ମଧ୍ୟ ଭୟରେ ନିଜ ଦୋକାନରୁ ବାହାରକୁ ଆସିଥିବା ଜଣାପଡ଼ିଛି।
ଝଟକା ଅନୁଭୂତ ହେବା ପରେ ଲୋକମାନେ ନିଜ ସମ୍ପର୍କୀୟ, ବନ୍ଧୁ ଓ ପରିଚିତଙ୍କୁ ଫୋନ୍ କରି ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଝଟକା ଅନୁଭୂତ ହୋଇଛି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସମାନ ସମୟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣାର କିଛି ଅଞ୍ଚଳରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା। କିଛି ମାସ ପୂର୍ବରୁ ମଧ୍ୟ ଲକ୍ଷ୍ମୀପୁରରେ ଏଭଳି ମୃଦୁ ଝଟକା ଅନୁଭୂତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଲକ୍ଷ୍ମୀପୁର SDPO ମନୋଜ କୁମାର ବେହେରା କହିଛନ୍ତି ଯେ, ଟିଭି ଦେଖୁଥିବା ସମୟରେ ସେ ଏକ ବିସ୍ଫୋରଣ ଭଳି ଜୋର୍ଦାର ଶବ୍ଦ ଶୁଣିବା ସହ ଝଟକା ଅନୁଭବ କରିଥିଲେ। ଏହା ପ୍ରାୟ ୫ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ସେ କହିଛନ୍ତି।
ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ଘରବାଡ଼ି ଓ ଅନ୍ୟ ସମ୍ପତ୍ତିର କ୍ଷୟକ୍ଷତି ନେଇ ଖବର ମିଳିନାହିଁ।
ରିପୋର୍ଟ ଅନୁସାରେ, ଏହି ଭୂକମ୍ପୀୟ ଗତିବିଧିର ତୀବ୍ରତା, କେନ୍ଦ୍ରସ୍ଥଳ ଓ ଗଭୀରତା ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଉଛି।
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...