ମୟୂରଭଞ୍ଜ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁକପ୍ତିପଦା ନିକଟ କଳା ନଦୀରେ ଥିବା କଳା ଡ୍ୟାମ୍ର ଜଳସ୍ତର ବଢ଼ିଛି।ଜଳସ୍ତର ବିପଦସଙ୍କେତ ନିକଟରେ ପହଞ୍ଚିବା ପରେ ଗୁରୁବାର ସୁରକ୍ଷାମୂଳକ ପଦକ୍ଷେପ ଭାବେ ଡ୍ୟାମ୍ର ୨ଟି ଗେଟ୍ ଖୋଲାଯାଇଛି।
ବୁଧବାର ବିଳମ୍ବିତ ରାତିରୁ ଉପରମୁଣ୍ଡରେ ଲଗାତାର ବର୍ଷା ହେବାରୁ ଡ୍ୟାମ୍କୁ ଜଳ ପ୍ରବାହ ବଢ଼ିଛି। କଳା ଡ୍ୟାମ୍ର ଜଳଧାରଣ କ୍ଷମତା୭୭.୭ ମିଟରଥିବା ବେଳେ ଜଳସ୍ତର ବିପଦସଙ୍କେତ ସ୍ତରରେ ପହଞ୍ଚିଥିବାରୁ ଜଳସ୍ତର ନିୟନ୍ତ୍ରଣ ପାଇଁ ଦୁଇଟି ଗେଟ୍ ଖୋଲାଯାଇଛି।
ବର୍ତ୍ତମାନ ଡ୍ୟାମ୍କୁ ପ୍ରତି ସେକେଣ୍ଡରେ ପ୍ରାୟ୨୧୫ କ୍ୟୁମେକ୍ସଜଳ ପ୍ରବେଶ କରୁଛି। ଅନ୍ୟପଟେ ଖୋଲାଯାଇଥିବା ଗେଟ୍ ଦେଇ ପ୍ରାୟ୧୫୬ କ୍ୟୁମେକ୍ସଜଳ ନିଷ୍କାସନ କରାଯାଉଛି।
ଡ୍ୟାମ୍କୁ ଆସୁଥିବା ଜଳ ଓ ନିଷ୍କାସିତ ଜଳର ପରିମାଣ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଉପରମୁଣ୍ଡରେ ବର୍ଷା ଆହୁରି ବଢ଼ିଲେ ଡ୍ୟାମ୍କୁ ଜଳ ପ୍ରବାହ ବଢ଼ିପାରେ।
ବର୍ଷା ଓ ଜଳସ୍ତରର ସ୍ଥିତି ଉପରେ ନିର୍ଭର କରି ଆବଶ୍ୟକ ପଡ଼ିଲେଆହୁରି ଗେଟ୍ ଖୋଲାଯାଇପାରେ।ମୌସୁମୀ ବର୍ଷା ଜାରି ରହିଥିବାରୁ ଡ୍ୟାମ୍ର ଜଳସ୍ତର ଉପରେ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଛନ୍ତି।
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବାର ବାଟ...
ଶ୍ରୀଲଙ୍କା ବିପକ୍ଷ ଆଗାମୀ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରି...
ନୂଆଦିଲ୍ଲୀ:ଶିଶୁମାନଙ୍କୁ ସୋସିଆଲ ମିଡିଆର ଅନିୟନ୍ତ୍ରିତ ପ୍...
ନାଇଜେରିଆର ଲାଗୋସ୍ରେ ଆୟୋଜିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜି...
ଓଡ଼ିଶାକୁ ଖୁବଶୀଘ୍ର ନୂଆ ଲୋକାୟୁକ୍ତ ମିଳିବାକୁ ଯାଉଛି। ଲୋ...
ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କ...
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଶନ...