ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ଲଗାତାର ବଢ଼ିଚାଲିଛି। ଏହାର ପ୍ରଭାବ ଏବେ କେବଳ କ୍ଷେପଣାସ୍ତ୍ର ଓ ସାମରିକ ଘାଟିରେ ସୀମିତ ନରହି ସାମୁଦ୍ରିକ ବାଣିଜ୍ୟ ମାର୍ଗ ଏବଂ ବିଶ୍ୱ ତୈଳ ବଜାରରେ ମଧ୍ୟ ପଡ଼ିଛି।
ମଙ୍ଗଳବାର ସନ୍ଧ୍ୟାରେ ଇରାନ ଜୋର୍ଡାନରମୁୱାଫାକ ସାଲଟି ବାୟୁସେନା ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଦାବି ହୋଇଛି। ଏହି ଆକ୍ରମଣରେ ୮ଟି ଆମେରିକୀୟ F-15 ଯୁଦ୍ଧ ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଗୋଟିଏ A-10 Thunderbolt ବିମାନର ଗୁରୁତର କ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି। A-10 ବିମାନଟିର ଗୋଟିଏ ଡେଣା କ୍ଷତିଗ୍ରସ୍ତ ହୋଇଥିବା ଦାବି ମଧ୍ୟ ରହିଛି।
ତେବେ କ୍ଷତିଗ୍ରସ୍ତ F-15 ବିମାନଗୁଡ଼ିକୁ ପୁଣି ସେବାରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କିତ କିଛି ତଥ୍ୟ ଆମେରିକୀୟ ଗଣମାଧ୍ୟମର ରିପୋର୍ଟରୁ ସାମ୍ନାକୁ ଆସିଥିବା ବେଳେ, ଇରାନର ଦାବି କରାଯାଇଥିବା ସମସ୍ତ କ୍ଷୟକ୍ଷତିକୁ ଆମେରିକା ପକ୍ଷରୁ ସମ୍ପୂର୍ଣ୍ଣ ନିଶ୍ଚିତ କରାଯାଇନାହିଁ।
ଜୋର୍ଡାନ ସେନା ଅନୁସାରେ, ଇରାନ ପକ୍ଷରୁ ମୋଟ୨୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରନିକ୍ଷେପ କରାଯାଇଥିଲା। ଜୋର୍ଡାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ୧୮ଟି କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଧ୍ୱଂସ କରିଥିବା ବେଳେ ଅନ୍ୟ ଦୁଇଟି ଜନବସତିଠାରୁ ଦୂରରେ ପଡ଼ିଥିବା କୁହାଯାଇଛି।
ଜୋର୍ଡାନର ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ କୌଣସି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହି ମିସାଇଲ୍ଗୁଡ଼ିକୁ ପ୍ରତିହତ କରିବା ପାଇଁ ଆମେରିକା ୩୦ରୁ ଅଧିକ Patriot ମିସାଇଲ୍ ବ୍ୟବହାର କରିଥିବା ରିପୋର୍ଟ ମଧ୍ୟ ରହିଛି।
ଇରାନର Islamic Revolutionary Guard Corps (IRGC) ଜୋର୍ଡାନର ଆଜରାକ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଇଥିବା ଦାବି କରିଛି। ଏଠାରେ F-35, F-16 ଏବଂ F-15 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ଓ ନିୟୋଜନ ପାଇଁ ହ୍ୟାଙ୍ଗର ଏବଂ ବିମାନ ଆଶ୍ରୟସ୍ଥଳ ରହିଥିବା ଇରାନ କହିଛି।
ଇରାନ ପକ୍ଷରୁ ଏହି ସ୍ଥାନଗୁଡ଼ିକରେ ବଡ଼ କ୍ଷୟକ୍ଷତି କରାଯାଇଥିବା ଦାବି ହୋଇଥିଲେ ମଧ୍ୟ, ଏହାର ସମ୍ପୂର୍ଣ୍ଣ ସ୍ୱାଧୀନ ପ୍ରମାଣ କିମ୍ବା ଆମେରିକା ପକ୍ଷରୁ ପୂର୍ଣ୍ଣ ନିଶ୍ଚିତତା ମିଳିନାହିଁ।
ଆମେରିକା ଓ ଇରାନ ମଧ୍ୟରେ ବିବାଦର ପ୍ରଭାବ ସମୁଦ୍ରପଥରେ ମଧ୍ୟ ଦେଖାଦେଇଛି। ଇରାନ ଦାବି କରିଛି ଯେ ଆମେରିକା ତାହାର ୫ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଏବଂ ଏହାର ଜବାବରେ ହର୍ମୁଜ୍ ପ୍ରଣାଳୀ ନିକଟରେ ୧୦ଟି ଜାହାଜକୁ ଟାର୍ଗେଟ୍ କରାଯାଇଥିଲା। ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ଇରାନର ଏହି ଦାବିକୁ ଖଣ୍ଡନ କରିଛି।
ଏହି ତିକ୍ତତାର ପ୍ରଭାବ ବିଶ୍ୱ ତୈଳ ବଜାରରେ ମଧ୍ୟ ପଡ଼ିଛି। ଯୁଦ୍ଧ ବଢ଼ିବାର ଆଶଙ୍କା ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି ଏବଂ Brent crude ମୂଲ୍ୟ ବ୍ୟାରେଲ ପିଛା୧୦୦ ଡଲାର ଅତିକ୍ରମ କରିଥିବାଦାବି କରାଯାଇଛି।
ଯଦି ଆମେରିକା-ଇରାନ ସଂଘର୍ଷ ଆହୁରି ବଢ଼େ, ତେବେ ତୈଳ ମୂଲ୍ୟ ସହ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ସାମଗ୍ରୀର ଦାମ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ସାମୁଦ୍ରିକ ମାର୍ଗରେ ବିପଦ ବଢ଼ିବାରୁ ଅନେକ ବାଣିଜ୍ୟିକ ଜାହାଜର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ ରହିଛି।
ଅନ୍ୟପଟେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଅନ୍ତର୍ଜାତୀୟ ଚାପ ବଢ଼ିଛି। ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର Board of Governors ଇରାନର ପରମାଣୁ ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦକୁ ପଠାଇବା ସମ୍ପର୍କିତ ପଦକ୍ଷେପ ନେଇଥିବା ରିପୋର୍ଟ ରହିଛି। ପ୍ରସ୍ତାବ ସପକ୍ଷରେ ୨୩ଟି ଦେଶ ଭୋଟ୍ ଦେଇଥିବା ବେଳେ ରୁଷ, ଚୀନ୍ ଓ ନାଇଜର ଏହାକୁ ବିରୋଧ କରିଥିବା କୁହାଯାଇଛି।
ଏଭଳି ଭାବେ ଆମେରିକା-ଇରାନ ସଂଘର୍ଷର ପ୍ରଭାବ ଜୋର୍ଡାନ, ଉପସାଗରୀୟ ଅଞ୍ଚଳ, ହର୍ମୁଜ୍ ପ୍ରଣାଳୀ, ବିଶ୍ୱ ତୈଳ ବଜାର ଏବଂ ଇରାନର ପରମାଣୁ ପ୍ରସଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି।
ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...
ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...