ଓଡିଶାର ବିଭିନ୍ନ ସ୍ଥାନରୁ ଶନିବାର ଗୁରୁତର ଦୁର୍ଘଟଣା ଓ ଅପରାଧ ସମ୍ବନ୍ଧୀୟ ଘଟଣା ସାମ୍ନାକୁ ଆସିଛି।
କୋରାପୁଟ ଜିଲ୍ଲାର ସୁଙ୍କି ଘାଟିରେ ଏକ ଓଏସଆରଟିସି ସରକାରୀ ବସ୍ ଭୟାବହ ଦୁର୍ଘଟଣାରେ ପଡ଼ିଛି। ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିବା ବସ୍ଟି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିୟନ୍ତ୍ରଣ ହାରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖାଇକୁ ଖସିପଡ଼ିଥିଲା।
ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସମସ୍ତ ଆହତଙ୍କୁ ପଟ୍ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହା ସହିତ କଟକ ଜିଲ୍ଲାର ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅଧୀନରେ ଥିବା ଓରଣ୍ଡା ଓଭରବ୍ରିଜ୍ ଉପରେ ଆଉ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ରଡ୍ ଭର୍ତ୍ତି ଟ୍ରକ୍କୁ ପଛରୁ ଚିପ୍ସ ଭର୍ତ୍ତି ହାଇଭା ଧକ୍କା ଦେବାରୁ ହାଇଭା ଚାଳକଙ୍କ ମୃତ୍ୟୁ ଘଟିଛି।
ସେହିପରି, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ୨୩ପୁର ଛକ ନିକଟରେ ଦୁଇଟି ଗାଡ଼ିକୁ ଦୃବୃତ୍ତମାନେ ଜାଳିଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହା ସହିତ ଜଣେ ଯୁବକଙ୍କୁ ମାଡ଼ ମାରାଯାଉଥିବା ଭିଡିଓ ଭାଇରାଲ ହୋଇଛି।
ଏହି ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପିପିଲି ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।
ଏହି ସମସ୍ତ ଘଟଣା ରାଜ୍ୟରେ ସଡ଼କ ସୁରକ୍ଷା ଓ ଆଇନ-ଶୃଙ୍ଖଳା ନେଇ ଚିନ୍ତା ବଢ଼ାଇଛି।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...