ସୋସିଆଲ ମିଡିଆରେ ଆର୍ଥିକ ପରାମର୍ଶ ନେବା ଆଜିକାଲି ସାଧାରଣ କଥା। କିନ୍ତୁ ଆପଣ ପଢ଼ୁଥିବା ପୋଷ୍ଟ ଜଣେ ବାସ୍ତବ ବିଶେଷଜ୍ଞ ଲେଖିଛନ୍ତି କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)? ଏହାକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି।
Pangram Labsର ଏକ ଅଧ୍ୟୟନ ଅନୁଯାୟୀ, LinkedInର ପ୍ରାୟ୪୦% ଲଙ୍ଗ୍-ଫର୍ମ ପୋଷ୍ଟ, Redditର୧୩%ଏବଂ Substackର୧୦%ପୋଷ୍ଟ AI ଦ୍ୱାରା ଲେଖାଯାଉଛି। ଏକ ମିଲିୟନରୁ ଅଧିକ ପୋଷ୍ଟ ବିଶ୍ଳେଷଣ ପରେ LinkedInକୁ ସବୁଠାରୁ ଅଧିକ AI-ନିର୍ଭର ପ୍ଲାଟଫର୍ମ ବୋଲି ଚିହ୍ନଟ କରାଯାଇଛି।
TechRadarର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଫାଇନାନ୍ସ କ୍ଷେତ୍ରର୭୩.୮% ପୋଷ୍ଟରେ AIର ବ୍ୟବହାରଦେଖାଯାଇଛି। ଏହା ପରେ ଟେକ୍ନୋଲୋଜି (୫୭.୮%) ଓ ଆଇନ କ୍ଷେତ୍ର (୫୪.୭%) ରହିଛି।
ବିଶେଷଜ୍ଞମାନଙ୍କ ମତରେ, AI ଦ୍ୱାରା ଲେଖାଯାଇଥିବା ଅନେକ ପୋଷ୍ଟ ଗଭୀର ବିଶ୍ଳେଷଣ ଅପେକ୍ଷା ଲୋକପ୍ରିୟତା ଓ ଅଧିକ ରିଚ୍ ପାଇବାକୁ ଲକ୍ଷ୍ୟ କରିଥାଏ। ଏଥିପାଇଁ ଲୋକମାନେ ଭୁଲ କିମ୍ବା ଅପୂର୍ଣ୍ଣ ଆର୍ଥିକ ସୂଚନାରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଅନ୍ୟପଟେ Redditରେ ଅଜଣା ପରିଚୟରେ ଲୋକମାନେ ମତ ଦେଇଥିଲେ ମଧ୍ୟ AI-ଲେଖା କଣ୍ଟେଣ୍ଟର ପରିମାଣ କମ୍ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। Redditରେ ଅଧିକାଂଶ ଆର୍ଥିକ ସୂଚନା ସମୁଦାୟର ଆଲୋଚନା ଓ ଅନୁଭବ ଆଧାରରେ ଯାଞ୍ଚ ହୋଇଥାଏ।
CMS INDUSLAWର ପାର୍ଟନର ନକୀବ ଅହମ୍ମଦ କାଜିଆ କହିଛନ୍ତି ଯେ, AI ଦ୍ୱାରା ଲେଖାଯାଇଥିବା ପୋଷ୍ଟକୁ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ଏବେ ପର୍ଯ୍ୟନ୍ତ କୌଣସି ନିର୍ଭରଯୋଗ୍ୟ ଉପାୟ ନାହିଁ। ତେଣୁ ଲେଖା ନୁହେଁ, ବରଂ ସୂଚନା ଦେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାର ବିଶ୍ୱସନୀୟତାକୁ ଯାଞ୍ଚ କରିବା ଉଚିତ।
ସେ ପରାମର୍ଶ ଦେଇଛନ୍ତି ଯେ, ଆର୍ଥିକ ପରାମର୍ଶ ନେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କରSEBI Registration Number, ପରିଚୟ ଏବଂ ବିପଦ ସମ୍ପର୍କିତ ସୂଚନା ଯାଞ୍ଚ କରିବା ଆବଶ୍ୟକ। କାରଣ SEBIରେ ପଞ୍ଜୀକରଣ ବିନା ନିବେଶ ପରାମର୍ଶ ଦେବା ନିୟମବିରୋଧୀ।
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଉ...
ନୂଆଦିଲ୍ଲୀ: ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ଯାତ୍ରା...
ଗଞ୍ଜାମ: ବାତ୍ୟା ‘ଆର୍ନବ’ ପରବର୍ତ୍ତୀ ରିଲିଫ...
ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ...
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ଏହାର...
ନୂଆଦିଲ୍ଲୀ: ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ...
ୱାଶିଂଟନ୍: ଆମେରିକାର ମଧ୍ୟାବଧି ନିର୍ବାଚନରେ ରିପବ୍ଲିକାନ୍...
ବାୟୁ ପ୍ରଦୂଷଣ ଆଜି ଭାରତର ସବୁଠୁ ବଡ଼ ପରିବେଶଗତ ଚ୍ୟାଲେଞ୍...