Lion statue falls from 65 feet at Laxmi Varaha Temple in Aul Kendrapara

କେନ୍ଦ୍ରାପଡ଼ା ଆଉଳର ଲକ୍ଷ୍ମୀ ବରାହ ମନ୍ଦିରରୁ ୬୫ ଫୁଟ ଉଚ୍ଚରୁ ଖସିଲା ସିଂହ ମୂର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଭକ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ଆଉଳସ୍ଥିତ ଲକ୍ଷ୍ମୀ ବରାହ ମନ୍ଦିରରେ ଗୁରୁବାର ଏକ ଅଘଟଣ ଘଟିଛି। ପ୍ରବଳ ବର୍ଷା ପରେ ମନ୍ଦିରର ପ୍ରାୟ ୬୫ ଫୁଟ ଉଚ୍ଚତାରେ ଥିବା ସିଂହ ମୂର୍ତ୍ତିର ଏକ ଅଂଶ ଭାଙ୍ଗି ତଳକୁ ଖସିପଡ଼ିଛି। ତେବେ ଏହି ଘଟଣାରେ କୌଣସି ଭକ୍ତ ଆହତ ହୋଇନାହାନ୍ତି।

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ଆଉଳସ୍ଥିତ ଲକ୍ଷ୍ମୀ ବରାହ ମନ୍ଦିରରେ ଗୁରୁବାର ଏକ ଅଘଟଣ ଘଟିଛି। ପ୍ରବଳ ବର୍ଷା ପରେ ମନ୍ଦିରର ପ୍ରାୟ ୬୫ ଫୁଟ ଉଚ୍ଚତାରେ ଥିବା ସିଂହ ମୂର୍ତ୍ତିର ଏକ ବଡ଼ ଅଂଶ ଭାଙ୍ଗି ତଳକୁ ଖସିପଡ଼ିଛି।

ସୂଚନା ଅନୁସାରେ, ଗୁରୁବାର ସକାଳେ ପ୍ରବଳ ବର୍ଷା ହେଉଥିବା ସମୟରେ ମନ୍ଦିରର ସାମ୍ନାପଟରୁ ସିଂହ ମୂର୍ତ୍ତିର ଏକ ଅଂଶ ହଠାତ୍ ଭାଙ୍ଗି ତଳେ ପଡ଼ିଥିଲା। ସେତେବେଳେ ମନ୍ଦିର ଭିତରେ ଭକ୍ତମାନେ ଉପସ୍ଥିତ ଥିଲେ। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଭକ୍ତ ଆହତ ହୋଇନାହାନ୍ତି।

ଘଟଣା ପରେ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ମନ୍ଦିରର ଉଭୟ ପାର୍ଶ୍ୱରୁ କିଛି ଅଂଶ ଖସିଥିବା ଅଭିଯୋଗ ହୋଇଛି। ତେଣୁ ମନ୍ଦିରର ଦୁର୍ବଳ ଓ କ୍ଷତିଗ୍ରସ୍ତ ଅଂଶର ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ମନ୍ଦିର ପୂଜକ ଗୋଲେଖ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ପ୍ରବଳ ବର୍ଷା ସମୟରେ ମନ୍ଦିରର ସାମ୍ନାପଟରୁ ସିଂହ ମୂର୍ତ୍ତିର ଏକ ବଡ଼ ଅଂଶ ହଠାତ୍ ଖସିପଡ଼ିଥିଲା। ମନ୍ଦିର ଭିତରେ ଥିବା ଭକ୍ତମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ମନ୍ଦିରର ଉଭୟ ପାର୍ଶ୍ୱରୁ ଅଂଶ ଖସିଥିବାରୁ ଶୀଘ୍ର ମରାମତି ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ସେ ଅନୁରୋଧ କରିଛନ୍ତି।

ମନ୍ଦିରର କ୍ଷତିଗ୍ରସ୍ତ ଅଂଶକୁ ଶୀଘ୍ର ମରାମତି କରିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ସମ୍ପୃକ୍ତ ଅଧିକାରୀଙ୍କର ତତ୍କାଳ ପ୍ରତିକ୍ରିୟା ମିଳିପାରିନାହିଁ।

Latest News
ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା, ରିପବ୍ଲିକାନ୍‌ ସମ୍ମିଳନୀରେ ଦଳୀୟ ଶକ୍ତି ପ୍ରଦର୍ଶନ

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼...

ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ ଟାର୍ଗେଟ୍; ‘ସିନେମା’ ଷ୍ଟାଇଲ୍‌ରେ ରାଜନୀତିର ନୂଆ ଅଧ୍ୟାୟ

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ...

ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ ଅଭିନେତା ଶିବ ରାଜକୁମାର

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ...

କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର ୫୦ ହଜାର କୋଟି; ଆଗକୁ ବିପଦ ଆଶଙ୍କା

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର...

ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ ହକ୍‌ଙ୍କ ଘରେ ED ଚଢ଼ାଉ, ‘ରାଜନୈତିକ ପ୍ରତିଶୋଧ’ କହିଲା TMC

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ...

ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ ମୁସଲିମଙ୍କ ପ୍ରବେଶ ରୋକିବା ଦାବିକୁ ନିତେଶ ରାଣେଙ୍କ ସମର୍ଥନ

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ...

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...

ଅଗଷ୍ଟରେ ତାତିଲା ପୃଥିବୀ: ବିଶ୍ୱ ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତରଠାରୁ ୧.୬୫°C ଅଧିକ

ଅଗଷ୍ଟରେ ତାତିଲା ପୃଥିବୀ: ବିଶ୍ୱ ତାପମାତ୍ରା ଶିଳ୍ପ...

ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...

ଇରାନ-ଆମେରିକା ଯୁଦ୍ଧରେ ପେଣ୍ଟାଗନ୍‌କୁ ବଡ଼ ଝଟକା! ୯ ଆମେରିକୀୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି

ଇରାନ-ଆମେରିକା ଯୁଦ୍ଧରେ ପେଣ୍ଟାଗନ୍‌କୁ ବଡ଼ ଝଟକା! ୯...

ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+