Odisha para fencing players win seven medals at Commonwealth Para Fencing Championship in Lagos

ରାଜ୍ୟଗୋଷ୍ଠୀ ପାରା ଅସିଚାଳନାରେ ଓଡ଼ିଶାର କମାଲ: ୬ ଖେଳାଳି ଜିତିଲେ ୭ ପଦକ

ନାଇଜେରିଆର ଲାଗୋସ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶାର ୬ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରି ସମସ୍ତେ ପଦକ ଜିତିଛନ୍ତି। ମୋଟ ୭ଟି ପଦକ ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ ରହିଛି। ଏହି ଐତିହାସିକ ସଫଳତା ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛି।

ନାଇଜେରିଆର ଲାଗୋସ୍ରେ ଆୟୋଜିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିବା ଓଡ଼ିଶାର ୬ ଜଣ ଖେଳାଳି ଯୋଗଦେଇ ସମସ୍ତେ ପଦକ ହାସଲ କରିଛନ୍ତି। ମୋଟ ୭ଟି ପଦକ ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ରହିଛି।

ବୁଧବାର ମହିଳା ପାରା ଅସିଚାଳିକାମାଳତି ପନାଉରେ୨ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ଗୁରୁବାର ଅନ୍ୟ ୫ ଜଣ ଓଡ଼ିଆ ଖେଳାଳି ଆଉ ୫ଟି ପଦକ ଜିତି ରାଜ୍ୟର ସଫଳତାକୁ ଆହୁରି ବଢ଼ାଇଛନ୍ତି।

ପୁରୁଷ ଫଏଲ୍ ‘ଏ’ ବର୍ଗରେ ରମେଶଙ୍କ ସ୍ୱର୍ଣ୍ଣ

ପୁରୁଷ ଫଏଲ୍ ‘ଏ’ ବର୍ଗରେ ଓଡ଼ିଶାରଭି. ରମେଶ ରାଓସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗରେପବିତ୍ର ସାହୁରାଖାଲ କୁମାର ସେଠୀକାଂସ୍ୟ ପଦକ ହାସଲ କରିଛନ୍ତି।

କ୍ୱାର୍ଟରଫାଇନାଲରେ ତିନି ଖେଳାଳି ନିଜ ନିଜ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଥିଲେ। ସେମିଫାଇନାଲରେ ରମେଶ ୧୫-୧୨ରେ ପବିତ୍ରଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ରାଖାଲ ୧୩-୧୫ରେ ପରାଜିତ ହୋଇ କାଂସ୍ୟ ପଦକ ଜିତିଥିଲେ।

ଫାଇନାଲରେ ରମେଶ ଚମତ୍କାର ପ୍ରଦର୍ଶନ କରି୧୫-୧୦ରେ ପିଙ୍କୁଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

ଫଏଲ୍ ‘ବି’ ବର୍ଗରେ ଓଡ଼ିଆ ଖେଳାଳିଙ୍କ ଦବଦବା

ଫଏଲ୍ ‘ବି’ ବର୍ଗରେ ମଧ୍ୟ ଓଡ଼ିଶାର ଖେଳାଳିମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି।ଓମ୍ପ୍ରକାଶ ବେହେରାସ୍ୱର୍ଣ୍ଣ ପଦକ ଜିତିଥିବା ବେଳେରୁଦ୍ର ନାରାୟଣ ବେହେରାରୌପ୍ୟ ପଦକ ହାସଲ କରିଛନ୍ତି।

ଉଭୟ ଖେଳାଳି ସେମିଫାଇନାଲରେ ନିଜ ନିଜ ପ୍ରତିପକ୍ଷଙ୍କୁ ପରାସ୍ତ କରି ଫାଇନାଲକୁ ପହଞ୍ଚିଥିଲେ। ଫାଇନାଲରେ ଓମ୍ପ୍ରକାଶ ୧୫-୫ରେ ନିଜ ରାଜ୍ୟର ରୁଦ୍ର ନାରାୟଣଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ୬ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରି ସମସ୍ତେ ପଦକ ଜିତିବା ରାଜ୍ୟ ପାଇଁ ଏକ ଗୌରବମୟ ସଫଳତା। ଏହି ସଫଳତା ପାଇଁ ପାରା ଅଲିମ୍ପିକ କମିଟି ଅଫ୍ ଇଣ୍ଡିଆ (PCI) ଏବଂ ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Latest News
ପିଟବୁଲ୍ କୁକୁର ପାଳିଥିଲେ ସାବଧାନ! ଦମ୍ପତିଙ୍କ ଉପରେ ଆକ୍ରମଣ ପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି

ପିଟବୁଲ୍ କୁକୁର ପାଳିଥିଲେ ସାବଧାନ! ଦମ୍ପତିଙ୍କ ଉପରେ...

ପଞ୍ଜାବର ପଟିଆଲାର ଘୁମ୍ମନ ନଗରରେ ଏକ ଭୟଙ୍କର କୁକୁର ଆକ୍ରମ...

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ହାଇକୋର୍ଟ ନିର୍ଦ୍ଦେଶ...

କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍...

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା; ଆୟୁଷ୍ମାନ ଭାରତ-GJAYରେ ଯୋଡ଼ିଲା ୯୧ ନୂଆ ପ୍ୟାକେଜ୍

କ୍ୟାନ୍ସର ଚିକିତ୍ସାକୁ ଆହୁରି ସୁଦୃଢ଼ କଲା ଓଡ଼ିଶା;...

ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ହେବ ସମୀକ୍ଷା; ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ହେବ ସମୀକ୍ଷା;...

ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...

୧୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ: ଓଡ଼ିଶାରେ ୧୫,୨୬୮ ଟିବି ରୋଗୀ ଚିହ୍ନଟ

୧୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ:...

୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...

କର୍ପୋରେଟ୍ ଚାପରେ ନୁହେଁ, ନାଗରିକଙ୍କ ସ୍ୱାସ୍ଥ୍ୟ ହିଁ ପ୍ରଥମ: ସୁପ୍ରିମକୋର୍ଟ

କର୍ପୋରେଟ୍ ଚାପରେ ନୁହେଁ, ନାଗରିକଙ୍କ ସ୍ୱାସ୍ଥ୍ୟ ହିଁ...

ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକେଜ୍&z...

ବାଂଲାଦେଶରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ: ରାତି ୮ଟା ପରେ ମଲ୍-ଦୋକାନ ବନ୍ଦ, ଭାରତକୁ ମାଗିଲା ଡିଜେଲ୍

ବାଂଲାଦେଶରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ: ରାତି ୮ଟା...

ବାଂଲାଦେଶ ବର୍ତ୍ତମାନ ଗମ୍ଭୀର ବିଦ୍ୟୁତ୍ ଓ ଶକ୍ତି ସଙ୍କଟ ଦ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+